ମାହିଙ୍କ ଜର୍ସି ନଂ ୭କୁ ଅବସର, ମଇଦାନରେ ଆଉ କେବେ ଦେଖିବାକୁ ମିଳିବନି ଏହି ଜର୍ସି

1 min read

ନୂଆଦିଲ୍ଲୀ: ଜର୍ସି ନମ୍ବର ୭କୁ ଅବସର ବିସିସିଆଇର ବଡ଼ ନିଷ୍ପତ୍ତି। ବହୁଚର୍ଚ୍ଚିତ ଜର୍ସି ନମ୍ବର ୭କୁ ଅବସର ଦେଲା ବିସିସିଆଇ। ମହେନ୍ଦ୍ର ସିଂହ ଧୋନିଙ୍କର ୭ ଥିଲା ଲକି ନମ୍ବର। ଦୁଇ ଥର ବିଶ୍ବବିଜୟୀ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି । ତିନି ବର୍ଷ ତଳୁ ମାହି ରିଟାୟାର୍ଡ ନେଇସାରିଛନ୍ତି। ମାଷ୍ଟରବ୍ଲାଷ୍ଟର  ସଚିନ ତେନ୍ଦୁଲକରଙ୍କ ପରେ ରାଞ୍ଚି ହିରୋଙ୍କୁ ଏହି ଖାସ୍ ସମ୍ମାନ ଦେଇଛି ବିସିସିଆଇ।

ବିସିସିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଣିକି ଏହି ୭ ନଂ ଜର୍ସି କୌଣସି ନୂଆ ଖେଳାଳି ପିନ୍ଧିପାରିବେ ନାହିଁ । ଏପରିକି ଭାରତୀୟ ଖେଳାଳିଙ୍କ ପାଇଁ ୭ ନଂ ଜର୍ସି ଉପଲବ୍ଧ ରହିବ ନାହିଁ। କ୍ରିକେଟରେ ଧୋନୀଙ୍କ ଅବଦାନକୁ ସମ୍ମାନ ଜଣାଇ ତାଙ୍କ ଟି-ସାର୍ଟକୁ ଅବସର ଦେବାକୁ ନିଷ୍ପତ୍ତି ନେଇଛି। ଫଳରେ ମଇଦାନରେ ଆଉ ଦେଖିବାକୁ ମିଳିବ ନାହିଁ ଜର୍ସି ନଂ-୭। ତେବେ ପୂର୍ବରୁ ୨୦୧୭ରେ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ଜର୍ସି ନଂ ୧୦କୁ ବିଦାୟ ଦିଆଯାଇଥିଲା ।

ସୂଚନାଯୋଗ୍ୟ, ଅଗଷ୍ଟ ୨୦୨୦ରେ ଧୋନି ଅବସର ନେଇଥିଲେ । ଏହାର ସାଢେ ତିନି ବର୍ଷ ପରେ ବିସିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଇଂଲଣ୍ଡର ମଞ୍ଚେଷ୍ଟରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୨୦୧୯ ବିଶ୍ୱକପ ସେମିଫାଇନାଲରେ ଧୋନୀ ଶେଷ ଥର ପାଇଁ  ଭାରତର ଜର୍ସି ନମ୍ବର ୭ ପିନ୍ଧି ମଇଦାନକୁ ଓହ୍ଲାଇଥିଲେ। ଧଳା ବଲ୍ ଫର୍ମାଟରେ ୩ ଆଇଇସିସି ଟୁର୍ଣ୍ଣାମେଣ୍ଟ ଜିତିବାରେ ସେ ହେଉଛନ୍ତି ଏକମାତ୍ର ଅଧିନାୟକ। ଏମଏସ ଧୋନି ୨୦୦୭ ଟି-୨୦ ବିଶ୍ବକପ, ୨୦୧୧ ଦିନିକିଆ ବିଶ୍ବକପ, ଏବଂ ୨୦୧୩ ଚାମ୍ପିୟନ୍ସ ଟ୍ରଫି ବିଜେତା ଅଧିନାୟକ। ଧୋନି ଇଣ୍ଟରନାସନାଲ କ୍ରିକେଟରୁ ୨୦୨୦ରେ ଅବସର ନେଇଥିଲେ।