spot_img

Latest Posts

ଓଡ଼ିଶାର ପର୍ଯ୍ୟଟନ ବିକାଶ ନେଇ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନ

ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ କଣ ପ୍ରସ୍ତାବ ଦେଇଛନ୍ତି? ସ୍ବଦେଶ ଦର୍ଶନ, ପ୍ରସାଦ ଯୋଜନାରେ ଓଡ଼ିଶାକୁ କେନ୍ଦ୍ର ସରକାର କେତେ ପାଣ୍ଠି ଦେଇଛନ୍ତି? ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ବିକାଶକୁ ତ୍ବାରାନ୍ବିତ କରିବାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ କଣ?  ରାଜ୍ୟର ପର୍ଯ୍ୟଟନ ବିକାଶ ନେଇ ଆଜି ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱାତଙ୍କୁ ଅଣତାରକା ପ୍ରଶ୍ନ ପଚାରିଥିଲେ। ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ହୀରାକୁଦ ଓ ସାତକୋଶିଆ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା କେନ୍ଦ୍ର ସରକାର ୧୩୧ କୋଟି ୯୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଭାରତ ସରକାର ରାଜ୍ୟମାନଙ୍କ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ ପାଇଁ ସ୍ବତନ୍ତ୍ର ଆର୍ଥିକ ସହାୟତା ପାଣ୍ଠି ଯୋଗାଇଥାନ୍ତି। ସ୍ବଦେଶ ଦର୍ଶନ ଟୁ-ପଏଣ୍ଟ ଜିରୋ ବା ଏସଡି-୨ ଯୋଜନା ଅନ୍ତର୍ଗତ ରାଜ୍ୟ ପଠାଇଥିବା ବିସ୍ତୃତ ପ୍ରକଳ୍ପ ଆଧାରରେ କେନ୍ଦ୍ର ସହାୟତା ପାଣ୍ଠି ପ୍ରଦାନ କରୁଛନ୍ତି। ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଆଧାରରେ ସିବିଡିଡି ଓ ପ୍ରସାଦ ଯୋଜନାରେ ଅନେକ ପର୍ଯ୍ୟଟନ ସ୍ଥଳୀର ବିକାଶ କାମ ଚାଲୁ ରହିଛି। ନିୟମିଚ ବ୍ୟବଧାନରେ କେନ୍ଦ୍ର ସରକାର ରାଜ୍ୟମାନଙ୍କରେ ଚାଲୁ ରହିଥିବା ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ ନେଇ ସମୀକ୍ଷା କରୁଛନ୍ତି।

Latest Posts

Don't Miss