ଘର ଭିତରେ ଝୁଲି ପଡିଲେ ମା’ ପୁଅ, କାରଣ ଅସ୍ପଷ୍ଟ

ସମ୍ବଲପୁର: ଅଇଁଠାପାଲି ଥାନା ଟାଙ୍ଗରପାଲିରେ ଘରଭିତରୁ ମାଆ ଓ ପୁଅଙ୍କ ଝୁଲନ୍ତା ମୃତଦେହ ଠାବ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ କାହିଁକି ଆତ୍ମହତ୍ୟା କଲେ ସେନେଇ ଛାନବିନ ଚଳାଇଛି ପୋଲିସ । ଘରେ କେବଳ ମା ଓ ପୁଅ ରହୁଥିବା ବେଳେ ମାଆ ଜ୍ୟୋତ୍ସ୍ନାରାଣୀ ଦାସ ଜଣେ ଶିକ୍ଷୟିତ୍ରୀ ବୋଲି ଜଣାପଡିଛି ।
ଆତ୍ମହତ୍ୟା କରିଥିବା ପୁଅ ହେଲେ ସୁଧିର ପଣ୍ଡା । କାହିଁକି ଓ କଣ ପାଇଁ ଦୁହେଁ ଆତ୍ମହତ୍ୟା କଲେ ତାହା ଜଣାପଡିନାହିଁ । ଘରେ କାମ କରୁଥିବା ଜଣେ ଝିଅ କହିବା ଅନୁସାରେ ଆଜି ସେ ଘରକାମ ପାଇଁ ଯାଇଥିବାବେଳେ ଘର ଭିତରୁ କବାଟ ବନ୍ଦ ରହିଥିଲା । ସେ ଅନ୍ୟ ଏକ ରାସ୍ତାରେ ଯାଇ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପଡୋଶୀଙ୍କୁ ଖବର ଦେଇଥିଲା ।