spot_img

Latest Posts

ମାହିଙ୍କ ଅବିସ୍ମରଣୀୟ ସ୍ମୃତି

ମହେନ୍ଦ୍ର ସିଂ ଧୋନୀ  ବା ମାହି…ଏମିତି ଏକ ପରିଚିତ ନାମ ଯାହା କ୍ରିକେଟପ୍ରେମୀଙ୍କ ହୃଦୟରେ ଏକ ବିରାଟ ସ୍ଥାନ ଅକ୍ତିଆର କରିପାରିଛି , ସେ ଫିଲ୍ଡ଼କୁ ଓହ୍ଲାଇଲେ ଦେଖିବାକୁ ମିଳେ  ଜବରଦସ୍ତ କ୍ରେଜ୍ ,ତାଙ୍କ କ୍ରୀଡ଼ା ଦକ୍ଷତା ହେଉ ଅବା ନମ୍ର ବ୍ୟବହାର ସବୁଥିରେ ଆକୃଷ୍ଟ ହୁଅନ୍ତି ପ୍ରଶଂସକ  ।

ତେବେ କୁଲ୍ କ୍ୟାପଟାନର ଟ୍ୟାଗ ପାଇସାରିଥିବା ଧୋନୀଙ୍କ କ୍ରିକେଟ କ୍ୟାରିୟରରେ ଅନେକ ଅବିସ୍ମରଣୀୟ ମୁହୂର୍ତ୍ତ ରହିଛି । ଆଜ୍ଞା ହଁ ତାଙ୍କ ସ୍ମୃତିପଟୁରେ ଏମିତି କିଛି ଖାସ୍ ଅନୁଭୂତି ଅଛି ଯାହା ମନେପଡ଼ିଗଲେ ତାଙ୍କ ଓଠରେ ସ୍ୱତଃସ୍ପୃତ ଭାବରେ ହସ ଚାଲିଆସେ ଆଉ ସେ କୁହନ୍ତି ତାଙ୍କ ଜୀବନରେ ତାହା ହେଉଛି ସବୁଠୁ ମୂଲ୍ୟବାନ ସ୍ମୃତି ।

ନିକଟ ଅତୀତରେ ଜଣେ ଗଣମାଧ୍ୟମ ପ୍ରତିନିଧି ଧୋନୀଙ୍କୁ ପ୍ରଶ୍ନ କରିଥିଲେ “ମାହି..ଆପକେ ଜୀନ୍ଦେଗିକେ ସବସେ ଖାସ ପଲ୍ କ୍ୟାହୈ?” ଆଉ ତାପରେ ଧୋନୀ କହିଥିଲେ ଏ ଦୁଇଟି ଘଟଣା …..

୨୦୦୭ର ଟି-ଟ୍ୱେଣ୍ଟି ଓ୍ୱାର୍ଲଡ କପ ସାରି ଆମେ ଫେରୁଥାଉ, ଭାରତୀୟ ଦଳର ବିଜୟ ହୋଇଥିବାରୁ ଖୁବ ଖୁସିଥିଲୁ ଆମେ,ଭାରତ ଫେରିବା ପରେ ବସରେ ମୁମ୍ବାଇ ପହଞ୍ଚିଲୁ ଆଉ ତା ପରେ ମେରାଇନ ରୋଡ଼ରେ କିଛି ସମୟ ଛିଡ଼ା ହୋଇ ଥକା ମେଣ୍ଟୁଥାଉ, ହଠାତ ବଢିଚାଲିଲା ଭିଡ଼, ଟ୍ରାଫିକ ଜାମ କଥା ନକହିବା ଭଲ ,ରାସ୍ତାରେ ସେମିତି କାର ଠିଆକରି ଲୋକ ଦଉଡ଼ିଆସିଥିଲେ ପାଖକୁ ଛୁଟୁଥିଲା ଶୁଭେଚ୍ଛାର ସୁଅ ।

ଦ୍ୱିତୀୟ ଘଟଣା ତ ଆହୁରି ଖାସ୍ ୨୦୧୧ ଓ୍ୱାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାହେଉଥାଏ ଫାଇନାଲ ମ୍ୟାଚ୍, ଖେଳଟିକୁ ନିଜ ଅକ୍ତିଆରକୁ ଆଣିବାକୁ ଆଉ ୧୫/୨୦ରନ ଆବଶ୍ୟକ ଥିଲା,ଗ୍ୟାଲେରୀର ଦର୍ଶକ ହଠାତ ମିଳିତ ସ୍ୱରରେ ଗାଇଚାଲିଲେ ବନ୍ଦେ ମାତରମ୍ ସେ ସ୍ୱର୍ଣିମ ମୂହୁର୍ତ୍ତ ଆଜିବି ମନେପଡ଼ିଗଲେ ଗର୍ବରେ ଲୋମ ଟାଙ୍କୁରିଉଠେ ବୋଲି କହିଥିଲେ ମାହି ।

-ସ୍ମୃତିଲଗ୍ନା ନନ୍ଦ

Latest Posts

Don't Miss