ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରସାରଣକୁ ନେଇ ସମ୍ପୃକ୍ତ ଚ୍ୟାନେଲ ଓ ଏହାର ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ ପଠାଇଲେ ସାଂସଦ

ଭୁବନେଶ୍ୱର: କରୋନାକୁ ନେଇ ବିଭ୍ରାନ୍ତିକର ଖବର ପ୍ରସାରଣ କରିଥିବା ସମ୍ପୃକ୍ତ ଚ୍ୟାନେଲ ପାଇଁ ବଢିଲା ଅଡୁଆ  ।  ସାଂସଦ ଅନୁଭବ ମହାନ୍ତି ସମ୍ପୃକ୍ତ ଚ୍ୟାନେଲ ଓ ଏହାର ପରିଚାଳନା ନିର୍ଦ୍ଦେଶିକାଙ୍କୁ ପଠାଇଛନ୍ତି ଓକିଲ ନୋଟିସ  । ସୁପ୍ରିମ କୋର୍ଟ ଆଇନଜୀବୀ ଅଶ୍ୱିନୀ କୁମାର ଦୁବେ ଏହି ନୋଟିସ ପଠାଇଛନ୍ତି । ଓଡିଶା ସିନେମା ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରଭାବଶାଳୀ ଅଭିନେତା ତଥା ସଂସଦରେ ସର୍ବକନିଷ୍ଠ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅନୁଭବ ମହାନ୍ତିଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରସାରଣ କରାଯାଇଛି । ଏଭଳି ଅଭିଯୋଗ କରିଛନ୍ତି ଅନୁଭବଙ୍କ ଓକିଲ ।

ଓଟିଭି ଓ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନୁଭବଙ୍କ ବିରୋଧରେ ହୀନ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କ ପଦମର୍ଯାଦା କ୍ଷୁର୍ଣ୍ଣ ହେଲା ଭଳି ଖବର ପ୍ରସାରଣ କରିଥିଲେ । ଅନୁଭବଙ୍କ ରେପୁଟେସନ କ୍ଷୁର୍ଣ୍ଣ କରିବାକୁ ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି  । ସାଂସଦଙ୍କ ବିରୋଧରେ ହୋଇଥିବା ଖବରରେ ସାଂସଦ ଜଣେ ଅଭ୍ୟାସଗତ ଅପରଧୀ ବୋଲି ପ୍ରସାରଣ କରାଯାଇଥିଲା, ଯାହାକି ସମ୍ପୁର୍ଣ୍ଣ ମିଛ । ଜଣେ ଜନପ୍ରତିନିଧିଙ୍କ ପ୍ରତିଷ୍ଠାକୁ ଉଦ୍ଦେଶ୍ୟମୂଳକ ଭାବେ କ୍ଷତି ପହଁଚାଇବାକୁ ଏଭଳି ଖବର ପ୍ରସାରଣ କରାଯାଇଛି ବୋଲି ଅଭିଯୋଗ କରାଯାଇଛି  ।

ତେବେ ଏଭଳି ମିଛ ଖବର ପ୍ରସାରଣ କରି କେନ୍ଦ୍ରାପଡାର ଏହି ଯୁବ ସାଂସଦଙ୍କୁ ଅପମାନିତ କରାଯାଇଛି ବୋଲି ନୋଟିସରେ କୁହାଯାଇଛି । ନୋଟିସରେ ଓଟିଭି ଓ ଏହାର ପରିଚାଳନା ନିର୍ଦ୍ଦେଶିକାଙ୍କୁ ୭ ଦିନ ମଧ୍ୟରେ ଭୁଲ ଖବର ପ୍ରସାରଣ ପାଇଁ ନିଜ ଟିଭି ଚ୍ୟାନେଲରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ କୁହାଯାଇଛି  । କ୍ଷମା ପ୍ରାର୍ଥନା ନକଲେ ଅନୁଭବ ଆଇନଗତ ଉପଯୁକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବେ ।

Leave a Reply