ପ୍ରକୃତିଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମା’ କ୍ରିଷ୍ଣା

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଷ୍ଟାର କଳି ମାମଲା । ପ୍ରକୃତି ମିଶ୍ରଙ୍କ ସହ ଫ୍ୟାମିଲି ଫଟୋ ସେୟାର କଲେ ମାଆ କ୍ରିଷ୍ଣା । ଚେନ୍ନାଇରୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଫ୍ୟାମିଲି ଫଟୋ । ଜାରି ହୋଥିବା ଫ୍ୟାମିଲି ଫଟୋରେ ଅଛନ୍ତି ପ୍ରକୃତି, ବାପା ମନ୍ମଥ ଓ ମାଆ କ୍ରିଷ୍ଣା । କ୍ରିଷ୍ଣା କହିଛନ୍ତି ପ୍ରତିଟି ପ୍ରତିବନ୍ଧକ ପରେ ସମସ୍ତେ ହୋଇଛନ୍ତି ସାମାନ୍ୟ ରିଲାସ୍କ । ଆଶଙ୍କା କୁହାଯାଉଛି ଯେ, ପ୍ରକୃତି ପରିବାର ସହ ଖୁବଶୀଘ୍ର ଘରକୁ ଫେରିବେ । କାରଣ ପୋଲିସ ପକ୍ଷରୁ ଉଭୟ ପ୍ରକୃତି ଏବଂ ବାବୁସାନଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲା । ଗତ ଶନିବାର ସ୍ୱାମୀ ବାବୁସାନଙ୍କ ସହ ଏକାଠି ଦେଖି ପ୍ରକୃତିଙ୍କୁ ଆକ୍ରମଣ କରିଥିଲେ ପତ୍ନୀ ତୃପ୍ତି । ଅପ୍ରୀତିକର ପରିସ୍ଥିତି ଉପୁଜିବା ପରେ ପ୍ରକୃତି ଚାଲି ଯାଇଥିଲେ ଚେନ୍ନାଇ । ସେହିପରି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାବୁସାନ ବି ଚାଲିଯାଇଥିଲେ ଚେନ୍ନାଇ ।

ସେପଟେ ନୋଟିସ ସତ୍ତ୍ବେ ମିଳୁନି ବାବୁସାନଙ୍କ ପତ୍ତା । ଚେନ୍ନାଇରେ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ବି ସେ ସାମିଲ ହୋଇନାହାନ୍ତି । ଏପରିକି ବାବୁସାନଙ୍କୁ ଯେଉଁ ହୋଟେଲରେ ରଖାଯାଇଥିଲା ସେଠାରୁ ସେ ଚେକ୍ ଆଉଟ୍ କରିସାରିଥିବା ସୂଚନା ମିଳିଛି । ପ୍ରକୃତି ତ ତାଙ୍କ ପରିବାର ସହ ଅଛନ୍ତି ସ୍ପଷ୍ଟ ହେଲା ତେବେ ବାବୁସାନ କେଉଁଠି ଅଛନ୍ତି ଏବେବି ସସ୍ପେନ୍ସ ରହିଛି । ରବିବାର ସନ୍ଧ୍ୟାରେ ସେ ଶେଷ ଫେସବୁକ୍ ଭିଡିଓ କରିଥିଲେ । ସେହି ଭିଡିଓରେ ପ୍ରକୃତି ତାଙ୍କର ଜଣେ ଭଲ ବନ୍ଧୁ ଓ ବ୍ଲାକମେଲ ନୁହେଁ ବରଂ ସାହାଯ୍ୟ କରିଥିବା କଥା କହିଥିଲେ । ଯେତବେଳେ କି ତାଙ୍କ ମା’ ଅପରାଜିତା ଓ ତାଙ୍କ ସ୍ତ୍ରୀ ତୃପ୍ତି ପ୍ରକୃତିଙ୍କୁ ବ୍ଲାକମେଲର ବୋଲି କହିଆସୁଛନ୍ତି । ତେଣେ ଅପରାଜିତାଙ୍କ ଘର ଆଗରେ ରୁଣ୍ଡ ହେବା ସହିତ ବାବୁଙ୍କୁ ଫେରିଆସିବାକୁ ଅନୁରୋଧ କରିଛନ୍ତି ଫ୍ୟାନ ।