ସାବଧାନ! ଫ୍ରି ୱେବସାଇଟରେ ମାଗଣା ଫିଲ୍ମ ଓ ୱେବ ସିରିଜ୍ ଦେଖିବା ଲୋଭ ମହଙ୍ଗା ପଡିପାରେ

1 min read
movies & web series must not be watched online for free, or else account may be hacked

ମୁମ୍ବାଇ: ଚୀନ୍ ସହିତ ଜାରି ରହିଥିବା ବିବାଦ ମଧ୍ୟରେ ଦେଶରେ ବଡ ସାଇବର ଠକେଇ ମଧ୍ୟ ଆରମ୍ଭ ହୋଇଛି। ଫ୍ରି ୱେବସାଇଟ୍ ବ୍ୟବହାର ନକରିବାକୁ ମହାରାଷ୍ଟ୍ର ସାଇବର ବିଭାଗ ସମସ୍ତଙ୍କୁ ଅପିଲ୍ କରିଛି। ମାଗଣା ୱେବସାଇଟରେ ଫିଲ୍ମ କିମ୍ବା ସିରିଜ୍ ଦେଖିବାକୁ ମନା କରାଯାଇଛି। କାରଣ ଏହା ଦ୍ୱାରା ଜଣେ ହ୍ୟାକର ୟୁଜରର ମୋବାଇଲ୍ ଫୋନ୍ କିମ୍ବା କମ୍ପ୍ୟୁଟରକୁ ହ୍ୟାକ୍ କରିପାରେ ।

ମହାରାଷ୍ଟ୍ର ସାଇବର ବିଭାଗ ୧୦ ଟି ଚଳଚ୍ଚିତ୍ର ଏବଂ ୱେବ୍ ସିରିଜର ଏକ ତାଲିକା ପ୍ରକାଶ କରିଛି  । ତାଲିକାରେ ଯେତିକି ଚଳଚ୍ଚିତ୍ର ଏବଂ ସିରିଜ୍ ରହିଛି, ୱେବସାଇଟରେ ସେହି ଫିଲ୍ମ ଦେଖିବା ପାଇଁ ବାରଣ କରାଯାଇଛି  । ଫିଲ୍ମ ଲିଷ୍ଟରେ ମର୍ଦ୍ଦାନି ୨, ଜୁଟୋପିଆ, ଜୱାନୀ ଜାନେମାନ, ଲଭ୍ ଆଜକଲ, ଛପାକ୍, ଇନସେପସନ୍, ବାହୁବଲୀ, ରଜନୀଗନ୍ଧା, ଗଲି ବଏ କୁ କୌଣସି ମାଗଣା ୱେବସାଇଟ୍  ରେ ନଦେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି  । ୱେବ୍ ସିରିଜ୍ ଲିଷ୍ଟରେ ଦିଲ୍ଲୀ କ୍ରାଇମ୍, ବ୍ରୁକଲିନ୍ ନାଇନ୍, ପଞ୍ଚାୟତ, ଆକୁରୀ, ଫୌଦ୍, ଘାଉଲ, ମାଇଣ୍ଡହଣ୍ଟର୍, ନାର୍କୋସ, ଦେଭଲୋକ, ଲଷ୍ଟ ଭଳି ସିରିଜ୍ ସାମିଲ ରହିଛି ଯାହା ଫ୍ରି ୱେବ୍ ସାଇଟ୍ ରେ ଦେଖିବା ଅନୁଚିତ୍ ।

ଲକଡାଉନ୍ ରେ ମହାରାଷ୍ଟ୍ରରେ ସାଇବର ଫ୍ରଡ୍ ମାମଲା ବଢିବାରେ ଲାଗିଛି। ରିପୋର୍ଟ ଅନୁସାରେ ଲକଡାଉନ୍ ସମୟରେ ୫୧୨ ସାଇବର ମାମଲା ରୁଜୁ ହୋଇଛି । ସେଥମଧ୍ୟରୁ ୨୭୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହି ଅପରାଧରେ ହ୍ୱାଟ୍ସଆପ୍ ମେସେଜ୍, ଫେସବୁକ୍ ପୋଷ୍ଟ, ଟିକ୍ ଟକ୍ ଭିଡିଓ ମଧ୍ୟ ସାମିଲ ଅଛି । ସୂଚନାଯୋଗ୍ୟ ଯେ, ୧୦୮ଟି ବିବାଦୀୟ ପୋଷ୍ଟ ସୋସିଆଲ ମିଡିଆରୁ ହଟାଇ ଦିଆଯାଇଛି।

ସାଇବର ବିଶେଷଜ୍ଞ ଅଙ୍କୁର ପୁରାଣିକ ଅନଲାଇନ୍ ଠକେଇ ବିଷୟରେ ବ୍ୟାଖ୍ୟା କରିଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ – ସାଇବର କ୍ରିମିନାଲ୍ କିଛି ନୂଆ ଟେକ୍ନୋଲୋଜି ମାଧ୍ୟମରେ ଲୋକଙ୍କ ମୋବାଇଲ୍ ଫୋନ୍ ହ୍ୟାକ୍ କରନ୍ତି । ମାଲୱେୟର୍ ସଫ୍ଟୱେର୍ ମାଧ୍ୟମରେ ସେମାନେ ଲୋକଙ୍କ ଫୋନ୍ ବ୍ୟବହାର କରିପାରନ୍ତି । ଏହା ପରେ OTP, ପାସୱାର୍ଡ ଖୋଜିବାକୁ ଚେଷ୍ଟା କରନ୍ତି । ଅନେକ ଥର, ଫ୍ରି ନେଟଫ୍ଲିକ୍ସ ସବସ୍କ୍ରିପସନ୍, ଫ୍ରି ଡାଟା ଭଳି ଲିଙ୍କ ମଧ୍ୟ ଦିଆଯାଏ, ଯେଉଁଥିରେ କ୍ଲିକ୍ କରିବା ମାତ୍ରେ ସମସ୍ତ ଡାଟା ଲିକ୍ ହୋଇଯାଏ । ଏହି ଫ୍ରଡ୍ ଠୁ ବଞ୍ଚିବା ପାଇଁ ଫୋନରେ ସମସ୍ତ ଆପ୍ ଖୋଲା ରଖିବା ଅନୁଚିତ୍ । ଗୋଟିଏ ଆପ୍ ବ୍ୟବହାର କରିବା ସମୟରେ ଅନ୍ୟ ଆପ୍ ବନ୍ଦ ରଖିବା ଉଚିତ୍ ।

ମହାରାଷ୍ଟ୍ର ସାଇବର ବିଭାଗ ଚେତାବନୀ ଦେଇଛି ଯେ, ଯଦି କିଏ ଏହି ଚଳଚ୍ଚିତ୍ରଗୁଡ଼ିକୁ କୌଣସି ଫ୍ରିୱେବସାଇଟରୁ ଡାଉନଲୋଡ୍ କରିଛନ୍ତି ତେବେ ତୁରନ୍ତ ସେହିଗୁଡ଼ିକୁ ଡିଲିଟ କରାଯିବା ଜରୁରୀ । ଅରିଜିନାଲ୍ ସାଇଟରେ ଚଳଚ୍ଚିତ୍ର ଏବଂ ସିରିଜ୍ ଦେଖିବା ପାଇଁ ସମସ୍ତଙ୍କୁ ଅପିଲ୍ କରାଯାଇଛି ।

Leave a Reply