ICCR କାର୍ଯ୍ୟାଳୟ ସ୍ଥାନାନ୍ତରଣ ପ୍ରସଙ୍ଗ: କେଦ୍ରର ନିଷ୍ପତ୍ତିକୁ ଚନ୍ଦ୍ରଶେଖରଙ୍କ ବିରୋଧ

1 min read

ଭୁବନେଶ୍ୱର: ଭୁବନେଶ୍ୱରରୁ ଉଠିଯିବ ICCR କାର୍ଯ୍ୟାଳୟ । ଜୋନାଲ କାର୍ଯ୍ୟାଳୟରେ ବିଲିନ ହେବ ICCR । କେନ୍ଦ୍ରର ଏପରି ନିଷ୍ପତ୍ତିକୁ ସବୁ ମହଲରେ ବିରୋଧ କରାଯାଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ । ସେ କହିଛନ୍ତି ଓଡ଼ିଶା ଭାଷା ଭିତ୍ତିକ ପ୍ରଦେଶ। ଓଡ଼ିଶାରୁ ICCR ଉଠିଯିବା ଠିକ୍ ନୁହେଁ। ପୂର୍ବରୁ ମଧ୍ୟ ଅନେକ ସଂସ୍ଥା ରାଜ୍ୟରୁ ଉଠିଯାଇଛି । କେନ୍ଦ୍ରର ଏପରି ନୀତିକୁ ବିରୋଧ କରାଯିବ ବୋଲି କହିଛନ୍ତି ଚନ୍ଦ୍ରଶେଖର ସାହୁ ।

ଓଡିଶୀ ନୃତ୍ୟ ଓ ଶାସ୍ତ୍ରୀୟ ସଙ୍ଗିତ ସମେତ ଉତ୍କୃଷ୍ଟ ସଂସ୍କୃତିର ବିକାଶ ସାଙ୍ଗକୁ ଏହାର ପ୍ରଚାର ଓ ପ୍ରସାରର ଆବଶ୍ୟକତା ଦୃଷ୍ଟିରୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟରେ ICCR ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ହଠାତ୍ ଏହାକୁ କୋଲକୋତାକୁ ସ୍ଥାନାନ୍ତର କରି ଜୋନାଲ କାର୍ଯ୍ୟାଳୟରେ ବିଲୀନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ରାଜ୍ୟବାସୀଙ୍କ ପାଇଁ ଘୋର ଅପମାନ ବୋଲି ସବୁଠି ମତ ପ୍ରକାଶ ପାଇଛି ।