‘ଜେଲଦଣ୍ଡ ପାଇଁ ଯୌନସୁଖରୁ ବଞ୍ଚିତ ହେଲି, ସରକାର ଦିଅନ୍ତୁ କ୍ଷତିପୂରଣ’

ଭୋପାଳ: ବିନା ଦୋଷରେ ଜେଲଦଣ୍ଡ ଭୋଗିଲି  । ଚାରିକାନ୍ଥ ଭିତରେ ୬୬୬ ଦିନ କାଟିଲି । ପାଖାପାଖି ୨ ବର୍ଷ ଯୌନସୁଖରୁ ବଞ୍ଚିତ ହେଲି  । କ୍ଷତିପୂରଣ ଦିଅ ସରକାର  । ଏବେ ନିର୍ଦ୍ଦୋଷରେ ମୁକୁଳିବା ପରେ ଅଜବ ଦାବି ରଖିଛନ୍ତି ମଧ୍ୟପ୍ରଦେଶର ଜଣେ ଆଦିବାସୀ ସମ୍ପ୍ରଦାୟ  । ରାଜ୍ୟ ସରକାରଙ୍କ ଠାରୁ ୧୦ ହଜାର କୋଟି ଟଙ୍କା ସେ ଦାବି କରିଛନ୍ତି  । ଏଥିପାଇଁ ସେ ଜିଲ୍ଲା କୋର୍ଟରେ ବି ଆବେଦନ କରିଛନ୍ତି  ।

ମଧ୍ୟପ୍ରଦେଶର ରତଲାମରେ ରହୁଥିବା ଜଣେ ଆଦିବାସୀ ବ୍ୟକ୍ତି ଗଣଦୁଷ୍କର୍ମ ମାମଲାରେ ଜେଲରୁ ସଜା କାଟି ଫେରିଛନ୍ତି  । ନିର୍ଦ୍ଦୋଷରେ ଖଲାସ ପରେ ସେ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି  । କାରଣ ଜେଲରେ ରହିବା କାରଣରୁ ଇଶ୍ବରଙ୍କ ବରଦାନ ଯୌନସୁଖରୁ ସେ ବଞ୍ଚିତ ହୋଇଛନ୍ତି  । ୩୫ ବର୍ଷୀୟ ଆବେଦନକାରୀ କାନ୍ତିଲାଲ ଭିଲରଙ୍କ କହିବା କଥା ଯେ ଜେଲରେ ରହିବା କାରଣରୁ ତା ଦୁନିଆ ବଦଳି ଯାଇଛି  । ସ୍ତ୍ରୀ, ପିଲା ଓ ବୁଢୀ ମାକୁ ଏଥିପାଇଁ କଷ୍ଟ ସହିବାକୁ ପଡିଛି  ।

ମିଛ ମାମଲାରେ ସଜା କାଟୁଥିବାରୁ ଶାରିରୀକ ଓ ମାନସିକ ଭାବେ ନିର୍ଯାତନା ସହିଛି । ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଜେଲରେ ଥିବାରୁ ପରିବାରର ସଦସ୍ୟ ଖାଦ୍ୟ ପୋଷାକ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି  । ଏଥିପାଇଁ ୧୦ ହଜାର କୋଟି ଟଙ୍କା କ୍ଷତିପୂରଣ ଦିଆଯିବା ଉଚିତ ବୋଲି ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି କାନ୍ତୁ  ।