spot_img

Latest Posts

ପାକିସ୍ତାନ ସଂସଦରେ ସରିଫଙ୍କୁ ଟାର୍ଗେଟ କଲେ ସାଂସଦ

ନନ୍ଦିଘୋଷ ବ୍ୟୁରୋ: ବିଲୁଆ ସେନାର ନେତୃତ୍ବ ବାଘ ନେଲେ ବିଲୁଆମାନେ ବି ବାଘ ଭଳି ଲଢେଇ କରନ୍ତି। କିନ୍ତୁ ଯେତେବେଳେ ବାଘଙ୍କ ନେତୃତ୍ବ ବିଲୁଆ ନିଅନ୍ତି, ସେତେବେଳେ ବାଘ ବି ବିଲୁଆ ଭଳି ଆଚରଣ କରେ। ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ଏହି ଉଦାହାରଣ ଦେଇ ସମାଲୋଚନା କରିଛନ୍ତି ସାଂସଦ ଶାହିଦ ଅହମ୍ମଦ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କର ସଂସଦ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀଙ୍କ ନାଁ ନେବାର ସାହସ ନାହିଁ। ଭାରତ ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି । ହେଲେ ଆମ ପ୍ରତିରକ୍ଷା ମନ୍ତ୍ରୀ କଣ କହୁଛନ୍ତି ସେ ଜାଣି ନାହାଁନ୍ତି । ଆମ ସେନାମୁଖ୍ୟ ଲୁଚି ପଳେଇଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ପରିବାରକୁ ବଙ୍କର ମଧ୍ୟରେ ଲୁଚାଇ ରଖିଛନ୍ତି । ସାଧାରଣ ଲୋକଙ୍କ ମଧ୍ୟରେ ହାହାକାର ଖେଳିଯାଇଛି। ହେଲେ ସାହାସୀ ପାକିସ୍ତାନୀ ସେନାର ମୁଖ୍ୟ ପ୍ରଧାନମନ୍ତ୍ରୀ ବିଲୁଆ ଭଳି ଆଚରଣ କରୁଛନ୍ତି ବୋଲି କଟୁ ସମାଲୋଚନା କରିଛନ୍ତି ସଂସଦ ଶାହିଦ ଅହମ୍ମଦ।

Latest Posts

Don't Miss