ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ଘରୁ ବାହାରିବା ମନା
1 min readଭୁବନେଶ୍ୱର: ସୋମବାର ଠାରୁ ସାରା ଦେଶରେ ଲାଗୁ ହୋଇଛି ଲକ୍ଡାଉନ୍ ୩.୦ । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶନାମା ଅନୁଯାୟୀ ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ଘରୁ ବାହାରିପାରିବେନି ସାଧାରଣ ଜନତା । ଏହି ନିୟମ ଦେଶର ସମସ୍ତ ଜୋନ୍ ପାଇଁ ଲାଗୁ । ତେବେ କମିଶନରେଟ୍ ପୋଲିସ ଅଞ୍ଚଳରେ ଏହି ନିୟମକୁ ଲାଗୁ କରାଯାଇଛି । କଟକ-ଭୁବନେଶ୍ୱରେ ସନ୍ଧ୍ୟା ୭ ପରେ ଘରୁ ବାହାରିପାରିବେନି ସାଧାରଣ ଜନତା । କିନ୍ତୁ ଏହି ସମୟରେ କିଛି ଜରୁରୀ କାମଥିଲେ ଘରୁ ବାହାରିପାରିବେ । ଏଥିସହିତ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ କର୍ମଚାରୀ, ମାଲବାହୀ ଯାନବାହନ ଚଳାଚଳ କରିପାରିବ । ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଟ୍ୱିନ୍ ସିଟି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ।
As per lockdown condition effective from today, in all zones & across India, movement out of house is not permitted from 7 PM to 7 AM except for essential purposes.
All are requested to stay home during this time.
All emergency workers & goods are exempt from this restriction.— Dr Sudhanshu Sarangi (@SarangiSudhansu) May 4, 2020