ଅଗ୍ନିକାଣ୍ଡରେ ମାଆ ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

Mother Burnt Alive, Daughter Critical After Fire Catches House In Bhadrak

ଭଦ୍ରକ: ନିଆଁରେ ଜଳି ମାଆ ମୃତ, ଝିଅ ଗୁରୁତର । ହୁ ହୁ ହୋଇ ଜଳିଗଲା ଘର । ବାହାରି ପାରିଲେନି ମାଆ ଓ ଝିଅ  । ଭଦ୍ରକ ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ମହଲା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମାଆ ଓ ଝିଅ ଘର ରୋଷେଇ କରୁଥିବା ବେଳେ ହଠାତ୍ ନିଆଁ ଲାଗିଥିଲା । ଝିଅକୁ କୌଣସି ମତେ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ନିଆଁ ଭିତରୁ ଫସି ରହିଥିବା ମାଆକୁ ଉଦ୍ଧାର କରାଯାଇ ନପାରିବାରୁ ତାଙ୍କପ ମୃତ୍ୟୁ ହୋଇଛି ।

Mother Burnt Alive, Daughter Critical After Fire Catches House In Bhadrak

ମହଲାସାହିର ପ୍ରଭାତ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଘର ଭିତରେ ଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ପ୍ରଭାତଙ୍କ ପତ୍ନୀ ଭାରତୀ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଏଥି ସହ ୧୦ ବର୍ଷର ଝିଅ ଅଗ୍ନିକାଣ୍ଡରେ ଗୁରୁତର ହୋଇ  ଚିକିତ୍ସିତ ହେଉଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ଅନୁସାରେ ରୋଷେଇ ବେଳେ ନିଆଁ ଲାଗି ଯାଇଥିଲା ।

Mother Burnt Alive, Daughter Critical After Fire Catches House In Bhadrak

ନିଆଁର ପ୍ରକୋପ ଏତେ ଥିଲା ଯେ ହଠାତ୍ ଆୟତ୍ତ କରିବା ସମ୍ଭବପର ହୋଇନଥିଲା । ଚାଳ ଘର ହୋଇଥିବାରୁ ଓ ପବନ ଦେଉଥିବାରୁ ନିଆଁ ବ୍ୟାପିବାରେ ଲାଗିଥିଲା । ସ୍ଥାନୀୟ ଲୋକେ ଧାଁ ଦୌଡ଼ କରି ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ପଡିଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡରେ ୨ ବଖରା ଘର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି ।

Leave a Reply