ବିଦ୍ୟୁତ୍ ଆଘାତରେ ମାଆ, ପୁଅ ମୃତ

Mother And Son Electric shock Death Basudevpur

ବାସୁଦେବପୁର: ପୁଅକୁ ବଞ୍ଚାଇବାକୁ ଯାଇ ଗଲା ମାଆର ଜୀବନ । ଏମିତି ଏକ ଅଘଟଣ ଘଟିଛି ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତର ନଟିଆପାଳ ଗାଁରେ । ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି ମାଆ ଓ ପୁଅ । ନଟିଆପାଳ ନାୟକ ସାହିର ସଞ୍ଜୀବ କୁମାର ନାୟକଙ୍କ ପତ୍ନୀ ଲକ୍ଷ୍ମୀମଣି ଓ ତାଙ୍କ ପୁଅ ସପନ ଅପରାହ୍ଣରେ ଗୋବରରେ ପାଣି ଦେଇ ଚକୁଟୁ ଥିଲେ ।

Mother And Son Electric shock Death Basudevpur

ମଟର ପମ୍ପ ଦ୍ୱାରା ପାଣି ଭର୍ତ୍ତି କରୁଥିଲେ । ସପନ ପମ୍ପର ପ୍ଲଗ୍ ବାହାର କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗିଥିଲା । ପୁଅର ଚିତ୍କାର ଶୁଣି ଉଦ୍ଧାର କରିବାକୁ ଯାଇ ମାଆ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସଂଜ୍ଞାହୀନ ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ତେବେ ଡାକ୍ତର ପ୍ରାଥମିକ ପରୀକ୍ଷା କରି ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।