ଖରାରେ ବୃଦ୍ଧ ମା’ର ପାଦକୁ କାଳେ କଷ୍ଟ ହେବ ସେଥିପାଇଁ କାଳିଆ ପାଖକୁ କାଖେଇ ନେଲା ପୁଅ

1 min read

ପୁରୀ: ଦୁନିଆ ଦେଖାଇଲା ମାଆକୁ ନେଇ ଦୁଇଟି ଭିନ୍ନ ଭିନ୍ନ ଚିତ୍ର। ଗୋଟିଏ ପଟେ ମାଆକୁ ପୁଅ ନର୍କ ଯନ୍ତ୍ରଣା ଦେଉଥିବା ବେଳେ ଅନ୍ୟ ପଟେ ବୃଦ୍ଧ ମା’ ପାଦକୁ କାଳେ କଷ୍ଟ ହେବ ସେଥିପାଇଁ ଶ୍ରୀମନ୍ଦିର ଭିତରକୁ କାନ୍ଦେ ନେଉଛି ପୁଅ। ଗୋଟିଏ ଦିନରେ ଦୁନିଆ ଦେଖାଇଛି ମାଆ-ପୁଅଙ୍କର ଦୁଇଟି ଭିନ୍ନ ଭିନ୍ନ କାହାଣୀ। ସୋମବାର ଠାରୁ ସାଧାରଣ ଲୋକଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଛି। ଆଉ ଏହାରି ଭିତରେ ଜୀବନର ଅପରାହ୍ନରେ କାଳିଆକୁ ଦେଖିବା ପାଇଁ ବୃଦ୍ଧ ମାଆର ମନ ବଳାଇଛି। ଯେଉଁ ମା’, ପୁଅର କୁନି ବୟସରେ ସବୁ ଅଳି ଅଝଟକୁ ସହି ଆସିଛି ସେହି ମାଆର ଇଚ୍ଛାକୁ ପୁଅ କେମିତି ବା ଅଣଦେଖା କରିପାରିଥାନ୍ତା।

ସେଥିପାଇଁ ମାଆର ଇଚ୍ଛାକୁ ପୁରଣ କରିବା ପାଇଁ ପୁଅ ପାଲଟିଛି ଶ୍ରବଣ କୁମାର। ଶ୍ରବଣ କୁମାର ସାଜି ଜନ୍ମଦାତ୍ରୀକୁ ବୋହି ବୋହି ଶ୍ରୀମନ୍ଦିର ନେଇଯାଉଛି। ପ୍ରବଳ ଖରାରେ ମା’ର ପାଦକୁ କାଳେ କଷ୍ଟ ହେବ, କାଳେ ବାଟ ଚାଲିନପାରିବ ସେଥିପାଇଁ ପୁଅ ମା’କୁ କାନ୍ଧରେ ବସାଇ ନେଇଯାଉଛି। ମହାଆନନ୍ଦରେ ଚାଲିଛନ୍ତି ବଡ଼ଦାଣ୍ଡରେ। ଏ ଦୃଶ୍ୟ ଆପଣଙ୍କୁ ନିଶ୍ଚୟ ଭାବବିହ୍ୱଳ କରିବ। ଏହି ଦୃଶ୍ୟ କହୁଛି, ମା’ ପୁଅର ସଂପର୍କ କେତେ ନିବିଡ, କେତେ ମହାନ। ଏହି ସମ୍ପର୍କର ଦୃଶ୍ୟ ଦେଖି ମନ ପୂରିଯାଉଛି, ଛାତି କୁଣ୍ଢେମୋଟେ ହୋଇଯାଉଛି।

Leave a Reply