ଗର୍ଭବତୀଙ୍କ ସ୍ବାସ୍ଥ୍ଯକୁ ନେଇ ବିଜେଡି ସାଂସଦଙ୍କ ଉଦବେଗ

1 min read

ନୂଆଦିଲ୍ଲୀ : ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ବଢ଼ୁଥିବା ରକ୍ତଚାପ ଜନିତ ରୋଗକୁ ନେଇ ରାଜ୍ୟସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ | ଉଚ୍ଚରକ୍ତଚାପ, ହାଇପରଟେନସନ ଓ ଅଙ୍ଗ ଅକାମୀ ହେବା ଯୋଗୁଁ ଗର୍ଭବତୀମାନଙ୍କ ଜୀବନ ବନ ପ୍ରତି ବିପଦ ସୃଷ୍ଟି ହୋଇଛି। ୨୦୧୯-୨୦୨୩ ମଧ୍ୟରେ ମଧ୍ୟରେ କେତେ ଗର୍ଭବତୀ ମହିଳା ଏଥିରେ ଆକ୍ରାନ୍ତ ହୋଇଛନ୍ତି  ଓ ଏହାର ନିରାକରଣ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଉତ୍ତର ଲୋଡ଼ିଛନ୍ତି ମାନସ ମଙ୍ଗରାଜ ।

ବିଜେଡି ସାଂସଦ ଶ୍ରୀ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ପଟେଲ କହିଛନ୍ତି ଯେ, ଦେଶରେ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୫-୧୦ ପ୍ରତିଶତ ମହିଳା ଏଥିରେ ପୀଡ଼ିତ ହେଉଛନ୍ତି। ୨୦୧୯-୨୦ରେ ୫ ଲକ୍ଷ ୯୯ ହଜାର ୬୧୧ ଜଣଙ୍କଠାରେ ଏହି ରୋଗ ଚିହ୍ନଟ ହୋଇଥିବା ବେଳେ ୨୦୨୦-୨୧ରେ ୫ ଲକ୍ଷ ୬୦ ହଜାର ୩୧୪, 909 ୦୨୧-୨୨ରେ ୬ ଲକ୍ଷ ୧୨ ହଜାର ୨୧, ୨୦୨୨-୨୩ରେ ୭ ଲକ୍ଷ ୧୭ ହଜ ଜାର ୬୦୬ ଓ ୨୦୨୩- ୨୪ରେ ୭ ଲକ୍ଷ ୭୩ ହଜାର ୫୮୫ ଜଣଙ୍କଠାରେ ଏହି ରୋଗ ଚିହ୍ନଟ ହୋଇଛି।

କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଜରିଆରେ ଏହାର ନିରାକରଣ ଓ ସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଗର୍ଭବତୀମାନଙ୍କର ନିୟମିତ ଭାବେ ରକ୍ତ ଓ ପରିସ୍ରା ପରୀକ୍ଷଣ କରାଯାଉଛି । ଗର୍ଭବତୀମାନଙ୍କୁ ଅଧିକ ସଚେତନ କରିବା ସହ ସେମାନଙ୍କ ଖାଦ୍ୟପାନୀୟ ବ୍ୟବସ୍ଥା, ବିଶ୍ରାମ ଓ ଗର୍ଭବତୀ ସମୟରେ ଗୁରତର ଲକ୍ଷଣ ଆଦି ସମ୍ପର୍କରେ ସୂଚନା ପ୍ରଦାନ କରୁଛି । ସେହିପରି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ ମାଧ୍ୟମରେ ସୁରକ୍ଷିତ ପ୍ରଶବ ସମ୍ପର୍କରେ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀମତୀ ପଟେଲ କହିଛନ୍ତି ।