ସମ୍ପତ୍ତି ଲୋଭରେ ମାଆ ଏବଂ ଭଉଣୀକୁ ଗଛରେ ବାନ୍ଧିଲେ ଦୁଇ ଭାଇ

ଜଗତସିଂହପୁର: ସମ୍ପତ୍ତି ଲୋଭରେ ତୁଚ୍ଛ ହୋଇଗଲା ସମ୍ପର୍କ । ନା ମାଆ ନା ଭଉଣୀ, ସମ୍ପତ୍ତି ଆଗରେ ଫିକା ପଡ଼ିଲା ରକ୍ତର ସମ୍ପର୍କ । ସମ୍ପତ୍ତି ଲୋଭରେ ମାଆ ଏବଂ ଭଉଣୀଙ୍କୁ ଗଛରେ ବାନ୍ଧିଲା ଭାଇ । ଏଭଳି ଏକ ଘଟଣା  ଜଗତସିଂହପୁର କୁଜଙ୍ଗ ଥାନା ହସୀନା ଗାଁରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଦୁଇ ଭାଇ, ମା, ଭଉଣୀଙ୍କ ମଧ୍ୟରେ କିଛିଦିନ ହେବ ଘର ଜାଗା ବାଡ଼ିକୁ ନେଇ କଳହ ଲାଗି ରହିଥିଲା । କିନ୍ତୁ ଏ ଲୋଭ ଏତେ ଅଧିକ ହୋଇଗଲାଯେ ଶେଷରେ ଘର ବାହାରେ ଏକ ଗଛରେ ଦୁଇ ଜଣଙ୍କୁ ବାନ୍ଧିଦେଲା ଭାଇ ।

ସମ୍ପତ୍ତି ହାତେଇବା ଲୋଭରେ ଦୁଇ ଭାଇ ମିଶି ମାଆ ଏବଂ ଭଉଣୀଙ୍କୁ ଗଛରେ ବାନ୍ଧି ଦେଇଥିଲେ । ଏନେଇ କୁଜଙ୍ଗ ଥାନାରେ ଏକ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାରକରି କୁଜଙ୍ଗ ପୋଲିସ ହସୀନା ଗାଁରେ ପହଞ୍ଚି  ଅଭିଯୁକ୍ତ ୨ ଭାଇଙ୍କୁ ଗିରଫ କରିଛି ।

Leave a Reply