spot_img

Latest Posts

ପାଖରେ ପୁଅ ବୋହୁ ଥାଇ ମଧ୍ୟ ମାଆର ମୃତ ଦେହକୁ ମିଳିଲାନି ଚାରି କାନ୍ଧ

ଉମରକୋଟ: ୯ ମାସ ଦଶ ଦିନ ପୁଅକୁ ଗର୍ଭରେ ରଖି ମାଆ ଜନ୍ମ ଦେଇଲା। ପୁଅଟେ ପାଇଁ ମାଆ କରିଥିଲା କେତେ ଉପବାସ ଆଉ ବ୍ରତ। ନିଜ ପେଟରୁ କାଟି ପୁଅକୁ ଖାଇବାକୁ ଦେଇଥିଲା। ନିଜ ପଣତରେ ଘୋଡ଼ାଇ ବାହର ଲୋକଙ୍କର କଳା ନଜରରୁ ସବୁ ସମୟରେ ମାଆ ରକ୍ଷା କରିଛି। ହେଲେ ଆଜି ଶେଷ ସମୟରେ ଅଲୋଡ଼ା ହୋଇଛି ମାଆ। ବୟସର ଅପରାହ୍ନରେ ଜୀବନ ବଞ୍ଚିଥିବା ବେଳେ ମିଳି ନଥିଲା ପୁଅର ସାହାରା। ଆଉ ମାଆ ଆରପାରିକୁ ଚାଲିଗଲା ପର ମଧ୍ୟ ମୃତ ଦେହକୁ ମିଳିଲାନି କାନ୍ଧ। ଯେଉଁ ମାଆର ହାତରେ ପୁଅ ଏଡ଼ିଟିରୁ ଏଡ଼େବଡ଼ ହୋଇଥିଲା ସେହି ମାଆର ମୃତ ଦେହକୁ ଉଠାଇବା ପାଇଁ ଆଜି ପୁଅର ହାତ ଗଲାନାହିଁ।

ପୁଅବୋହୂ ଥାଇ  ମହିଳାଙ୍କ ମୃତଦେହକୁ ମିଳିଲାନି କାନ୍ଧ। ଦିନେ ନୁହେଁ କୋଠରି ଭିତରେ ୪-୫ ଦିନ ପଡ଼ି ରହିଲା ମୃତଦେହ। ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଶିବାଜୀ ନଗରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ବୃଦ୍ଧା କୁସୁମ ନାୟକ ସ୍ୱାମୀଙ୍କ ମୃତ୍ୟୁ ପରେ ବଡ଼ପୁଅ ଓ ବୋହୂ ପାଖରେ ରହୁଥିଲେ। କୁସୁମ ନାୟକ ସେବାମୀଙ୍କ ପେନସନ ଟଙ୍କାରେ ଗୁଜରାଣ ମେଣ୍ଟାଉଥିଲେ। କୁସୁମଙ୍କ ଅନ୍ୟ ଦୁଇପୁଅ ଅଲଗା ରହୁଥିଲେ। କିଛି ଦିନ ତଳେ ବଡ଼ ପୁଅଙ୍କର ମୃତ୍ୟୁ ହୋଇଥିଲା। ପରେ ବଡ଼ ବୋହୂ ବୃଦ୍ଧା କୁସୁମଙ୍କ ଦେଖାଶୁଣା ଠିକଭାବେ କରୁନଥିବା ଅଭିଯୋଗ ହୋଇଥିଲା।

କୁସୁମଙ୍କ ମୃତ୍ୟୁ ହେବା ପରେ ମୃତଦେହ ଘରେ ୪-୫ଦିନ ପଡ଼ି ରହିଥିଲା। ଏନେଇ ଦୁଇ ପୁଅ ଥାନାରେ ଅଭିଯୋଗ କରିବା ସହ ମା’ଙ୍କ ମୃତ୍ୟୁ କିପରି ହୋଇଛି, ତାହା ତଦନ୍ତ କରିବାକୁ ଦାବି କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି।

Latest Posts

Don't Miss