ଧୋନୀଙ୍କ ବଡ଼ ଫ୍ୟାନ୍, ଘରର ନାଁ ଦେଲେ ମାହି ହାଉସ୍

1 min read

ନନ୍ଦିଘୋଷ ବ୍ୟୁରୋ: ମହେନ୍ଦ୍ର ସିଂ ଧୋନୀଙ୍କ ବଡ ଫ୍ୟାନ। ଘରର ନାଁ ଦେଇଛନ୍ତି ମାହି ହାଉସ। ଚେନ୍ନାଇ ସୁପର କିଙ୍ଗ ଥିମରେ ଘର। ହଳଦିଆ ରଙ୍ଗର ମାହି ହାଉସ କରି ଚର୍ଚ୍ଚାରେ ପୁରୀ ଡେଲାଙ୍ଗ ତୈଳା ସାହିର ତପନ ପ୍ରଧାନ। ଘର ଭିତରେ ବି ରହିଛି ଧୋନୀଙ୍କର କ୍ରିକେଟ ସମୟର ଅନେକ ସ୍ମରଣୀୟ ଫଟୋ। ଘର ବାହାରେ ସେଲଫି ପାଇଁ ଭିଡ।

କ୍ଯାପଟେନ୍ କୁଲ ମହେନ୍ଦ୍ର ସିଂ ଧୋନୀଙ୍କର ଅନେକ ଫ୍ଯାନ ଅଛନ୍ତି। ଏ ଫ୍ଯାନ ଟିକେ ନିଆରା। ନିଜ ଘରକୁ ମାହି ହାଉସର ନାଁ ଦେଇଛନ୍ତି ପୁରୀ ଡେଲାଙ୍ଗ ତୈଳା ସାହିର ତପନ ପ୍ରଧାନ। ଚେନ୍ନାଇ ସୁପର କିଂ ଥିମରେ ଘର ର ରଙ୍ଗ ଏକଦମ ହଳଦିଆ। ଘର ବାହାରେ ଦୁଇ କାନ୍ଥରେ ମହେନ୍ଦ୍ର ସିଂ ଧୋନୀଙ୍କର ଦୁଇଟି ବଡ ବଡ ପ୍ରତିଛବି। ଘର ଭିତର କାନ୍ଥରେ ଲାଗିଛି ଧୋନୀଙ୍କର କ୍ରିକେଟ ସମୟର ଅନେକ ସ୍ମରଣୀୟ ଫଟୋ।

୨୦୦୭ T20 ୱାର୍ଲଡ଼ କପ୍ ଜିତିବା ପରଠାରୁ ଧୋନୀଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛନ୍ତି ତପନ। ସେବେଠାରୁ ଏଭଳି ଏକ ଘର ନିର୍ମାଣ କରିବା ପାଇଁ ତପନଙ୍କ ମନରେ ସ୍ୱପ୍ନ ଥିଲା। ଆଉ ମାହି ହାଉସ ନିର୍ମାଣ ପରେ ସ୍ଥାନୀୟ ଲୋକେ ତପନଙ୍କୁ ଖୁବ୍ ପ୍ରଶଂସା କରୁଥିବା ବେଳେ ଘର ଆଗରେ ସେଲ୍ଫି ନେବା ପାଇଁ ଭିଡ ଜମାଉଛନ୍ତି। ଆଇପିଏଲ ମ୍ୟାଚ ସମୟରେ ତପନ ଧୋନୀଙ୍କୁ ଷ୍ଟାଡିୟମଠୁ ଦୂରରୁ ଦେଖିଥିଲେ। ପାଖରେ କେବେ ଦେଖିବାର ଆଉ ସୁଯୋଗ ମିଳିନି। ଭବିଷ୍ଯତରେ ଧୋନୀଙ୍କୁ ପାଖରୁ ଦେଖିବାର ଲକ୍ଷ୍ଯ ରଖିଛନ୍ତି ତପନ।