ଆମେରିକା ହାଟରେ ମିଳୁଛି କଣ ?
1 min readବିଦେଶ ଯାଉଥିବା ଆମ ଓଡ଼ିଆ ଲୋକଙ୍କ ମନରେ ସେଠାକାର ଖାଦ୍ୟକୁ ନେଇ ଭାରୀ ଚିନ୍ତା । ଅଧିକ ଚିନ୍ତିତ ସେଠାକୁ ଯେଉଁମାନେ ଦୀର୍ଘ ବର୍ଷ ଧରି ରହିବାକୁ ଯାଆନ୍ତି । ସେଠି ଖାଇବାକୁ କଣ ମିଳୁଥିବ ? ଆମ ଓଡ଼ିଆଙ୍କ ଖାଦ୍ୟ ମିଳୁଛି ନା ନାହିଁ ? ଯଦି ମିଳୁଛି କଣ କଣ ? ଆମକୁ ପସନ୍ଦ ଆସିବ ତ ? କେମିତି ବଞ୍ଚିବା ସେଠିକାର ଖାଦ୍ୟ ପାନୀୟରେ….ଏମିତି କେତେ କଣ କଥା ମନକୁ ଆସେ । ଯଦି କଥା ଆମେରିକା ସହ ଯୋଡ଼ିହୁଏ ତେବେ ଆମ ଲୋକ ତ ସେଠି ବହୁତ ଅଛନ୍ତି । ନିଇତି ଏଠି ଘରେ ୯ ତିଅଣ ଛ’ ଭଜା କରି ଖାଉଥିବା ଲୋକ ସେଠି ଖାଉଛି କଣ ? ପ୍ରିୟ ଖାଦ୍ୟରେ ପଖାଳ, ମାଛଭଜା, ଶାଗ ଭଜା, ବଡ଼ି ଚୁରା, ଡଙ୍କରାଇ, ବାଇଗଣ ପୋଡ଼ା ଖୋଜୁଥିବା ଖାଦ୍ୟ ପ୍ରେମୀଟି ସେଠି ଏହାକୁ ନପାଇ ରହିଛି କେମିତି ?
କିନ୍ତୁ କଥା ସେଇଆ ନୁହେଁ ବନ୍ଧୁ । ଆମ ଓଡ଼ିଶା ଭଳି ବି ସେଠି ପ୍ରାୟ ସବୁ ମିଳୁଛି । କଣ ଖାଇବେ କହୁନାହାନ୍ତି । ଯାହା ଖୋଜିବେ ତାହା ମିଳିବ । ଏମିତିକି ଜାନିଯାତରାର ଜିନିଷ ଦରବ ବି ମିଳୁଛି ସେଠି । ଆମେ ଆଜି କହିବୁ ଆମେରିକାର ପରିବା ହାଟରେ ମିଳୁଛି କଣ ? କେଉଁ ସବୁ ପରିବା ସେଠି ମିଳୁଛି ? ଓଡ଼ିଆ ଲୋକଟେ କଣ ଖାଇ ବଞ୍ଚିପାରିବ ?
ପ୍ରଥମେ ଶାଗରୁ ଆରମ୍ଭ କରିବା: ଆପଣ ଜାଣନ୍ତି ଖଡ଼ା, କୋଶଳା, ସଜନା ଶାଗ ଠାରୁ ଆରମ୍ଭ କରି କଳମ, କଖାରୁ ଡଙ୍କ , ଲେଉଟିଆ ପୋଇ ଶାଗ ପର୍ଯ୍ୟନ୍ତ ମିଳୁଛି ଆମେରିକାର ପରିବା ହାଟରେ । ହଁ ରେଟ ଟିକେ ଉଚ୍ଚା । ଆମ ଓଡ଼ିଶାରେ ୩ ବିଡ଼ା ଶାଗ ୧୫-୨୦ଟଙ୍କା ଭିତରେ ମିଳୁଥିବା ବେଳେ ଆମେରିକାରେ କିନ୍ତୁ ଗୋଟିଏ ବିଡ଼ାର ଦାମ୍ ଆମ ମୁଦ୍ରାରେ ୧୦୦ଟଙ୍କା । ପ୍ରାୟ ୨୦ ଗୁଣା ଅଧିକ ରେଟ୍ । ପୋଇ ଶାଗ ଆପେ ଆପେ କାହା ବାଡ଼ି କିମ୍ବା ଚାଳରେ ମାଡ଼ୁଥିବା ବେଳେ , ଆମେରିକା ଦର କିନ୍ତୁ ଚମକାଇ ଦେବ । ପୋଇ ୪୫୦ଗ୍ରାମକୁ ଦାମ୍ ୨୧୦ ଟଙ୍କା । ଟଙ୍କା କିନ୍ତୁ ଯାହାବି ହେଉ ସବୁ ଶାଗ ତ ପ୍ରାୟ ସେଠି ମିଳିଯାଉଛି । ସେଠିକା ଲୋକଙ୍କର ଆୟ ବି ସେହି ଅନୁସାରେ ଅଧିକ ରହିଛି ।
ଅନ୍ୟ ପରିବାରେ ଜହ୍ନି, ବାଇଗଣ, ଟମାଟୋ, ପୋଟଳ, କାଙ୍କଡ଼, ଛଚିନ୍ଦ୍ରା, ସଜନା ଛୁଇଁ, ବିନ୍ ଛୁଇଁ ଭେଣ୍ଡି ଠାରୁ ଆରମ୍ଭ କରି ପିଆଜ ସାଇଁ ଯାଏଁ ସବୁ କିଛି ମିଳୁଛି । ଦାମ୍ କିନ୍ତୁ ଅଳ୍ପ କିଛି ଓଜନକୁ ୧୦୦ ଟଙ୍କା । ତେଣୁ ଆମେରିକା ଗଲେ ଓଡ଼ିଆ ଲୋକକୁ ତା ପସନ୍ଦର ପରିବା ବା ଖାଦ୍ୟ ପାଇବାକୁ ଟେନସନ ନାହିଁ ।
ଆଉ ଗୋଟେ କଥା ଆପଣ ଜାଣିଛନ୍ତି କି ନାହିଁ, ପ୍ରଥମାଷ୍ଟମୀରେ ଏଣ୍ଡୁରି ପିଠା ପ୍ରସ୍ତୁତ ପାଇଁ ଦରକାର ହେଉଥିବା ହଳଦୀ ପତ୍ର ବି ମଳୁଛି ସେଠି । ମାଣବସା ଗୁରୁବାର ପାଇଁ ସମସ୍ତ ଜିନିଷଠାରୁ ଆରମ୍ଭ କରି ଗେଣ୍ଡୁ ଫୁଲ ଯାଏଁ ଆମେରିକାରେ ମିଳୁଛି ।
ଆମିଷରେ ବିଭିନ୍ନ ପ୍ରକାର ମାଛଠାରୁ ଆରମ୍ଭ କରି ମାଂସ ସବୁ କିଛି ଉପଲବ୍ଧ ।
ତେଣୁ ଆମେରିକା ଗଲେ ଖାଇବା ଟେନସନ ଜମା ବି ରଖନ୍ତୁନି, ଯଦି ନିଜେ ରୋଷେଇ କରି ଖାଉଛନ୍ତି । ଖାଲି ନିଜେ ଆପଣ ବନେଇ ପାରିଲେ ହେଲା ।
')}