ନିଟ୍ ପ୍ରତିବାଦ ବେଳେ ରାଜ୍ୟସଭା ସାଂସଦ ଫୁଲୋ ଦେବୀ ଆହତ

ନୂଆଦିଲ୍ଲୀ: ନିଟ୍ ବିବାଦକୁ ନେଇ ରାଜ୍ୟସଭାରେ ହୁଲୁସ୍ତୁଲ । ପ୍ରତିବାଦ କରୁ କରୁ ତଳେ ପଡିଗଲେ କଂଗ୍ରେସ ରାଜ୍ଯସଭା ସାଂସଦ ଫୁଲୋ ଦେବୀ ନେତମ । ଫଳରେ ସେ ଆଡତ ହୋଇଛନ୍ତି । ତାଙ୍କୁ ରାମମନୋହର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସଂସଦରେ ଗୃହକାର୍ଯ୍ୟ ଜାରି ରହିଥିବାବେଳେ ନିଟ୍ ପ୍ରଶ୍ନପତ୍ର ଲିକ୍ ଓ ଅନ୍ଯାନ୍ଯ ପ୍ରସଙ୍ଗରେ ଗୃହରେ ହୋହାଲ୍ଲା ହୋଇଥିଲା । ଅନ୍ଯ ସଦସ୍ଯମାନଙ୍କ ସହ ଗୃହର ମଧ୍ଯଭାଗକୁ ଆସି ପ୍ରତିବାଦ କରିଥିଲେ କଂଗ୍ରେସ ସାଂସଦ ଫୁଲୋ ଦେବୀ । ତେବେ ସେ ପ୍ରତିବାଦ କରୁଥିବା ଅବସ୍ଥାରେ ହଠାତ୍ ତଳେ ପଡିଯାଇଥିଲେ । ଏବେ ସେ ରାମମନୋହର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସେ ୨୦୨୦ରୁ ଛତିଶଗଡରୁ ରାଜ୍ଯସଭାକୁ ନିର୍ବାଚିତ ହୋଇଛନ୍ତି । ସେ ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରେ ଭେଟିଛନ୍ତି ଏଆଇସିସି ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ।