ବିଜେଡିରେ ସାମିଲ ହେବା ପରେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ

ଭୁବନେଶ୍ବର: ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେବା ପରେ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦେଇଛନ୍ତି ପାଣ୍ଡିଆନ । ଓଡ଼ିଶା ଓ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଇଁ ଏହା ଐତିହାସିକ ମୁହୂର୍ତ୍ତ । ରାଜ୍ୟର ବିକାଶ ପାଇଁ ନିରବଚ୍ଛିନ୍ନ ଉଦ୍ୟମ କରୁଛନ୍ତି କାର୍ତ୍ତିକ ପାଣ୍ଡିଆନ । ଓଡ଼ିଶାରେ ବିକାଶର ଏକ ନୂତନ ସକାଳ ଆରମ୍ଭ ହେଲା ବୋଲି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି । ବିଜେଡିକୁ ତୃଣମୂଳସ୍ତରରୁ ସଶକ୍ତ ଓ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ କାର୍ତ୍ତିକ ପାଣ୍ଡିଆନ । ରାଜ୍ୟକୁ ବିଶ୍ୱସ୍ତରରେ ପରିଚିତ କରାଇବାକୁ ସମର୍ଥନ ଓ ସହଯୋଗ ଜଣାଉଛି ବୋଲି କହିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ ।