ଧୋନୀଙ୍କୁ ନେଇ ଏମିତି ମଜା କଲେ ଜାଡେଜା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

1 min read

ନନ୍ଦିଘୋଷ ବ୍ୟୁରୋ: ସୋମବାର ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ଭେଟିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ୭ ଓ୍ବିକେଟରେ ଚେନ୍ନାଇ ଏହି ମ୍ୟାଚ୍ ଜିତିଥିଲା । ତେବେ ଏମଏସ ଧୋନୀ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇବା ପୂର୍ବରୁ ଜାଡେଜା ଆସିଥିଲେ । ଏବଂ ପରେ ପୁଣିଥରେ ଫେରି ଯାଇଥିଲେ । ଶିଭମ ଦୁବେ ଆଉଟ୍ ହେବା ପରେ ଧୋନୀ ବ୍ୟାଟିଂ ଆସିଥିଲେ । ତେବେ ଏହା ପୂର୍ବରୁ ମଜା କରି ଜାଡେଜା ଆଗକୁ ଆସିଥିଲେ । ପ୍ରଶଂସକମାନେ ଧୋନୀ ଧୋନୀ କହି ଚିୟରଅପ ସେତେବେଳେ ଏଭଳି ମଜା କରିଥିଲେ ଜାଡେଜା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସେପଟେ ଷ୍ଟାଡିୟମରେ ଧୋନୀ ଧୋନୀ କହି ଦର୍ଶକମାନେ ଏଭଳି ଭାବେ ଶବ୍ଦ କରିଥିଲେ କି, ରସେଲଙ୍କୁ କାନ ବନ୍ଦ କରିବାକୁ ପଡ଼ିଥିଲା   । ବାଉଣ୍ଡୁରୀ ଲାଇନରେ ଫିଲ୍ଡି କରୁଥିବା ରସେଲ କାନ ବନ୍ଦ କରିଥିବାର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ଅନ୍ୟପଟେ ମ୍ୟାଚ୍ ସରିବା ପରେ ଧୋନୀ ଏବଂ ଗମ୍ଭୀର ଉଭୟଙ୍କ ହାତ ମିଳାଇଥିଲେ ।