କୁନି ପୁଅକୁ ବଞ୍ଚାଇବାକୁ ଯାଇ ସର୍ପାଘାତରେ ମାଆର ମୃତ୍ୟୁ

Mother Rescued His Son And Dies In Snake Bite Jajpur

ଯାଜପୁର: ମାଆ ସନ୍ତାନକୁ ସବୁଠୁ ଅଧିକ ଭଲ ପାଏ । ସେଥିପାଇଁ ତ କୁହାଯାଏ ‘ଯାହା ପୁଅକୁ ସାପ କାମୁଡ଼ି ଥାଏ ତା ମାଆ ପାଳ ଦଉଡ଼ିକୁ ଦେଖିଲେ ଡରେ’ । ଆଉ ଏଠି ମାଆ ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛି । ଘଟଣା ଘଟିଛି ଯାଜପୁର ଦଶରଥପୁର ବ୍ଲକ ତଳିହା ପଞ୍ଚାୟତ ଦେଉଳବାଡ଼ ଗାଁରେ ।

Mother Rescued His Son And Dies In Snake Bite Jajpur

ସୂଚନା ମୁତାବକ ଦଶରଥପୁର ବ୍ଲକ ରାହାସୋଇ ଗାଁର ବନମାଳି ଜେନାଙ୍କ ଝିଅ ପ୍ରିୟଦର୍ଶିନୀ ୨୦୧୯ ମସିହା ଅପ୍ରିଲରେ ଦେଉଳବାଡ଼ର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ । ୨୦୨୦ ମେରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ପ୍ରିୟଦର୍ଶିନୀ । ଆଉ ସ୍ନେହ ଶ୍ରଦ୍ଧାରେ ପ୍ରିୟଦର୍ଶିନୀ ପୁଅକୁ ପାଳି ଆସୁଥିଲେ । ବିଧିର ବିଧାନ ଥିଲା କିଛି ଅଲଗା । ପ୍ରିୟଦର୍ଶିନୀଙ୍କ ଖୁସିର ସଂସାରରେ ଯେପରି କାହାରି ନଜର ଲାଗିଗଲା ।

ପୁଅକୁ ଶୁଆଇ ଘର କାମରେ ବ୍ୟସ୍ତ ଥିଲେ ପ୍ରିୟଦର୍ଶିନୀ । ମାଆ ପ୍ରୀୟଦର୍ଶିନୀ କିଛି ସମୟ ପରେ ପୁଅ ଶୋଇବା ଘରକୁ ଆସି ଦେଖନ୍ତି ତ ଏକ ନାଗ ସାପ ପୁଅ ନିକଟକୁ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି । ବିପଦ ପୁଅର ଅତି ନିକଟରେ  ପହଞ୍ଚିବାର ଦେଖି ମାଆ ପ୍ରୀୟଦର୍ଶିନୀ ପୁଅକୁ ବଞ୍ଚାଇବାକୁ ଯାଇ ନାଗ ସାପଟିକୁ ହାତରେ ଧରି ଟାଣି ଆଣିବା ସମୟରେ ସାପଟି ଚୋଟ ମାରିଥିଲା ।

Mother Rescued His Son And Dies In Snake Bite Jajpur

ସାପ କାମୁଡ଼ିବା ପରେ ପ୍ରୀୟଦର୍ଶିନୀଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରିୟଦର୍ଶିନୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ପଡ଼ିଛି ଦେଉଳବାଡ଼ । ପୁଅ ପାଇଁ ମାଆ ମରିବାକୁ ମଧ୍ୟ ପଛାଏ ନାହିଁ ତାକୁ ପ୍ରମାଣିତ କରିଛନ୍ତି ପ୍ରିୟଦର୍ଶିନୀ । ସମସ୍ତେ ପ୍ରିୟଦର୍ଶିନୀଙ୍କୁ ପ୍ରଶଂସା କରିବା ଏଭଳି ବିପଦ ଆଉ କାହା ଭାଗ୍ୟରେ ନ ଆସୁ ବୋଲି କହୁଛନ୍ତି ।

Leave a Reply