ରାଜଧାନୀରେ ଗଞ୍ଜେଇ ବେପାର କରୁଥିଲେ ମା’-ପୁଅ, ମାଡ଼ି ବସିଲା ସ୍ପେସାଲ ସ୍କ୍ୱାଡ

ଭୁବନେଶ୍ୱର: ରାଜଧାନୀରେ ଗଞ୍ଜେଇ କାରବାରରେ ମା’ ପୁଅ । ସ୍ପେସାଲ ସ୍କ୍ୱାର୍ଡ ଓ ଭରତପୁର ଥାନା ପୋଲିସ ପଂଝାରେ ଗଞ୍ଜେଇ ମାଫିଆ । ଭରତପୁର କୋଲାଥିଆରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ସ୍ପେସାଲ ସ୍କ୍ୱାର୍ଡ ଓ ଭରତପୁର ଥାନା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ । ଗଞ୍ଜେଇ ବେପାର କରୁଥିବା ଯୁବକ ଜଣକ ହେଉଛନ୍ତି ଭବାନୀ ମହାପାତ୍ର । ଭବାନୀ ଦକ୍ଷିଣ ଓଡ଼ିଶାରୁ ଗଞ୍ଜେଇ ଆଣି ଭୁବନେଶ୍ୱରରେ ବିକୁଥିଲେ ।

ସୂଚନା ଅନୁସାରେ ଭବାନୀ ମହାପାତ୍ର ଭୁବନେଶ୍ୱରର ଏକ ଘରୋଇ କଲେଜରୁ ଏମସିଏ ପାସ ଆଉଟ ଛାତ୍ର ଅଟନ୍ତି । ପାଠ ପଢିବା ପାଇଁ ଲୋନ କରିଥିଲେ ଭବାନୀ । କିନ୍ତୁ ପାଠ ପଢ଼ା ପରେ ଚାକିରୀ ନ ମିଳିବା ଓ ଟଙ୍କା ସୁଝି ନପାରିବା ପରେ ଗଞ୍ଜେଇ କାରବାରରେ ପାଦ ଥାପିଥିଲେ ସେ । ଗଞ୍ଜେଇ କାରବାର କରି ଟଙ୍କା ସୁଝିବାକୁ ଯୋଜନା କରିଥିଲେ । ତେବେ ଏହି ରାକେଟ ଭବାନୀଙ୍କ ସହ ଆଉ କିଏ କିଏ ଥିଲେ ତାହାକୁ ନେଇ ପୋଲିସର ପଚାରଉଚରା ଜାରି ରଖିଛି ।