spot_img

Latest Posts

ୟୁକ୍ରେନ ନିର୍ମିତ ବିଶ୍ୱର ବୃହତ୍ତମ ବିମାନକୁ ନଷ୍ଟ କଲା ଋଷ ସେନା

କିଏଭ୍: ବିଶ୍ୱର ବୃହତ୍ତମ ବିମାନକୁ ନଷ୍ଟ କଲା ଋଷ ସେନା । ୟୁକ୍ରେନ ବିଶ୍ୱର ଏହି ବୃହତ୍ତମ ବିମାନଟିକୁ ଋଷ ସେନା ନଷ୍ଟ କରିଦେଇଥିବା ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି ।

ଏଏନ୍‌-୨୨୫ ‘ମ୍ରିୟା’ (ୟୁକ୍ରେନ୍‌ ଭାଷାରେ ଏହାର ଅର୍ଥ ‘ସ୍ୱପ୍ନ’) ନାମକ ଉକ୍ତ ବୃହତ୍ତକାୟ ବିମାନକୁ ୟୁକ୍ରେନୀୟ ବିମାନ ନିର୍ମାଣକାରୀ କମ୍ପାନୀ ‘ଆଣ୍ଟୋନୋଭ୍‌’ ନିର୍ମାଣ କରିଥିଲା। ଋଷ ସେନାଙ୍କ ବୋମା ବର୍ଷଣ ଯୋଗୁଁ କିଏଭ୍‌ ବାହାରେ ଥିବା ‘ହୋସ୍ତୋମେଲ୍‌ ବିମାନ ବନ୍ଦର’ରେ ବିଶ୍ୱର ସର୍ବବୃହତ୍ତ ମାଲବାହୀ ବିମାନ ଭାବେ ମାନ୍ୟତା ପାଇଥିବା ‘ମ୍ରିୟା’ ପୋଡ଼ିଯାଇଥିବା କୁହାଯାଉଛି।

World's largest plane 'Mriya' destroyed by Russian strikes in Ukraine:  Minister

ଧ୍ୱଂସ ପାଇଥିବା ବିମାନ ପାଇଁ ଶୋକ ପ୍ରକଟ କରି ୟୁକ୍ରେନ୍‌ର ସରକାରୀ ଟ୍ୱିଟର ହ୍ୟାଣ୍ଡଲ୍‌ରେ ଲେଖାଯାଇଛି: ବିଶ୍ୱର ବୃହତ୍ତମ ବିମାନ ‘ମ୍ରିୟା’କୁ (ସ୍ୱପ୍ନ) କିଏଭ୍‌ ନିକଟବର୍ତ୍ତୀ ବିମାନ ବନ୍ଦରରେ ଦଖଲକାରୀ ଋଷ ସେନା ଧ୍ୱସଂ କରିଛି । ଆମେ ସେହି ବିମାନକୁ ପୁଣି ଥରେ ନିର୍ମାଣ କରିବୁ । ଶକ୍ତିଶାଳୀ, ସ୍ୱାଧୀନ ଏବଂ ଗଣତାନ୍ତ୍ରିକ ୟୁକ୍ରେନ୍‌ ଗଠନ ନିମନ୍ତେ ଥିବା ଆମର ଅଭିଳାଷ ପୂରଣ କରିବୁ।  ଅନ୍ୟପକ୍ଷରେ ବିମାନର ନିର୍ମାଣକାରୀ କମ୍ପାନୀ ଟ୍ୱିଟ୍ କରି କହିଛି: ‘ଏଏନ୍‌-୨୨୫’କୁ ବିଶେଷଜ୍ଞମାନେ ଯାଞ୍ଚ ନ କରିବା ପର୍ଯ୍ୟନ୍ତ ତା’ର ବୈଷୟିକ ଅବସ୍ଥା ସଂକ୍ରାନ୍ତରେ ଆମେ କୌଣସି ରିପୋର୍ଟ ଦେଇ ପାରିବୁ ନାହିଁ। ପରବର୍ତ୍ତୀ ଔପଚାରିକ ଘୋଷଣା ପର୍ଯ୍ୟନ୍ତ ପ୍ରତୀକ୍ଷା କରନ୍ତୁ।

Latest Posts

Don't Miss