ନବଜାତ ଶିଶୁ କନ୍ୟାକୁ ଛାଡ଼ି ମାଆ ଫେରାର୍

ବ୍ରହ୍ମପୁର: ନବଜାତ ଶିଶୁ କନ୍ୟାକୁ ବେଡ଼ରେ ଛାଡି ମାଆ ଫେରାର । ଗଞ୍ଜାମ ଜିଲ୍ଲା  ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏମିତି କିଛି ଅଭାବନୀୟ ଦୃଶ୍ୟ  । ସୂଚନା ଅନୁଯାୟୀ ଜଣେ ପ୍ରସୂତୀ ନବଜାତକ ଶିଶୁ କନ୍ୟାଟିକୁ ଜନ୍ମ ଦେବା ପରେ ବେଡ଼ରେ ଛାଡି ପଳାଇଛନ୍ତି । ପ୍ରସୂତି ଜଣକ ଗତକାଲି ଖଲ୍ଲିକୋଟ୍‌ ମେଡ଼ିକାଲକୁ ଆସିଥିବା ବେଳେ, ସାଙ୍ଗରେ ଆଉ ଦୁଇ ଜଣ ମଧ୍ୟ ଥିଲେ ଏବଂ ସନ୍ଧ୍ୟାରେ ମେଡିକାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ କିଛି ସମୟ ପରେ ନର୍ସ ମହିଳା ଜଣଙ୍କୁ ଇଂଜେକସନ ଦେବାକୁ ଆସିଥିବା ବେଳେ ମାଆ ଜଣକ ସେଠାରେ ନଥିଲେ । ବହୁ ଖୋଜାଖୋଜି ପରେ ମାଆର ସନ୍ଧାନ ନମିଳିବାରୁ ଛୁଆଟିର ନର୍ସ ମାନେ ଯତ୍ନ ନେଇଥିଲେ । ଏ ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ସିଡିପିଓ ଅଂଶୁପା ସାହୁ ମେଡିକାଲରେ ପହଞ୍ଚି ଶିଶୁକୁ ଜଣେ ଅଙ୍ଗନବାଡି କର୍ମୀ ଓ ଜଣେ ଆଶା କର୍ମୀଙ୍କ ସହାୟତାରେ ବ୍ରହ୍ମପୁର ଚାଇଲଡ଼ ଲାଇନକୁ ହସ୍ତାନ୍ତର କରିଥିବା ଜଣାପଡିଛି

ଏଥିସହିତ ପଢ଼ନ୍ତୁ: ଫିଲ୍ମ ପ୍ରଯୋଜକ ତଥା ବିଲ୍ଡର ନିରଞ୍ଜନ ରଣା ଗିରଫ

 

 

 

Leave a Reply