ଏମ୍‌ଏସପି ବୃଦ୍ଧି ଦାବି: ଲୋୟର ପିଏମଜିରେ ଗର୍ଜିଲେ ଅନ୍ନଦାତା

1 min read

ଭୁବନେଶ୍ୱର: ସ୍ୱାମୀନାଥନ କମିଟି ରିପୋର୍ଟ ଆଧାରରେ ହେଉ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟକରନ୍ତୁ କେନ୍ଦ୍ର ସରକାର । ଏହି ଦାବି ନେଇ ଆଜି ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ରାଜ୍ୟର ଭାତହାଣ୍ଡୀ ବୋଲାଉଥିବା ବରଗଡ଼ ଜିଲ୍ଲାର ଚାଷୀ । ଏମାନଙ୍କ ସହ ସାମିଲ ହୋଇଛନ୍ତି କଟକ ଜିଲ୍ଲାର ଚାଷୀ ସଂଗଠନ । ସ୍ୱାମୀନାଥନ୍ କମିଟି ରିପୋର୍ଟ ଆଧାରରେ ଧାନର ଉତ୍ପାଦନ ଖର୍ଚ୍ଚ ମଧ୍ୟ ଧାର୍ଯ୍ୟ କରିବା ସହ ଉତ୍ପାଦନ ମୂଲ୍ୟର ଦେଢ ଗୁଣା ଏମଏସପି ଧାର୍ଯ୍ୟ କରିବାକୁ ଦାବି କରାଯାଇଛି । ଚାଷୀମାନେ ଓଡ଼ିଶାରେ ବାରମ୍ବାର ମରୁଡ଼ି ଓ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ଧାନ ପୂର୍ବ ଭାରତର ପ୍ରମୁଖ ଫସଲ ହୋଇଥିବାରୁ ଚାଷୀମାନେ ଉଚ୍ଚିତ ମୂଲ୍ୟ ପାଇବା ଆବଶ୍ୟକ ।

ଅନ୍ୟପକ୍ଷରେ କୃଷକ ଆନ୍ଦୋଳନରେ ମୃତ ଚାଷୀଙ୍କୁ କ୍ଷତିପୂରଣ ଦାବି ପ୍ରସଂଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ସେ କହିଛନ୍ତି, ଚାଷୀ ଆନ୍ଦୋଳନ ବେଳେ କେତେଜଣ ଚାଷୀଙ୍କ ମୃତ୍ୟୁ ହୋଇଛି, ସେନେଇ କେନ୍ଦ୍ର ସରକାରଙ୍କ ପାଖରେ ତଥ୍ୟ ନାହିଁ । ତେଣୁ କାହାକୁ ବି ଆର୍ଥିକ ସହାୟତା ଦେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

ସଂସଦର ଶୀତକାଳୀନ ଅଧିବେଶନରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଏହା କହିଛନ୍ତି କୃଷିମନ୍ତ୍ରୀ । ସରକାରଙ୍କ ପାଖରେ ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କୁ ନେଇ କଣ ତଥ୍ୟ ଅଛି ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ସହାୟତା ଦେବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି କି ? ଏନେଇ ସଂସଦରେ ପ୍ରଶ୍ନ ପଚରାଯାଇଥିଲା । ଯାହାର ଉତ୍ତର ଦେଇଛନ୍ତି କୃଷିମନ୍ତ୍ରୀ । ଏଥିସହ ଚାଷୀଙ୍କ ସହ ସରକାରଙ୍କ ୧୧ ରାଉଣ୍ଡ ଆଲୋଚନା ପରେ ବି କୌଣସି ନିଷ୍କର୍ଷ ବାହାରି ପାରିନଥିବା ଗୃହକୁ ଜଣାଇଛନ୍ତି । ଚାଷୀ ଆନ୍ଦୋଳନ ବେଳେ ୭ଶହରୁ ଅଧିକ ଚାଷୀଙ୍କ ମୃତ୍ୟୁ ହୋଇଥିବା କୃଷକ ସଂଗଠନ ଦାବି କରୁଛନ୍ତି । ସେହିପରି ଚାଷୀଙ୍କ ବିରୋଧରେ କେତେ ମାମଲା ରହିଛି ସେନେଇ ମଧ୍ୟ କେନ୍ଦ୍ର ପାଖରେ ତଥ୍ୟ ନଥିବା କୃଷି ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ ।

ଏଥିସହିତ ପଢ଼ନ୍ତୁ: ଅପାରଗଙ୍କ ବିରୋଧରେ ୫-ଟି ଛାଟ: ଚାରି ପ୍ରଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର

Leave a Reply