କରୋନା ପଞ୍ଝାରୁ ଖସି ଆସିଛି କୁନି ଝିଅ ସାଇ ସନ୍ଧ୍ୟା, ଆଉ କହୁଛି..

1 min read

ମାଲକାନଗିରି: ସାରା ଦୁନିଆକୁ ଆତଙ୍କିତ କରିଥିବା କରୋନାକୁ ପରିହାସ କରିଛି ୧୭ ମାସର କୁନି ଝିଅ । ଭୂତାଣୁକୁ ଭୟ କରିନି ବଂର ତା ପଞ୍ଝାରୁ ଖସି ଆସିଛି । ଏ କାହାଣୀ ମାଲାକାନିଗିରିର । କେବଳ କୁନିଝିଅ ସାଇ ସଂଧ୍ୟା ନୁହେଁ ମାଆ ବିଜୟଲକ୍ଷ୍ମୀ ମଧ୍ୟ ପିନ୍ଧିଛନ୍ତି ବିଜୟର ଟୀକା । ଉଭୟେ ହସପିଟାଲ୍ ନଯାଇ ଘରେ ସଂଗରୋଧରେ ରହି ମହାମାରୀକୁ ମାତ୍ ଦେବାରେ ସମର୍ଥ ହୋଇଛନ୍ତି । ପିଜିଟିଭ୍‌କୁ ନେଇ ଆମେ ସମସ୍ତେ ବ୍ୟସ୍ତ ହେଇ ପଡୁଥିବା ବେଳେ ଉପାନ୍ତରୁ ଆସିଛି ପଜିଟିଭିଟିର ଖବର ।

ହସୁଛି ଖେଳୁଛି କୋଳରୁ କୋଳ ହେଉଛି କୁନିଝିଅ । କଥା କହି ନଥିବା କୁନିଝିଅ ଖନେଇ ଖନେଇ କରୋନାକୁ କହିଛି ବାଏ ବାଏ । କେମିତି ହେଲା ସମ୍ଭବ । ଭୂତାଣୁ କବ୍‌ଜାକୁ ଆସିବା ପରେ ହସପିଟାଲ୍ ନଯାଇ କେମିତି ଘରେ ରହି ଚିକିତ୍ସା ହେଲେ ମାଆ ଝିଅ ।

ବିଜୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ପ୍ରଶାନ୍ତ, ଉଭୟ ଜଣେ ଜଣେ କରୋନା ଯୋଦ୍ଧା । ପ୍ରଶାନ୍ତ କନିଷ୍ଠ ଯନ୍ତ୍ରୀ ଆଉ ବିଜୟଲକ୍ଷ୍ମୀ ସିଡିଏମଓ ଅଫିସରେ କାର୍ଯ୍ୟରତ । ମାଆ କରୋନାରେ ଆକ୍ରାନ୍ତ ହେବା ପରେ ଝିଅ ସଂକ୍ରମିତ ହୋଇଥିଲା । ହେଲେ ହସପିଟାଲ ନଯାଇ ଉଭୟ ମାଆ ଓ ଝିଅ ହୋମ୍‌ ଆଇସୋଲେସନରେ ରହିଥିଲେ ।

ବୟସ୍କ ଓ ଛୋଟ ପିଲାଙ୍କୁ ଭୂତାଣୁର ଭୟ ଅଧିକ ରହିଛି । ହେଲେ ମାଲାକାନଗିରିର ଏ ବିଜୟ କାହାଣୀ ଏବେ ଆମ ସମସ୍ତଙ୍କୁ ଏକ ନୂଆବାର୍ତ୍ତା ଦେଇଛି । ଆଉ ସାଇସଂଧ୍ୟା ଯେମିତି କାନରେ କହି ଦେଇ ଯାଉଛି, ଏ ଭୂତାଣୁ ଅଳ୍ପଦିନିଆ ଅତିଥି ।

(ରିପୋର୍ଟର- ଇଶ୍ୱର ପ୍ରସାଦ ପଟ୍ଟନାୟକ)

Leave a Reply