spot_img

Latest Posts

ଓଡ଼ିଶା ପୋଲିସର ନିଦ ହଜାଇଛି ହାଇଦର, ସମ୍ବଲପୁରରେ ଷଡ଼ଯନ୍ତ୍ର କଟକରୁ ହେଲା ଫେରାର

କଟକ: ଅପରେସନ ଗ୍ୟାଙ୍ଗଷ୍ଟର ହାଇଦର। ଓଡ଼ିଶା ପୋଲିସର ନିଦ ହଜାଇଛି ହାଇଦର। ହାଇଦରକୁ ଧରିବାକୁ ହାଇ ଆଲର୍ଟ। ହାଇଦର ହାତରେ ହାତକଡି ପକାଇବାକୁ ଡିଜି କ୍ୟାମ୍ପରେ ମାଷ୍ଟର ପ୍ଳାନ। ଆଲର୍ଟରେ ୩୦ ଜିଲ୍ଲାର ଏସପି। ସଡ଼କ ପଥରୁ ରେଳପଥ, ସୀମା ଅଞ୍ଚଳରୁ ପ୍ରମୁଖ ଛକ। ସବୁଠି କ୍ରାଇମବ୍ରାଞ୍ଚର ୮ଟି ସ୍ପେଶାଲ ଟିମର ଅପରସେନ। ସଜାଗ ରହିଛି STF। ଧଳା ରଙ୍ଗର କାରରେ ମେଡିକାଲରୁ ଚମ୍ପଟ ମାରିଛି ହାଇଦର। ପରିବାର ଲୋକ ନା ସହଯୋଗୀଙ୍କ ଜରିଆରେ ଚମ୍ପଟ ମାରିଛି ହାଇଦର ତାକୁ ନେଇ ତନାଘନା କରୁଛି ପୋଲିସ। ଏସସିବିର ନର୍ସଙ୍କ ବୟାନ ରେକର୍ଡ କରାଯିବା ପରେ ମେଡିକାଲ ସିସିଟିଭି ଯାଞ୍ଚ ହେଉଛି। ହାଇଦରକୁ ତୁରନ୍ତ ଗିରଫ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ରେଳବାଇ ଥାନା ପୋଲିସ ମଧ୍ୟ ସର୍ଚ୍ଚ ଅପରସେନ ଆରମ୍ଭ କରିଛି। ଲୋକଙ୍କୁ ହାଇଦରର ଫଟୋ ଦେଖାଇ ଯାଞ୍ଚ କରୁଛି। ଘଟଣାରେ ମଙ୍ଗଳାବାଗ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗୁଇନ୍ଦା ତଥ୍ୟକୁ ଆଧାର କରି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ହାଇଦରର ଆଡା ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ବୁର୍ଲାରୁ ମାର୍ଚ୍ଚ ୨୩ରେ ଆସି ଏସସିବିରେ ସର୍ଜରୀ ବିଭାଗରେ ଭର୍ତ୍ତି ହୋଇଥିଲା ହାଇଦର। ୫ ନମ୍ବର କେବିନରେ ତାର ଚିକିତ୍ସା ଚାଲିଥିବା ବେଳେ ଫେରାର ହେବା କଥା ଡ୍ୟୁଟିରେ ଥିବା ନର୍ସ ଜାଣିବାକୁ ପାଇଥିଲେ। ପରେ ବିଭାଗ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା।

ଏପଟେ ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି। ଏମାନେ ସମସ୍ତେ ହାଇଦରର ସୁରକ୍ଷା ଦାୟିତ୍ୱରେ ଥିଲେ। ବିଭାଗୀୟ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

କେଉଁଠି ଆତ୍ମଗୋପନ କରିଛି ହାଇଦର ? ହାଇଦର ଫେରାର ହେବା କଥା କେମିତି ଜାଣି ପାରିଲେନି ପୋଲିସ ? ଏସସିବିରେ ଥାଇ ପ୍ଳାନ କରିଥିଲା କି ? ସୁରକ୍ଷା କର୍ମୀ ଫେରାର ପାଇଁ ସହଯୋଗ କରିଛନ୍ତି କି ? ଫେରାର ହୋଇଥିବା ଧଳା ରଙ୍ଗର କାର କାହାର ? ରାଜ୍ୟ ବାହରକୁ ଖସି ପଳାଇଲା କି ହାଇଦର ? ଜଳପଥରେ ବାଂଲଦେଶ ଖସି ପଲାଇବ କି ହାଇଦର ?  ଏଭଳି ଅନେକ ପ୍ରଶ୍ନ ପୋଲିସର ନିଦ ହଜାଇଛି।

Latest Posts

Don't Miss