ନୂଆଦିଲ୍ଲୀ: ନିକଟରେ ଅମୁଲ୍ କମ୍ପାନୀ ପକ୍ଷରୁ ସମଗ୍ର ଦେଶରେ କ୍ଷୀରର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏପରିକି ଲିଟର ପିଛା ଦୁଗ୍ଧ ଦାମ୍ ୨ ଟଙ୍କା ବୃଦ୍ଧି ପାଇଥିଲା । ପଞ୍ଜିକୃତ ହୋଇଥିଲା । ଏବେ ମଦର ଡେରୀ ପକ୍ଷରୁ ମଧ୍ୟ ରବିବାର ଠାରୁ ଦିଲ୍ଲୀ-ଏନସିଆର ଅଞ୍ଚଳରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯିବ ବୋଲି ଘୋଷଣା କରାଯାଇଛି ।
ପୂର୍ବରୁ ମଦର ଡେରୀ ୨୦୨୧ ମସିହା ଜୁଲାଇରେ କ୍ଷୀରର ଦାମ୍ ବୃଦ୍ଧି କରିଥିଲା । ଜୁଲାଇ ପରେ ମିଲ୍କ ପ୍ରକ୍ୟୁରମେଣ୍ଟରେ ୮ରୁ ୯ ପ୍ରତିଶତ ବୃଦ୍ଧି ପାଇଛି । ଯାହା ଫଳରେ ଏହାର ମୂଲ୍ୟ ବୃଦ୍ଧି କରିବାକୁ ପଡିବ ବୋଲି କହିଥିଲା କମ୍ପାନୀ ।
ଏହି ରାଜ୍ୟରେ ମଧ୍ୟ କ୍ଷୀର ମହଙ୍ଗା
ଆସନ୍ତାକାଲିଠାରୁ ହରିୟାଣା, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଦର ଡେରୀ କ୍ଷୀର ମଧ୍ୟ ୨ ଟଙ୍କା ମହଙ୍ଗା ହେବ ଅଧିକ ହେବ |
ମଦର ଡେରୀ ଫୁଲ୍ କ୍ରିମ୍ କ୍ଷୀର ଲିଟର ପିଛା ୫୭ ରୁ ୫୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଟୋନଡ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୪୭ ଟଙ୍କା ବଦଳରେ ୪୯ ଟଙ୍କାରେ ମିଳିବ । ସେହିପରି ଡବଲ୍ ଟୋନଡ କ୍ଷୀରର ମୂଲ୍ୟ ଲିଟର ପିଛା ୪୧ରୁ ୪୩ଟଙ୍କାକୁ ବୃଦ୍ଧି ପାଇବ ।

