ଦୁନିଆର ୫ଟି ଶକ୍ତିଶାଳୀ ଯୁଦ୍ଧ ବିମାନକୁ ଚିହ୍ନନ୍ତୁ
1 min readରାଫେଲ ଭଳି ଦୁନିଆର ପାଞ୍ଚଟି ସବୁଠୁ ଶକ୍ତିଶାଳୀ ଯୁଦ୍ଧ ବିମାନ କଣ ? ପରମାଣୁ ଯୁଦ୍ଧ ଓ ଅସ୍ତ୍ରଶସ୍ତ୍ର ବ୍ୟତୀତ ଯାହା ପାଖରେ ଭଲ ଲଢ଼ୁଆ ବିମାନ ଥିବ ସେ ହିଁ ଶକ୍ତିଶାଳୀ । ପରାକ୍ରମୀ, ଉଭୟ ସ୍ପିଡ, ରାଡାରଠାରୁ ଲୁଚିବାର କ୍ଷମତା ଅନୁସାରେ । ଆମେ ଆପଣଙ୍କୁ କହିବୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ୫ଟି ଯୁଦ୍ଧ ବିମାନ ବିଷୟରେ, ଯାହା ଶତ୍ରୁ ରାଷ୍ଟ୍ରକୁ ଚକମା ଦେବାରେ ମାହିର ।
୧. F-22 ରାଫ୍ଟର
ଆମେରିକା ଦ୍ୱାରା ନିର୍ମିତ ଏହି ବିମାନ ବର୍ତ୍ତମାନ ସମୟରେ ପଞ୍ଚମ ପିଢ଼ିର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ । ଏହା ୨୦୦୫ରେ ନିର୍ମିତ ହୋଇଥିଲା, କିନ୍ତୁ ଆମେରିକା ବାୟୁସେନାକୁ ଏହା ୨୦୧୨ରେ ମିଳିଥିଲା । ଏବେ ଆମେରିକା ପାଖରେ ପାଖାପାଖି ୧୯୫ଟି F-22 ରାଫ୍ଟର ବିମାନ ରହିଛି । ଏହା ଆକାଶରେ ଉଡ଼ିବା ବେଳେ ରାଡ଼ାରଠାରୁ ଅଦୃଶ୍ୟ ରହି କୌଣସି ବି ବିମାନକୁ ନିଜର ସ୍ଥିତି ସମ୍ବନ୍ଧରେ ଜଣାଇ ଦିଏନି । ଏହାର ଘଣ୍ଟାପ୍ରତି ବେଗ ୨୪୧୦ କି.ମି । ଗୋଟିଏ ମିନିଟରେ ୬୨ହଜାର ଫୁଟ ଉଚ୍ଚକୁ ଉଡ଼ିବାର କ୍ଷମତା ରଖିଛି F-22 । ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୫୦ ମିଲିୟନ ଡଲାର ।
୨. ଚେଙ୍ଗଦୁ J-20
ଚୀନ ଦ୍ୱାରା ନିର୍ମିତ ଏହା ଏକ ହାଲକା ବିମାନ ଯାହା କୌଣସି ବି ପାଗରେ ଉଡ଼ାଣ ଭରିପାରେ । ୨୦୧୭ରେ ଚୀନ ଏହାକୁ ନିର୍ମାଣ କରିଥିଲା । ବର୍ତ୍ତମାନ ସମୟରେ ଚୀନ ସେନାର ଏହା ସବୁଠୁ ଟାଣୁଆ ହତିଆର । ବିମାନ ଭିତରେ ଲେଜର ଗାଇଡେଡ୍ ବମ୍ ସହ ସାଟେଲାଇଟ୍ ଗାଇଡେଡ୍ ବମ୍ ବି ରହିଛି । ଏହାର ଘଣ୍ଟାପ୍ରତି ବେଗ ୨୧୦୦ କି.ମି । ଗୋଟିଏ ମିନିଟରେ ୪୫ ହଜାର ଫୁଟ ଉଚ୍ଚକୁ ଉଡ଼ିପାରେ ଏହି ଯୁଦ୍ଧ ବିମାନ । ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୧୦ ମିଲିୟନ ଡଲାର ।
୩. ସୁଖୋଇ Su-57 କିମ୍ବା T-50
ଭାରତ ଓ ଋଷ ପ୍ରୟାସରେ ଉଭୟ ଦେଶର ସେନା ପାଇଁ ନିର୍ମିତ ହୋଇଛି ଏହି ଯୁଦ୍ଧ ବିମାନ । ଏହା ଶ୍ରେଷ୍ଠ, ସିଙ୍ଗଲ ସିଟ୍ ଓ ଦୁଇଟି ଇଂଜିନ ଜେଟ୍ ଦ୍ବାରା ନିର୍ମିତ ବହୁମୂଖୀ ଯୁଦ୍ଧ ବିମାନ । ଯାହାର ଘଣ୍ଟା ପ୍ରତି ବେଗ ୨୧୪୦ କି.ମି । ନିର୍ମାଣ ପାଇଁ ଖର୍ଚ୍ଚ ହୁଏ ୪୦-୪୫ ମିଲିୟନ ଡଲାର ।
୪. ଲୋକହିର୍ଡ ମ୍ୟାର୍ଟିନ ଓ୍ବାନ -୩୫ ଲାଇଟନିଙ୍ଗ-୨ USA
ସଂଯୁକ୍ତ ରାଷ୍ଟ୍ର ଆମେରିକା ଦ୍ୱାରା ନିର୍ମିତ ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ । ଏଯାଏଁ ମାତ୍ର ୧୩ ୟୁନିଟ୍ ହିଁ ନିର୍ମିତ ହୋଇଛି । ସୁପର ଆଡଭାନ୍ସଡ୍ କମ୍ପ୍ୟୁଟର ଟେକନିକ୍ରେ ଏହା ନିର୍ମିତ । ରାଡାରକୁ ଚକମା ଦେବାରେ ସିଦ୍ଧହସ୍ତ । ଏହାର ରହିଛି ତିନିଟି ଅଲଗା ଅଲଗା ମଡେଲ । F-35 A, F-35B ଓ F-35 C । ଘଣ୍ଟାପ୍ରତି ବେଗ ୧୯୩୦ କି.ମି ।
୫. ମିସ୍ତୁବିଶି X-2 ସିନସିନ, ଜାପାନ
ଜାପାନ ଏହି ନାଁରେ ପଞ୍ଚମ ପିଢ଼ିର ପ୍ରଥମ ଯୁଦ୍ଧ ବିମାନ ତିଆରି କରିଛି । ଯାହାର ଘଣ୍ଟାପ୍ରତି ସର୍ବାଧିକ ବେଗ ୨୫୭୦ କି.ମି । ପ୍ରତି ମିନିଟ୍ରେ ୪୫ହଜାର ଫୁଟ ଉପରକୁ ଉଠିପାରେ ମିସ୍ତୁବିଶି । ଏହାର ବାହାରେ ରହିଛି ଦୁଇଟି ଇନ୍ଧନ ଟ୍ୟାଙ୍କ । ୭୬୧ କିମି ବ୍ୟାସାର୍ଦ୍ଧ କଭର କରିପାରେ । ଏଯାଏଁ ମାତ୍ର ଗୋଟିଏ ହିଁ ତିଆରି ହୋଇଛି । ଯାହାର ପରୀକ୍ଷଣ ୨୨ ଏପ୍ରିଲ ୨୦୧୬ରେ ହୋଇଥିଲା ।
-ଅବିନାଶ ଷଡ଼ଙ୍ଗୀ
')}