spot_img

Latest Posts

ଧୋନୀଙ୍କ ସ୍ୱର୍ଣ୍ଣିମ ୧୫ବର୍ଷ

ଅନ୍ତର୍ଜାତୀୟ କ୍ରିକେଟରେ ୧୫ ବର୍ଷ ପୂରା କରିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ସେ ଭାରତୀୟ ରେଲୱେଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ କ୍ରିକେଟ ପ୍ରର୍ଯ୍ୟନ୍ତ ସବୁଠାରେ ନିଜର ଦକ୍ଷତାକୁ ପ୍ରମାଣିତ କରିଛନ୍ତି । ଆଜିକୁ ଠିକ୍‌ ୧୫ ବର୍ଷ ତଳେ ୨୦୦୪, ଡିସେମ୍ବର ୨୩ ତାରିଖରେ ଧୋନୀ ସୌରଭ ଗାଙ୍ଗୁଲିଙ୍କ ଅଧିନାୟତ୍ୱରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।

ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସେ ପ୍ରଥମ ବଲରେ ହିଁ ରନ୍‌ ଆଉଟ୍‌ ହୋଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ କିଛି ଖାସ୍‌ କରିପାରି ନ ଥିଲେ ଧୋନୀ । ପ୍ରଥମ ଥର ପାଇଁ ତାଙ୍କୁ ପ୍ରମୋଟ କରିଥଲେ ସୌରଭ ଗାଙ୍ଗୁଲି ।  ଏବଂ ତାଙ୍କୁ ୩ ନମ୍ବରରେ ପଠାଇଥିଲେ ମଇଦାନକୁ ଆଉ ତା’ପରେ ଦେଖିବାକୁ ମିଳିଥିଲା ଧୋନୀଙ୍କ ଧମାକା । ମୈଦାନରେ ରଚିଥିଲେ ଇତିହାସ ।

ତୃତୀୟ ମ୍ୟାଚ୍‌ରେ ୧୨୩ବଲରେ ୧୪୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ଦୀର୍ଘ ୧୫ ବର୍ଷ ମଧ୍ୟରେ ସେ କେବଳ ଦେଶ ନୁହେଁ, ବିଶ୍ୱର ସବୁଠୁ ସଫଳ ଅଧିନାୟକ ଭାବେ ବିବେଚିତ ହେଉଛନ୍ତି ।

ଧୋନୀଙ୍କ ଅଧିନାୟିକତ୍ୱରେ ୨୮ ବର୍ଷ ପରେ ଭାରତ ଦ୍ୱିତୀୟଥର ପାଇଁ ୨୦୧୧ ଓ୍ୱାଲ୍‌ଡ କପ୍‌ ହାତେଇଥିଲା ।ବିଶ୍ୱର ଏକମାତ୍ର ଅଧିନାୟକ ଭାବେ ଧୋନୀ ୨୦୦୭ରେ ଟି୨୦ ବିଶ୍ୱକପ୍‌, ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାତେଇଛନ୍ତି। ଏକଦା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର କହିଥିଲେ, ‘ଯେତେ ଅଧିନାୟକଙ୍କ ନେତୃତ୍ୱରେ ଖେଳିଛି, ସେମାନଙ୍କ ମଧ୍ୟରୁ ଧୋନୀ ଶ୍ରେଷ୍ଠ’। ଏହି ଓ୍ୱିକେଟ୍‌କିପର ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ ସ୍ତରରେ ୯୦ ଟେଷ୍ଟ, ୩୫୦ ଦିନିକିଆ ଓ ୯୮ ଟି୨୦ ଖେଳିସାରିଛନ୍ତି। ୩୮ ବର୍ଷୀୟ ଭେଟେରାନଙ୍କ ନାମରେ ମୋଟ ୧୭,୨୬୬ ରନ୍‌ ରହିଛି। ଆଉ ଓ୍ୱିକେଟ୍‌ ପଛରେ ରହି ୮୨୯ ବ୍ୟାଟ୍ସମ୍ୟାନଙ୍କୁ ଓ୍ୱିକେଟ୍‌ ନେଇସାରିଛନ୍ତି ।

Latest Posts

Don't Miss