spot_img

Latest Posts

ମାଉଥ୍ ଫ୍ରେସନର ଖାଇବା ମାତ୍ରେ ପାଟିରୁ ବାହାରିଲା ରକ୍ତବାନ୍ତି

ନନ୍ଦିଘୋଷ ବ୍ୟୁରୋ: ଗୁରୁଗ୍ରାମର ଏକ ରେସ୍ତୋରାଁରେ ଖାଇବା ପରେ ପାଞ୍ଚ ଜଣ ଲୋକ ଅସୁସ୍ଥ ହୋଇପଡିଥିଲେ। ଶୁଖିଲା ବରଫ ମିଶ୍ରିତ ମାଉଥ୍ ଫ୍ରେସନର ଖାଇବା ମାତ୍ରେ ପାଟିରୁ ରକ୍ତସ୍ରାବ ଆରମ୍ଭ ହୋଇଥିଲା। ଏବଂ ସମସ୍ତଙ୍କର ବାନ୍ତି ହୋଇଥିଲା। ପୋଲିସ କହିବା ଅନୁଯାୟୀ, ପାଞ୍ଚ ଜଣଙ୍କ ମଧ୍ୟରୁ ଚାରିଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗ୍ରେଟର ନୋଏଡା ନିବାସୀ ଅଙ୍କିତ କୁମାରଙ୍କ ଅଭିଯୋଗ ଅନୁଯାୟୀ ସେ ଶନିବାର ଗୁରୁଗ୍ରାମର ସେକ୍ଟର ୯୦ରେ ଥିବା ଏକ ରେସ୍ତୋରାଁରେ ତାଙ୍କ ପତ୍ନୀ ଏବଂ ଚାରିଜଣ ସାଙ୍ଗଙ୍କ ସହ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ। ରାତ୍ରୀ ଭୋଜନ ପରେ ସେଠାରେ ଜଣେ ୱେଟର ମାଉଥ ଫ୍ରେସନର ଆଣିଥିଲେ। ପାଞ୍ଚ ଜଣ ଏହାକୁ ଖାଇଥିଲେ। ମାଉଥ୍ ଫ୍ରେସନର ଖାଇବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ।  ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ଦେଖି ସେଠାକାର ସମସ୍ତ କର୍ମଚାରୀ ପଳାଇ ଯାଇଥିଲେ। ଅଭିଯୋଗକାରୀ କହିଛନ୍ତି, ମୁଁ ଜଣେ ଡାକ୍ତରଙ୍କୁ ମାଉଥ୍ ଫ୍ରେନ୍ସର ପ୍ୟାକେଟ ଦେଖାଇଥିଲି, ସେ କହିଥିଲେ ଯେ ଏହା ଶୁଖିଲା ବରଫ। ଡାକ୍ତରଙ୍କ ଅନୁଯାୟୀ ଏହା ଏକ ଏସିଡ ଯାହା ମୃତ୍ୟୁର କାରଣ ହୋଇପାରେ।

 

Latest Posts

Don't Miss