ଐତିହାସିକ ଓ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘କେଶରୀ ବୀର’; ଏହି ଦିନ ହେବ ରିଲିଜ୍

ମୁମ୍ୱାଇ: ପୌରାଣିକ କଥାବସ୍ତୁ ବା ଐତିହାସିକ ଘଟଣାବଳୀକୁ ନେଇ ଆଧାରିତ ଫିଲ୍ମ ‘କେଶରୀ ବୀର’ । ଇତିହାସରେ ଲିପିବଦ୍ଧ ହୋଇ ରହିଥିବା ଘଟଣାବଳୀ ଯାହା ଲୋକଲୋଚନକୁ ଆସିପାରିନାହିଁ ତାକୁ ବଡ ପରଦାରେ ଦର୍ଶାଇବା ହେଉଛି ଏବେ ବଡ ବଡ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ମୂଳ ଲକ୍ଷ । ନିକଟରେ ଛାୱା ଫିଲ୍ମ ରିଲିଜ ହୋଇ ଖୁବ ଭଲ ବ୍ୟବସାୟ ମଧ୍ୟ କରିଛି । ଏମିତି ଆଉ ଏକ ଫିଲ୍ମ ବଡ ପରଦାକୁ ଖୁବ ଶୀଘ୍ର ଆସିବାକୁ ଯାଉଛି । ଯାହାର ନାଁ ରହିଛି ‘କେଶରୀ ବୀର’ ।
କେଶରୀ ବୀର’ କାହାଣୀ ହମୀରଜୀ ଗୋହିଲଙ୍କ ଜୀବନ ଉପରେ ଆଧାରିତ । ଯିଏ ତୁଗଲକଙ୍କ ସାମ୍ରାଜ୍ୟ ବିରୁଦ୍ଧରେ ନିଜ ସଂଗ୍ରାମ ଜାରି ରଖିଥିଲେ । ସୋମନାଥ ମନ୍ଦୀର ଉପରେ ତୁଗଲକ ଶାସକଙ୍କ ନଜର ଥିବା ବେଳେ ହିନ୍ଦୁ ଭାବନା ଓ ମନ୍ଦୀରର ରକ୍ଷା କରିବାପାଇଁ ନିଜର ସର୍ବସ୍ବ ତ୍ୟାଗ କରିଵାକୁ ଆଗକୁ ଆସିଥିଲେ ହମୀରଜୀ ଗୋହିଲ । ଏହି କାହାଣୀକୁ ବଡ ପରଦାକୁ ନେଇ ଆସୁଛନ୍ତି ନିର୍ଦ୍ଦେଶକ ପ୍ରିନ୍ସ ଧୀମନ । କିଛି ଦିନ ପୁର୍ବରୁ ଏହାର ଏକ ଟ୍ରେଲର ରିଲିଜ ହୋଇ ଖୁବ ଚର୍ଚ୍ଚା ସାଉଁଟୁଥିଲା ।
ଫିଲ୍ମରେ ମୁଖ୍ୟ ଚରିତ୍ରରେ ସୁରଜ ପଞ୍ଚୋଲି, ସୁନୀଲ ସେଠୀ ଓ ବିବେକ ଓବରୋୟଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରରେ ଭିଏଫଏକ୍ସ, ବିଜିଏମ ଓ ପ୍ଲଟ ଖୁବ ଜବରଦସ୍ତ ରହିଛି । ଫିଲ୍ମରେ ଖୁବ ଖାସ ଭାବରେ ଆକ୍ସନ ସିକ୍ବେନ୍ସକୁ ଦର୍ଶାଯାଇଛି ଯାହାଦ୍ବାରା କାହାଣୀ ଆହୁରି ଖାସ ନଜର ଆସୁଛି । ତେବେ ଏହାକୁ ଦେଖିବାକୁ ସିନେ ପ୍ରେମିଙ୍କ ମନରେ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମଟି ବଡ ପରଦାରେ ମାର୍ଚ୍ଚ ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି।