ସଂସଦ ଭିତରେ ଜୋତାରେ ବିୟର ପିଇଲେ ସାଂସଦ !

ନନ୍ଦିଘୋଷ ବ୍ୟୁରୋ: ସଂସଦ ହେଉଛି ଏପରି ଏକ ସ୍ଥାନ ଯେଉଁଠାରୁ ଦେଶ ପରିଚାଳିତ ହୁଏ । ଏଠାରେ ନୀତି ନିର୍ଣ୍ଣୟ କରାଯାଏ । ଏଠାରେ ବସିଥିବା ଲୋକେ ଲକ୍ଷ ଲକ୍ଷ ଲୋକଙ୍କ ଭବିଷ୍ୟତ ନିର୍ଣ୍ଣୟ କରିଥାନ୍ତି । ଥରେ କଳ୍ପନା କରନ୍ତୁ ତ ଏପରି ସ୍ଥାନରେ ଏପରି ଏକ ପବିତ୍ର ଗୃହରେ ଯଦି ଖୋଦ ସାଂସଦ ମଦ ପିଅନ୍ତି ତାହାଲେ ଦେଶର ଭବିଷ୍ୟତ କ’ଣ ହେବ?
ଏପରି ଏକ ଘଟଣା ସଂସଦରେ ଘଟିଛି । ଅଷ୍ଟ୍ରେଲିୟା ସଂସଦରେ ଜଣେ ସାଂସଦ ଜୋତାରେ ବିୟର ଢାଳି ପିଇଛନ୍ତି । ଆଉ ସାଂସଦ ମଦ ପିଇବା ପରେ ଅନ୍ୟମାନେ ତାଳି ମାରିଥିଲେ ।
ଏହା କୌଣସି ନାଟକ ନୁହେଁ ଏହା ସମ୍ପୂର୍ଣ୍ଣ ସତ ।
ସାଂସଦ କାଇଲ ମ୍ୟାକଗିନ ତାଙ୍କ ଶେଷ ଭାଷଣ ସମୟରେ ନିଜ ଜୋତାରୁ ବିୟର ପିଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । କେହି କିଛି ସମୟ ପାଇଁ ବୁଝି ପାରିଲେନି ଯେ, ଏଠାରେ ଘଟୁଛି କ’ଣ । ତା’ ପରେ ସମସ୍ତେ ହସିବାକୁ ଲାଗିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଥିଲା । ପରେ ସେ କହିଥିଲେ ଯେ, ନିଜର ଶେଷ ଭାଷଣକୁ ସ୍ମରଣୀୟ କରିବାପାଇଁ ଏପରି କରିଛନ୍ତି ।
ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଜୋତାରେ ମଦ ପିଇବାକୁ ଅଷ୍ଟ୍ରେଲିୟାରେ ଶୁଭ ବୋଲି ଧରାଯାଏ । ଏହା ଶୁଣିବାକୁ ଅଜବ ଲାଗୁଥିଲେ ବି ଅନେକ ଅଷ୍ଟ୍ରେଲିୟ ଏପରି କରୁଥିବାର ଦେଖାଯାଏ ।