ବ୍ଲାକ୍ ଫଙ୍ଗସ୍ ର ଚିକିତ୍ସା ପାଇଁ ବଜାରକୁ ଆସିଲା ଔଷଧ : ଜାଣନ୍ତୁ କେତେ ରହିଛି ଏହାର ଦାମ୍ .

1 min read

କରୋନା ମହାମାରୀ ପରେ ବ୍ଲାକ ଫଙ୍ଗସ୍ ଲୋକଙ୍କ ପାଇଁ ହୋଇଛି କାଳ । ଗୋଟିଏ ମହାମାରୀ ପ୍ରକୋପ ସରିନଥିବା ବେଳେ ଭାରୀ ପଡିଲାଣି ଏହି ନୂଆ ମହାମାରୀ । କରୋନା ଠାରୁ ଠିକ୍ ହୋଇଯାଉଥିବା ରୋଗୀ ବ୍ଲାକ ଫଙ୍ଗସ୍ ଜାଲରେ ବିଶେଷ ମାତ୍ରାରେ ପଡୁଛନ୍ତି । ସେଥିପାଇଁ ଅନେକ ରାଜ୍ୟ ବ୍ଲାକ ଫଙ୍ଗସ୍‌କୁ ମହାମାରୀ ବୋଲି ଘୋଷଣା କରିସାରିଲେଣି । ଦେଶସାରା କରୋନା ଭାଇରସ୍‌ର ଦ୍ୱିତୀୟ ଲହର । ଲୋକେ ଜୀବନ ବଂଚାଇବା ପାଇଁ ଅନବରତ ଚଲାଇଛନ୍ତି ଚେଷ୍ଟା । ହେଲେ ବର୍ତମାନ ପୁଣି ନୂଆ ରୋଗ ଲୋକଙ୍କର ଚିନ୍ତା ବଢାଇଛି ।

ଏହା କାହିଁକି ଲୋକଙ୍କୁ ହେଉଛି ଏସବୁ ବିଷୟରେ ବର୍ତମାନ ବଡ ବଡ ଡାକ୍ତର ସୂଚନା ମଧ୍ୟ ଦେଉଛନ୍ତି । ରୋଗର ଚିନ୍ତା ସହ ଲୋକଙ୍କୁ ନିରାକରଣ ପାଇଁ ଉପାୟ ବି ଚିନ୍ତାକରିବାକୁ ପଡେ । ଆଉ ରୋଗର ଚିକିତ୍ସା ଔଷଧରୁ ହିଁ ହେବ । ତେବେ ଏହାରି ଭିତରେ ଗୋଟିଏ କଂମ୍ପାନୀ ଏହି ରୋଗର ଔଷଧ ତିଆରି କରିବାରେ ସଫଳ ହୋଇଛନ୍ତି । ବର୍ତମାନ ଫାର୍ମା କଂମ୍ପାନୀ ଏମଏସଏନ ଲେବରୋଟୋରୀଜ୍ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ପାସାକୋନାଜୋଲ ଔଷଧ ତିଆରି କରିଛନ୍ତି । ଆଉ ଏହି ଔଷଧ ବଜାରରେ ଉପଲବ୍ଧ ହେବା ପରେ ଅନେକ ଲୋକଙ୍କୁ ଆଶ୍ୱସ୍ତି ମିଳିବ ।

ଏହି କଂମ୍ପାନୀର କହିବା ଅନୁସାରେ ୧୦୦ ଏମ୍ ଜି ଥିବା ପାସାକୋନାଜୋଲ ଟ୍ୟାବଲେଟ୍ ଓ ୩୦୦ ଏମ୍ ଜି କ୍ଷମତା ଥିବା ପାସାକୋନାଜୋଲ ଇଂଜେକସନ୍ ତିଆରି କରାଯାଇଛି । ଯାହା ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଉପରେ କାର୍ଯ୍ୟକାରୀ ହୋଇପାରିବ । ଏହି ଔଷଧକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ବି ମଂଜୁରୀ ମିଳିଯାଇଛି । ବ୍ଲାକ ଫଙ୍ଗସ୍‌ର ଔଷଧ ବଜାରରେ ପ୍ରତି ଟ୍ୟାବଲେଟ୍ ୬୦୦ ଟଙ୍କା ଉପଲବ୍ଧ ହେଉଥିବା ବେଳେ,ପ୍ରତି ଇଂଜେକସନ୍ ର ଦାମ୍ ୮୫୦୦ ଟଙ୍କା ରଖାଯାଇଛି ।

କୋଭିଡ-୧୯ରୁ ଠିକ୍ ହେବାପରେ ରୋଗୀମାନେ ମ୍ୟୁକୋରୋମାୟକୋସିସ ନାମକ ଦୁର୍ଲଭ ଫଙ୍ଗସ୍‌ର ଶିକାର ହେଉଛନ୍ତି । ରୋଗୀଙ୍କର ଆଖିର ଦୃଷ୍ଟିଶକ୍ତି ଚାଲିଯାଉଛି । ଏହି ଭାଇରସ୍ ଏତେ ଖତରନାକ ଯେ ଏଥିରେ ଅନେକ ଲୋକ ମୃତ୍ୟୁବରଣ କଲେଣି । ଏହି ରୋଗର ସର୍ବାଧିକ ପ୍ରଭାବ ରାଜସ୍ଥାନ,ବିହାର,ଉତ୍ତରପ୍ରଦେଶଓ ମହାରାଷ୍ଟ୍ରରେ ଦେଖିବାକୁ ମିଳୂଛି । ଅନ୍ୟନ୍ୟା ରାଜ୍ୟ ମାନଙ୍କରେ ବି ଏହି ରୋଗର ଅଳ୍ପ ବହୁତ ପ୍ରଭାବ ରହିଛି । ହେଲେ ରାଜସ୍ଥାନ ଏମିତି ଏକ ଜାଗା ଯେଉଁଠି ପୁଣି ୭୦୦ ନୂଆ ମାମଲା ସାମ୍ନାକୁ ଆସିଛି । କରୋନା ଠୁ ଭଲ ହୋଇଥିବା ରୋଗୀ ପୁଣିଥରେ ହସ୍ପିଟାଲରେ ଭର୍ତି ହେଉଛନ୍ତି । ଏହି ବ୍ଲାକ ଫଙ୍ଗସ୍ ସହ ମୁକାବିଲା କରିବା ଏତେ ଟା ବି ସହଜ ନହେଁ ବୋଲି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ।

Leave a Reply