ଅସହାୟଙ୍କ ଭରସା ପାଲଟିଛି ମୋ ପରିବାର, ବାହାରିନରୁ ଓଡ଼ିଶା ଆସିଲା ମୃତ ଯୁବକଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର: ଓଡ଼ିଶା ମୋ ପରିବାର ସମନ୍ଵୟ ରେ ବାହାରିନରୁ  ଆସିଲା ଓଡ଼ିଆ ଯୁବକଙ୍କ ପାର୍ଥିବ ଶରୀର । ଚାନ୍ଦବାଲି କିସ୍ମତ ଗାଁ ର ଯୁବକ ଦେବାଶିଷ ସାହୁ । ବାହାରିନରେ କ୍ରାଉନ ଇଲେକ୍ଟିକାଲ କମ୍ପାନୀରେ ଦୀର୍ଘ ୫ବର୍ଷ ହେବ କାର୍ଯ୍ୟ କରୁଥିଲେ ଦେବାଶିଷ । ଦୁର୍ଭାଗ୍ୟବଶତଃ ଗତ ନଭେମ୍ବର ୧୬ ତାରିଖରେ କାର୍ଯ୍ୟ କରୁଥିବା ସମୟରେ ଗ୍ୟାସ ଦୁର୍ଘଟଣା ରେ ତାଙ୍କର ମୃତ୍ୟୁ ଘଟିଥିଲା ।

ତାଙ୍କର ପାର୍ଥିବ ଶରୀରକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ପରିବାର ଲୋକେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ସମ୍ପର୍କରେ ଓଡ଼ିଶା – ମୋ ପରିବାରର ଖବର ଦିଆଯାଇଥିଲା ।  ପରେ ଓଡିଶା – ମୋ ପରିବାର ତରଫରୁ ଏହି ସମସ୍ୟା ସମ୍ପର୍କରେ ରାଜ୍ୟସଭା ସାଂସଦ ଡ . ସସ୍ମିତ ପାତ୍ର ଙ୍କୁ ଅଵଗତ କରାଯାଇଥିଲା ।

ଡ. ପାତ୍ର  ସମସ୍ୟା ସମ୍ପର୍କରେ ଜାଣିବା ପରେ ବାହାରିନ୍ ରେ ଥିବା ଓଡ଼ିଆ ସମାଜ ସହଯୋଗରେ ମୃତ ଯୁବକ ଦେବାଶିଷର ପାର୍ଥିବ ଶରୀରକୁ ଭୁବନେଶ୍ଵର ଅଣାଯାଇଛି । ଆଜି ଅପରାହ୍ନ ୨ଟା୧୫ ରେ ଦେବାଶିଷର ମରଶରୀର ଭୁବନେଶ୍ଵର ବିମାନବନ୍ଦର ପହଞ୍ଚିଥିଲା । ଓଡ଼ିଶା ମୋ ପରିବାର ମୃତ ଶରୀରକୁ ଆଣି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା ।

Leave a Reply