SDG ରିପୋର୍ଟକୁ ନେଇ ଅମରଙ୍କ ପ୍ରେସମିଟ୍: କହିଲେ, ପଞ୍ଚାୟତ ସ୍ତରକୁ ନଗଲେ ନିତି ଆୟୋଗ ଠିକ୍ ମାର୍କ ଜାଣିବେ କେମିତି?

1 min read

ଭୁବନେଶ୍ୱର: ସସ୍‌ଟେନେବଲ୍ ଡେଭଲପେମେଣ୍ଟ ଗୋଲ (ଏସ୍‌ଡିଜି) ରିପୋର୍ଟରେ କିଏ ଉପରେ କିଏ ତଳେ ନଥାଏ । ଓଡ଼ିଶା ୨୦୧୮ରେ ୫୧ ମାର୍କ, ୨୦୧୯ରେ ୫୮ ଓ ୨୦୨୦ରେ ୬୧ ମାର୍କ ମିଳିଛି । ଓଡ଼ିଶା ୯ କ୍ଷେତ୍ରରେ ଭଲ ପ୍ରଦର୍ଶନକାରୀ, ୬ଟିରେ ରାଜ୍ୟ ଆଶାୟୀ ରହିଛି । ତେଣୁ ନୀତି ଆୟୋଗ ସହ ସବୁ ରାଜ୍ୟ ଆଲୋଚନା କରି ଲକ୍ଷ୍ୟ ହାସଲ କରିବା ଦିଗରେ କାମ କରିବା ଦରକାର ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଆଜି ପ୍ରେସମିଟ କରି କହିଛନ୍ତି, ଏହା ରାଜନୀତି ପାଇଁ ନୁହେଁ, ମାନବ ପାଇଁ ଉଦ୍ଦିଷ୍ଟ । ନିତି ଆୟୋଗ ପଞ୍ଚାୟତ ସ୍ତରକୁ ଯିବା ଦରକାର ।  ନ ହେଲେ ଠିକ ମାର୍କ ଜାଣି ହେବ ନାହିଁ । ତଥ୍ୟ ଗ୍ରାଉଣ୍ଡରୁ ଆସିବା ଦରକାର ବୋଲି ସେ କହିଛନ୍ତି । ୨୦୧୯ରେ ଇଜ ଅଫ ଡୁଇଙ୍ଗ ବିଜିନେସରେ ୯୨.୦୮ପ୍ରତିଶତ ମିଳିଲା । ୨୦୨୦ରେ ଶୂନ କେମିତି ହେଲା ବୋଲି ପ୍ରଶ୍ନ କରିଛନ ଅମର । ଏହାର ଅର୍ଥ ରାଜ୍ୟରେ କଣ ଶିଳ୍ପ ହୋଇନି । କରୋନା ସମୟରେ ଓଡ଼ିଶା ମହାରାଷ୍ଟ୍ର ଉପରେ ଥିବା ରିପୋର୍ଟ ଆସିଛି । ସେହିପରି ସ୍ବାସ୍ଥ୍ୟରେ ମମତା ଓ ବିଜୁ ସ୍ଵାସ୍ଥ୍ୟ ଯୋଜନା କିପରି ସ୍ୱାସ୍ଥ୍ୟ ସେବା ଦେଇଛି, ଅନ୍ତର୍ଜାତୀୟ ସଂସ୍ଥା ପ୍ରଶଂସା କରିଛନ୍ତି । ହେଲେ ଏଠି ରାଜ୍ୟ ଯୋଜନାକୁ ବାଦ ଦେଇ କେବଳ କେନ୍ଦ୍ର ଯୋଜନାକୁ ଆଧାର କରି ରିପ୍ରୋଟ ପ୍ରସ୍ତୁତ କରାଯାଇଛି । ଏହା ଅପରିପକ୍ବ । ରାଜ୍ୟ ଆନେମିଆରେ ଭଲ କରିନି । ହେଲେ ଓଡ଼ିଶା ଆନେମିଆ ମୁକ୍ତ ଭାରତରେ ଦ୍ଵିତୀୟ ରାଙ୍କରେ ଅଛୁ । ତଥ୍ୟ ଠିକ ଆସୁ ଆଉ କିପରି ଉନ୍ନିତି କରି ହେବ, ସେ ଦିଗରେ କରାଯାଉ । କେବଳ ସୂଚକାଙ୍କ ଆଧାରରେ କରିବା ଠିକ ନୁହେଁ । ରାଜ୍ୟ ବିଜେପି କି ଅନ୍ୟ ଦଳ, ଯେଉଁମାନେ ରାଜ୍ୟ ବିଷୟରେ ଭାବିବା କଥା କହିଛନ୍ତି, ସେମାନେ ମିଛରେ ବନ୍ୟାରେ ନ ଭାସନ୍ତୁ । ଏହି ରିପୋର୍ଟର ସଠିକ ବ୍ୟବହାର ହେବେ ଯଦି ତଥ୍ୟ ପ୍ରଦାନରେ ଉନ୍ନତି ହେବ । ଓଡ଼ିଶା ବହୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ଆଗରୁ ଅଛି । ବିପର୍ଯ୍ୟୟ ପ୍ରଶମନରେ ରାଜ୍ୟ ଭଲ କରିଛି । ତାକୁ ଆଧାର କରି କୃଷିର ଉନ୍ନତି ସମ୍ପର୍କରେ କିଛି ନାହିଁ । ଆଉଟପୁଟକୁ ଗୁରୁତ୍ୱ ନ ଦେଇ ଆଉଟକମକୁ ଗୁରୁତ୍ୱ ଦିଆଯାଉ । ଡାଟା ସଠିକ କରାଯାଉ । ନୀତି ଆୟୋଗ କେସ ଷ୍ଟଡି କରି କାମ କରୁଥିବା ରାଜ୍ୟ ସରକାର ଆଶାବାଦୀ ଅଛନ୍ତି । କୋଭାକ୍ସିନର WHO ମାନ୍ୟତା ନ ଥିବାରୁ ଓଡିଶାର ଛାତ୍ରଛାତ୍ରୀ ବିଦେଶ ଯାଇ ପାରୁ ନାହାଁନ୍ତି । ସେ ଦିଗରେ ନୀତି ଆୟୋଗ ଧ୍ୟାନ ଦେଉ । ଯାହାର ତଥ୍ୟ ଆଣିବାରେ ମୁର୍ଖାମୀ ଅଛି, ତାକୁ ରାଜନୀତି କରାଯାଉଛି । ଏସଡିଜି ରିପୋର୍ଟ ରାଜନୈତିକ ରିପୋର୍ଟ ନୁହେଁ । ଅପରାଜିତା ଷଡଙ୍ଗୀ ଯେଉଁ ଭିତ୍ତିରେ କହୁଛନ୍ତି, ଗାଁ ସ୍ତରରେ ଯଦି କିଛି ଭଲ ହୋଇନି, ତାହେଲେ SDG ଗାଁ ଯାଏ ଯିବା ଦରକାର । ଉତ୍ତର ପ୍ରଦେଶ ବହୁତ ଖରାପ କରିଛି । ହେଲେ ତା କଥା କହି ଶାସକ ଦଳ ରାଜନୀତି କରିବାକୁ ଚାହୁଁନି । ରାଜ୍ୟ ଓ କେନ୍ଦ୍ର ସରକାର ମିଶିକି କାମ କରିବା ଦରକାର । କାରଣ କିଛି କ୍ଷେତ୍ରର ରିପୋର୍ଟ କେନ୍ଦ୍ର ସରକାର ବି ଦେଉଛନ୍ତି । ଯଦି ସନ୍ଦେହ ଅଛି ଲୋକଙ୍କୁ ପଚାରା ଯାଉ, ଯାହା ହୋଇଛି ବୋଲି କହିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ଏଥିସହିତ ପଢ଼ନ୍ତୁ: ଅଭିନେତା ଅଟଳ ବିହାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

Leave a Reply