କୃଷି ବିଲ୍‌କୁ ନେଇ ଭୁଲ ଧାରଣା ଦିଆଯାଉଛି: ରାଜନାଥ ସିଂହ

ନୂଆଦିଲ୍ଲୀ: କୃଷି ବିଲକୁ ନେଇ ରାଜ୍ୟସଭାରେ ହୋଇଥିବା ହଙ୍ଗାମା ଓ ବିରୋଧିଙ୍କ ଆଚରଣକୁ ସମାଲୋଚନା କରିଛନ୍ତି କେନ୍ଦ୍ର ସରକାର । ଆଜି ରାଜ୍ୟସଭାରେ ଯାହା ଘଟିଲା ତାହା ଦୁର୍ଭାଦ୍ୟଜନକ, ବିରୋଧିଙ୍କ ଏଭଳି ଆଚରଣ ଅଶୋଭନୀୟ, ଏହା ସଂସଦର ମର୍ଯ୍ୟାଦା ଓ ମୂଲ୍ୟବୋଧ ପ୍ରତି ଆଘାତ ଦେଇଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କୃଷି ବିଲକୁ ନେଇ କୃଷକଙ୍କୁ ଭୁଲ ଧାରଣା ଦିଆଯାଇଛି, ଏହି ବିଲ ଦ୍ୱାରା କୃଷକଙ୍କ ରୋଜଗାର ବଢିବ । ଚାଷୀଙ୍କ ପାଇଁ ସରକାର ଦିନ ରାତି କାମ କରୁଛନ୍ତି ବୋଲି କହିଛନ୍ତି ରାଜନାଥ । ଏହି ସାମ୍ବାଦିକ ସମ୍ମିଳନୀରେ ସାମିଲ ହୋଇଥିଲେ ୬ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ପ୍ରକାଶ ଜାବଡେକର, ପ୍ରହଲ୍ଲାଦ ଯୋଶୀ, ପୀୟୁଷ ଗୋଏଲ, ଥାଓ୍ୱରଚାନ୍ଦ ଗେହଲଟ ଓ ମୁଖତାର ଆବ୍ବାଶ ନକଭି । ଆଜି ରାଜ୍ୟସଭାରେ କୃଷି ସଂପର୍କିତ ବିଲକୁ ନେଇ ଆଲୋଚନା ବେଳେ ଉପାଧ୍ୟକ୍ଷଙ୍କୁ ପୋଡିୟମ ନିକଟକୁ ଯାଇ ହୋ ହାଲ୍ଲା କରିଥିଲେ ବିରୋଧି ସାଂସଦ । ଏଭଳିକି ବହି ଫାଡିବା ସହ ମାଇକ୍ ମଧ୍ୟ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲେ ।

ରାଜ୍ୟ ସଭା ପୂର୍ବରୁ ଲୋକ ସଭାରେ କୃଷି ବିଧେୟକକୁ ବିରୋଧ କରିଥିଲା ବିଜେଡି, ଏହା ଦ୍ୱାରା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପେକ୍ଷିତ ହେବେ ବୋଲି କହିଥିଲେ ଅନୁଭବ ମହାନ୍ତି

Leave a Reply