ମେ’ ୩ରେ ଖୋଲିବ କି ଲକ୍‌ଡାଉନ୍ ? ଫିଲ୍ମ ହଲ୍‌ ଗୁଡ଼ିକରେ ରହିଛି ଏଭଳି ପ୍ରସ୍ତୁତି..

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ନିୟମ ଲାଗୁ କରାଯାଇଛି । ଲକ୍‌ଡାଉନ୍‌ ଯୋଗୁଁ ସବୁ କାରଖାନା ଓ ଶିଳ୍ପ ବନ୍ଦ ରହିଛି । ବଜାରଠାରୁ ଆରମ୍ଭ କରି କ୍ରୀଡ଼ା ଜଗତ, ଅର୍ଥନୀତି ଏମିତିକି ବଲିଉଡ୍‌ ଜଗତରେ ମଧ୍ୟ ଲକ୍‌ଡାଉନ୍‌ର ଇଫେକ୍ଟ ଦେଖିବାକୁ ମିଳିଛି । ଲକ୍‌ଡାଉନ୍‌ ଘୋଷଣା କରାଯିବା ପରଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ପ୍ରୋଜେକ୍ଟ ଶୀତଳ ଭଣ୍ଡାରକୁ ଚାଲିଯାଇଛି । କୌଣସି ଫିଲ୍ମର ସୁଟିଂ ହୋଇପାରୁନାହିଁ କି ଫିଲ୍ମ ରିଲିଜ୍‌ କରାଯାଇପାରୁନାହିଁ । ଏଥିରେ ଫିଲ୍ମ ନିର୍ମାତା ଓ ଫିଲ୍ମ ଷ୍ଟାର ପ୍ରଭାବିତ ହେବାସହ ସିନେମା ହଲ ମାଲିକ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି ।

 ଆଶା କରାଯାଉଛି କି ମେ’ ୩ରେ ଲକ୍‌ଡାଉନ୍‌ ଅବଧି ଶେଷ ହୋଇଯିବ । ଏହା ମଧ୍ୟରେ ଫିଲ୍ମ ପ୍ରଡକ୍ସନ୍‌, ଡିଷ୍ଟ୍ରିବ୍ୟୁସନ୍‌, ଏକ୍ସିବିସନ୍‌ ବିଭାଗ ସମେତ ପୁରା ଚେନ୍‌ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଲୋଚନା ଆରମ୍ଭ କରିଛନ୍ତି ।

ପ୍ରେକ୍ଷାଳୟରେ ଫିଲ୍ମ ସ୍କ୍ରିନ୍‌ କରୁଥିବା ଟିମ୍‌ ଲକଡାଉନ୍ ଖୋଲିବା ପରେ କ’ଣ କରିବେ ସେନେଇ ପ୍ରସ୍ତୁତ ହେଉଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ସିଙ୍ଗଲ୍ ସ୍କ୍ରିନ୍ ପ୍ରଦର୍ଶକ ଅକ୍ଷୟ ରାଠୀ କହିଛନ୍ତି ଯେ ଦର୍ଶକଙ୍କ ହୃଦୟରେ ବସିଥିବା ଭୟର ସମ୍ମୁଖୀନ ହେବା ଏକ ବଡ଼ ଆହ୍ୱନ୍‌ ଏବଂ ଏହାର ଆଲୋଚନା ହେବା ଆବଶ୍ୟକ ।

Cinema Hall

ସେ କହିଛନ୍ତି, “ପ୍ରେକ୍ଷାଳୟ ଗୁଡ଼ିକ ସମସ୍ତ ସୁରକ୍ଷା ଦିଗକୁ ଅନୁସରଣ କରିବ, ଯଦିଓ ଏହା ବିଷୟରେ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ । ସଂକ୍ରମଣକୁ ରୋକିବା ପାଇଁ ଦର୍ଶକଙ୍କ ଆସନ ମଧ୍ୟରେ ଦୁରତା ରଖିବାକୁ ଚେଷ୍ଟା ଚାଲିଛି । ଫିଲ୍ମ ହଲ୍‌ର ସମସ୍ତ କର୍ମଚାରୀଙ୍କୁ ଆବଶ୍ୟକୀୟ ସୁରକ୍ଷା ଉପକରଣ ଦିଆଯିବ । ସେମାନଙ୍କୁ ମାସ୍କ ବାଧ୍ୟତାମୂଳକ କରାଯିବା ସହ ସାନିଟାଇଜର୍‌ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯିବ । ଏହା ସହ ସିନେମା ହଲ୍‌ ପକ୍ଷରୁ ସମସ୍ତ ସୁରକ୍ଷା ଉପକରଣ ଉପଲବ୍ଧ କରାଯିବ ବୋଲି ଯୋଜନା କରାଯାଉଛି ।

Leave a Reply