ମିଷ୍ଟର ଓଡ଼ିଶା ହେଲେ ସୌମ୍ୟ ରଞ୍ଜନ ଓ ଜ୍ଞାନଞ୍ଜଳି ସାହୁ ହାତେଇଲେ ମିସ୍ ଓଡ଼ିଶା ଟାଇଟଲ୍

ସମ୍ୱଲପୁର: ସମ୍ବଲପୁରରେ ଆୟୋଜିତ ହୋଇଛି ମିଷ୍ଟର ଓ ମିସ୍ ଓଡ଼ିଶା ୨୦୨୨ । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୩୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ କଟକର ଜ୍ଞାନଞ୍ଜଳୀ ସାହୁ ମିସ୍ ଓଡ଼ିଶା ଟାଇଟଲ ହାତେଇଥିବାବେଳେ ମିଷ୍ଟର ଓଡ଼ିଶା ହୋଇଛନ୍ତି ସମ୍ବଲପୁରର ସୌମ୍ୟ ରଞ୍ଜନ ପ୍ରଧାନ । ସମ୍ବଲପୁର ବଡି ବିଲ୍ଡର୍ସ ଆଣ୍ଡ ଫିଟନେସ ଆସୋସିଏସନ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା ।

କଟକର ଜ୍ଞାନଞ୍ଜଳୀ ସାହୁ ହେଲେ ମିସ୍ ଓଡ଼ିଶା ୨୦୨୨ । ମିଷ୍ଟର ଓଡ଼ିଶା ଟାଇଟଲ ହାତେଇଲେ ସମ୍ବଲପୁରର ସୌମ୍ୟରଞ୍ଜନ ପ୍ରଧାନ । ସମ୍ବଲପୁରରେ ଦୀର୍ଘ ୧୧ ବର୍ଷ ପରେ ଆୟୋଜିତ ହୋଇଥିଲା ମିଷ୍ଟର ଓ ମିସ୍ ଓଡ଼ିଶା ୨୦୨୨ । ବଡି ବିଲ୍ଡର୍ସ ଆଣ୍ଡ ଫିଟନେସ୍ ଆସୋସିଏସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୩୧ ଜଣ ପ୍ରଫେସନାଲ ପ୍ରତିଯୋଗୀ ଭାଗ ନେଇଥିଲେ । ମୋଟ ୧୯ଟି ବର୍ଗରେ ନିଜର ସୁନ୍ଦର ସ୍ୱାସ୍ଥ୍ୟ କୌଶଳ ପ୍ରଦର୍ଶନ କରିଥିଲେ ପ୍ରତିଯୋଗୀ । ପ୍ରଥମଥର ପାଇଁ ମିସ୍ ଓଡିଶା ୨୦୨୨ ଆୟୋଜିତ ହୋଇଥିବାବେଳେ ଏଥିରେ ଭାଗ ନେଇ ବେଶ ଉତ୍ସାହିତ ଥିଲେ ପ୍ରତିଯୋଗୀ ।

ପୁରୁଷ ବଡି ବିଲ୍ଡିଂରେ ୯ଟି, ପୁରୁଷ ବରମୁଡାରେ ୩ଟି, ମହିଳା ବଡି ବିଲ୍ଡିଂରେ ୨ଟି, ମାଷ୍ଟର ବର୍ଗରେ ଗୋଟିଏ ଓ ଜୁନିଅର ବର୍ଗପାଇଁ ମୋଟ ୧୯ଟି ବର୍ଗରେ ହୋଇଥିଲା ପ୍ରତିଯୋଗିତା । ସମ୍ବଲପୁର ଅଇଁଠାପାଲୀ ପିଏଚଡି ପଡିଆରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ । ପ୍ରତିଯୋଗିତାକୁ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ରାଢାଖୋଲ ବିଧାୟକ ରୋହିତ ପୂଜାରୀ, ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ଉଦଘାଟନ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ହିଟ୍ ଓ୍ୱେଭ୍ ପାଇଁ ଆକ୍ସନ ପ୍ଳାନ୍: ୧୧ଟାରୁ ୩ଯାଏଁ ଗଡ଼ିବନି ବସ୍