ଥାନା ଅଧିକାରୀଙ୍କ କାରରୁ ୨.୮ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ମୋଟରୁ ନିଜ ଘର କଟକ ଫୁଲନଖରା ଫେରୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ସୁଶାନ୍ତଙ୍କୁ ଧରିଛି । ତାଙ୍କ କାରରୁ ନଗଦ ୨.୮ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।
ଆଇଆଇସିଙ୍କ କାରରୁ ବିପୁଳ ପରିମାଣର ଟଙ୍କା ମିଳିଥିବା ବେଳେ ଏତେ ଟଙ୍କା କେଉଁଆଡ଼ୁ ଆସିଲା ସେନେଇ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାଁନ୍ତି । ସୁଶାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ । ମୋଟୁ ସ୍ଥିତ ସରକାରୀ ବାସଭବନ ସହ କଟକର ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି ।