ଲକଡାଉନରେ ଫସିଥିବା ପୁଅକୁ ଫେରାଇ ଆଣିବାପାଇଁ ସ୍କୁଟିରେ ୧୪୦୦ କିମି ଯାତ୍ରା କଲେ ମାଆ

ହାଇଦ୍ରାବାଦ: ଦେଶରେ ଲକ୍ ଡାଉନ୍ କାରଣରୁ ହଜାର ହଜାର ଲୋକ ବିଭିନ୍ନ ଅଞ୍ଚଳରେ ଫସି ରହିଛନ୍ତି ଏବଂ ଅପେକ୍ଷା କରିଛନ୍ତି କେବେ ସେମାନେ ନିଜ ଘରକୁ ଫେରିବେ। ଏପରି ପରିସ୍ଥିତିରେ ତେଲେଙ୍ଗାନାରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ପ୍ରମାଣ କରୁଛି ଯେ, ମା’ର ମମତା ଆଗରେ କୌଣସି ପ୍ରତିବନ୍ଧକ କିଛି ମଧ୍ୟ ମୂଲ୍ୟ ରଖେନା ।  ତେଲେଙ୍ଗାନାର  ଜଣେ ମା ନିଜ ପୁଅକୁ ଘରକୁ ଆଣିବା ପାଇଁ ସ୍କୁଟିରେ ୧୪୦୦ କିଲୋମିଟର ଯାତ୍ରା କରିଛନ୍ତି | ସେ ସୋମବାର ନିଜାମାବାଦରୁ ଆନ୍ଧ୍ରପ୍ରଦେଶର ନେଲୋର ଅଭିମୁଖେ ଯାଇ ବୁଧବାର ସନ୍ଧ୍ୟାରେ ପୁଅକୁ ସାଙ୍ଗରେ ଧରି ଘରକୁ ଫେରିଥିଲେ। ନିଜାମାବାଦରୁ ନେଲୋର ପର୍ଯ୍ୟନ୍ତ ଦୂରତା ପ୍ରାୟ ୭୦୦ କିଲୋମିଟର |

୪୮ ବର୍ଷ ବୟସ୍କା ମହିଳା ରଜିଆ ବେଗମ୍ ଙ୍କର ଦୁଇ ପୁଅକୁ ଛାଡ଼ିଦେଲେ ଦୁନିଆରେ ଆଉ କେହି ନାହାଁନ୍ତି। ୧୫ ବର୍ଷ ପୂର୍ବେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ବଡ ପୁଅ ଇଞ୍ଜିନିୟରିଂ ରେ ଡିଗ୍ରୀ କରିଥିବା ବେଳେ ସାନ ପୁଅ ନିଜାମୁଦ୍ଦିନଙ୍କର ପାଠ ପାଠପଢି ଡାକ୍ତର ହେବାର ସ୍ବପ୍ନ ରହିଛି।

ଲକ୍ ଡାଉନ୍ ପାଇଁ ପୁଅ ଘରକୁ ଫେରି ପାରୁନଥିବାରୁ ପୁଅକୁ ଘରକୁ ଫେରାଇ ଆଣିବା ପାଇଁ ସେ ମନସ୍ଥ କରିଥିଲେ। ରାତିରେ ରୁଟି ପ୍ୟାକ୍ କରି ସ୍କୁଟିରେ ବାହାରି ଆସିଲେ ପୁଅକୁ ଫେରାଇ ଆଣିବା ପାଇଁ। ରାତିରେ ଟ୍ରାଫିକ୍ ନଥିଲା, ଶୁନଶାନ୍ ରାସ୍ତାରେ ଏକୁଟିଆ ସ୍କୁଟିରେ ଯିବା ତାଙ୍କୁ ଭୟବିତ ମଧ୍ୟ କରିଥିଲା। କିନ୍ତୁ ସେ ସାହସ ହରାଇଲେ ନାହିଁ।

ନିଜାମୁଦ୍ଦିନ ଜଣେ ସାଙ୍ଗକୁ ଛାଡିବାକୁ ଯାଇଥିବାବେଳେ ଲକ୍ ଡାଉନ୍ କାରଣରୁ ସେଠାରେ ଅଟକି ଯାଇଥିଲେ | ରଜିଆ ବେଗମ୍ ନିଜ ରିପୋର୍ଟ କରିଛନ୍ତି ଯେ, ନିଜାମୁଦ୍ଦିନ ତାଙ୍କ ବନ୍ଧୁଙ୍କୁ ଛାଡିବାକୁ ୧୨ ମାର୍ଚ୍ଚରେ ନେଲୋର ଯାଇଥିଲେ। ଏହି ସମୟରେ କରୋନା ଭାଇରସ୍ କାରଣରୁ ଲକ୍ ଡାଉନ୍ ହେଇଗଲା ଏବଂ ସେ ଫେରି ପାରିଲା ନାହିଁ | ମୁଁ ବଡ ପୁଅକୁ ପଠାଇ ପାରିଲି ନାହିଁ, କାରଣ ଭୟ ଲାଗୁଥିଲା କାଳେ ପୁଅକୁ ପୋଲିସ ଗିରଫ କରିନେବ। | ତେଣୁ ସେ ନିଜେ ଯିବାକୁ ସ୍ଥିର କରିଥିଲେ। ତାଙ୍କର ଏହି ଅସୁବିଧାକୁ ସେ ସ୍ଥାନୀୟ ପ୍ରଶାସନ ଏବଂ ଏସିପିଙ୍କ ନିକଟରେ ଜଣାଇଥିଲେ। ଯାତ୍ରା କରିବାକୁ ଅନୁମତି ଦେବା ପରେ ସେ ଏକ ପାସ୍ ନେଇ ପୁଅଙ୍କୁ ଆଣିବାପାଇଁ ବହାରିପଡିଥିଲେ।

Leave a Reply