ଓଡ଼ିଶାରେ ୫ଟି ମଲ୍ଟି ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲର ଏମଓୟୁ ସ୍ବାକ୍ଷର

ଭୁବନେଶ୍ୱର : ଓଡ଼ିଶାରେ ୫ଟି ମଲ୍ଟି ସ୍ପେଶିଆଲିଟି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲ ପାଇଁ ଏମଓୟୁ। ୫ଶହ କୋଟିର ବଜେଟ୍, ଉପକୃତ ହେବେ ୬୦ଲକ୍ଷ ଲୋକ। ଅନୁଗୁଳ ଓ ବଡ଼ବିଲରେ ହେବ ୨ଶହ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ହସପିଟାଲ । ସେହିପରି ଭଦ୍ରକ ଓ ଝାରସୁଗୁଡ଼ାରେ ହେବ ଶହେ ବେଡ୍ର ହସପିଟାଲ। ଝାରସୁଗୁଡାରେ ହେବ ୧୨୦ ବେଡ୍ ବିଶିଷ୍ଟ କ୍ୟାନସର ସୁପର ସ୍ପେଶିଆଲିଟି ହସପିଟାଲ। ପିପିପି ମୋଡରେ ପ୍ରକଳ୍ପର ରୂପାୟନ କରାଯିବ। ଗୁଣାତ୍ମକ ସ୍ବାସ୍ଥ୍ୟସେବା ପାଇଁ ଭିତ୍ତିଭୂମି ବିକାଶକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଓଡ଼ିଶାବାସୀଙ୍କୁ ଉପଯୁକ୍ତ ସମୟ ଭିତରେ ଦକ୍ଷ ସେବା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଜୀବନ ମୂଲ୍ୟବାନ ହେଉଛି ରାଜ୍ୟ ସରକାରଙ୍କ ନାରା। ସୁସ୍ଥ ଓଡ଼ିଶା ସୁଖୀ ଓଡିଶା ପାଇଁ ଏକାଠି ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ତେବେ ଆଗାମୀ ଦିନରେ ଅନୁଗୁଳ ଓ ବଡ଼ବିଲରେ ଉତ୍କଳ ହେଲଥ କେୟାର ପ୍ରାଇଭେଟ୍ ଲିମିଟେଡ୍ ଓ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ୨ଶହ ଶଯ୍ୟା ମଲ୍ଟି ସ୍ପେଶିଆଲିଟି ହସପିଟାଲ୍ ସ୍ଥାପନ କରିବେ।

ସେହିପରି ସିଗ୍ନସ ମେଡିକେୟାର ପ୍ରାଇଭେଟ୍ ଲିମିଟେଡ୍ ଓ ପ୍ରିଣ୍ଟଲିଙ୍କ କମ୍ପ୍ୟୁଟର ଓ କମ୍ୟୁନିକେସନ୍ ପ୍ରାଇଭେଟ୍ ଲିମିଟେଡ୍ ଭଦ୍ରକରେ ଶହେ ଶଯ୍ୟା ବିଶିଷ୍ଟ ହସପିଟାଲ ସ୍ଥାପନ କରିବେ । ଝାରସୁଗୁଡ଼ାରେ ହେବାକୁ ଥିବା କ୍ୟାନସର ହସପିଟାଲ ପାଇଁ ଭାଇଜାକ୍ ହସପିଟାଲ୍ସ ଓ କ୍ୟାନସର ରିସର୍ଚ୍ଚ ସେଣ୍ଟର ସରକାରଙ୍କ ସହ ଏମଓୟୁ କରିଛି । ୫ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି, ଆର୍ଥିକ ସହାୟତା ଓ ଭିତ୍ତିଭୂମି ଯୋଗାଇ ଦେବେ । ଏଥିରେ ୩୫ଶହ ମେଡିକାଲ, ପାରା ମେଡିକାଲ, ନର୍ସ ଓ କର୍ମଚାରୀ ନିଯୁକ୍ତି ପାଇବେ ।