ବାତ୍ୟାରୁ ବିଧେୟକ, ବିଦାୟୀ ବର୍ଷ ୨୦୨୦ର ବଡ଼ ଖବର

1 min read

ବର୍ଷ ୨୦୨୦ । ସମସ୍ତଙ୍କ ପାଇଁ ସ୍ମରଣୀୟ । ବେଶ ଧୁମ୍‌ଧାମ୍‌ରେ ଆରମ୍ଭ ହୋଇଥିବା ଏହି ବର୍ଷ କିନ୍ତୁ ଆଣିଥିଲା ଅନେକ ଦୁଃଖ । ଦୋହଲାଇଥିଲା ସାରା ବିଶ୍ୱକୁ । କିଛି ଲୋକଙ୍କ ପାଇଁ ଏହି ବର୍ଷ ସୁଖସମୃଦ୍ଧି ଦେଇଥିବା ବେଳେ ଅଧିକାଂଶଙ୍କ ପାଇଁ ଏହା ଦୁଃଖ ଓ ଯନ୍ତ୍ରଣାଦାୟକ ରହିଥିଲା । ବର୍ଷକ ୧୨ ମାସରୁ ୮ ମାସ ଲୋକେ ଘରେ ବନ୍ଦୀ ଜୀବନ କାଟିଥିଲେ । ରୋଗ ଆଉ ମୃତ୍ୟୁ ଭୟ ସମସ୍ତଙ୍କୁ ବର୍ଷ ଶେଷ ସୁଦ୍ଧା ମଧ୍ୟ ରହିଥିଲା ।  ବର୍ଷ ଶେଷ ବେଳକୁ ମୃତ୍ୟୁ ଭୟ କମିଥିଲେ ମଧ୍ୟ ସମ୍ପୁର୍ଣ୍ଣ ଶେଷ ହୋଇନଥିଲା । କିନ୍ତୁ ଲୋକ ଗୁଜୁରାଣ ମେଣ୍ଟାଇବାକୁ ବାଧ୍ୟ ହୋଇ ଘରୁ ବାହାରିଥିଲେ ।

୨୦୨୦, ବର୍ଷ ତମାମ ସବୁ ବନ୍ଦ । ହେଲେ ଏହାରି ଭିତରେ ଘଟିଛି ଅନେକ ଘଟଣା ଆଉ ଦୁର୍ଘଟଣା । ଯାହାକୁ ସମସ୍ତ ଦେଶବାସୀ କେବେ ବି ଭୁଲିପାରିବେ ନାହିଁ । ଏମିତି ୧୦ଟି ବିଷୟରେ ଏବେ ଆମେ ଆଲୋଚନା କରିବା । ଏହି ମନେ ରହିବା ଭଳି ଘଟଣା ଭିତରେ ସବୁଠାରୁ ଆଗରେ ରହିବ:-

କରୋନା ମହାମାରୀର କରାଳ ରୂପ

କରୋନା ମହାମାରୀ ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଭାରତରେ ମଧ୍ୟ ଏହାର ପ୍ରଭାବ ବେଶ ଦେଖିବାକୁ ମିଳିଛି । ଏକ କୋଟିରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ପାଖାପାଖି ଦେଢ଼ ଲକ୍ଷ ଲୋକ ଏଥିରେ ମୃତ୍ୟୁବରଣ କରିଛନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ କରୋନା ମହାମାରୀ ଦାଉରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଅହରହ ପରିଶ୍ରମ କରିଛନ୍ତି ।

ଘର ଛାଡ଼ି ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଚାଲି ଚାଲି ନିଜ ରାଜ୍ୟକୁ ଫେରିଛନ୍ତି । ଭୋକ ଉପାସରେ ରହି ରାସ୍ତା କଡ଼ରେ ରାତି କାଟିଛନ୍ତି । ଛୋଟ ଛୋଟ ପିଲାଙ୍କୁ କାଖରେ ଧରି ମା’ ମାଇଲ ମାଇଲ ଦୂର ଚାଲି ଚାଲି ଗାଁକୁ ଫେରିଛି । ଖାଲି ପାଦରେ ତତଲା ପିଚୁ ରାସ୍ତାରେ ଗୋଡ଼ ଫୋଟକା ହୋଇଯାଇଛି । ତଥାପି ମା’ର ପାଦ ଥକି ଯାଇନଥିଲା । କି ବାପାର କାନ୍ଧରୁ ବଳ କମିନଥିଲା । ସେମିତି ଶହ ଶହ କିଲୋମିଟର କାନ୍ଧରେ ବୋହି ପିଲାଙ୍କୁ ନିଜ ଭିଟା ମାଟିକୁ ଫେରିଥିଲେ ପ୍ରବାସୀ ଶ୍ରମିକ ।

ତେବେ ଇଏ ତ ଥିଲା ଦେଶ ଭିତରର କାହାଣି । ଦେଶ ବାହାରେ ମଧ୍ୟ ଅନେକ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁଁ ଭୋକ ଉପାସରେ ଦିନ କାଟିଥିଲେ । ସରକାରଙ୍କୁ ନେହୁରା ହୋଇଥିଲେ । ସରକାର ସେମାନଙ୍କ ଦୁଃଖ ବୁଝି ସ୍ୱତନ୍ତ୍ର ବିମାନ ଯୋଗେ ଦେଶକୁ ଫେରାଇ ଆଣିଥିଲେ ସତ, ହେଲେ ଯେତେବେଳେ ହଠାତ୍‌ ଲକ୍‌ଡାଉନ୍‌ ହୋଇଥିଲା ସେତେବେଳେ ରୋଜଗାର ନଥିବାରୁ ପେଟରେ ଓଦା କନା ପକାଇ ଦିନ କାଟିଥିଲେ ଏହି ପ୍ରବାସୀ ଶ୍ରମିକ ।

୨୦୨୧ରେ କରୋନା ଟିକା ଆସିବ । ଏହା ଶୁଣି ଲୋକଙ୍କୁ ଆସ୍ୱସ୍ତି ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏନେଇ ରାଜ୍ୟମାନଙ୍କ ସହ ବହୁବାର ଆଲୋଚନା ମଧ୍ୟ କରିସାରିଛନ୍ତି । ଟିକା ପ୍ରସ୍ତୁତିରେ ସାରା ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକମାନେ ଦିନରାତି ଏକ କରିଦେଇଛନ୍ତି । ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଭାରତ ମଧ୍ୟ ଟିକା ପ୍ରସ୍ତୁତିରେ ଆଗରେ ରହିଛି ।

ଅନ୍ୟପଟେ କରୋନା ମହାମାରୀ, ଦେଶର ରାଜନୀତିକୁ ମଧ୍ୟ ବେଶ୍‌ ଖୋରାକ ଯୋଗାଇଥିଲା । ସରକାରଙ୍କୁ ଟାର୍ଗେଟ୍‌ କରିବା ପାଇଁ ବିରୋଧୀଙ୍କୁ କରୋନା ଭଳି ଅସ୍ତ୍ର ମଳିଥିଲା । ସରକାରୀ ଦଳ ମଧ୍ୟ ନିର୍ବାଚନରେ ଭୋଟ ପାଇଁ କରୋନାକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲା । କରୋନା ମହାମାରୀର ଭୟ ଯେତେବେଳେ ଶିଖର ଛୁଇଁଥିଲା, ସେତେବେଳେ ଦେଶର ଜନସାଧାରଣଙ୍କୁ କରୋନା ଯୋଦ୍ଧାଙ୍କ ପାଇଁ ଘଣ୍ଟ ବାଡ଼େଇବା ଓ ଦୀପ ଜାଳିବାକୁ କୁହାଯାଇଥିଲା । ସାରା ଦେଶବାସୀ ଏହାକୁ ବେଶ ଆଗ୍ରହର ସହ ଗ୍ରହଣ ମଧ୍ୟ କରିଥିଲେ । ବିନା ଦୀପାବଳୀରେ ଦେଶ ସାରା ଜଳୁଥିଳା ଦୀପ ।

୨୦୨୦ରେ ବାତ୍ୟା କରିଛି ଘାଇଲା

ଅମ୍ଫାନ

କରୋନା ମହାମାରୀ ସାରା ଦେଶକୁ ଗ୍ରାସ କରି ରଖିଥିବା ବେଳେ ବାରମ୍ବାର ବନ୍ୟା-ବାତ୍ୟା ଦେଶକୁ ଘାଇଲା କରିଥିଲା । ଯାହାକି ଦେଶ ପାଇଁ ଆଉ ଏକ ବଡ଼ କ୍ଷତି ସାଜିଥିଲା । ୨୦୨୦ରେ ହୋଇଥିବା ସବୁ ବାତ୍ୟା ମଧ୍ୟରେ ଅମ୍ଫାନ୍‌ ଭାରତ ପାଇଁ ସର୍ବାଧିକ ଆର୍ଥିକ କ୍ଷତି ପହଞ୍ଚାଇଥିଲା । ଓଡ଼ିଶା-ପଶ୍ଚିମବଙ୍ଗରେ ଅମ୍ଫାନ ତାଣ୍ଡବ ରଚିଥିଲା ।

କେବଳ ଓଡ଼ିଶାରେ ୧୦ ଜିଲ୍ଲାକୁ ପ୍ରଭାବିତ କରିଥିଲା ଅମ୍ଫାନ । ଏଥିରେ ୯ହଜାର ୮୩୩ ଗାଁ, ୧୫ଶହ ୫୮ ଗ୍ରାମ ପଞ୍ଚାୟତ, ୯୨ ବ୍ଳକ୍‌, ୨୭୨ ଓ୍ୱାର୍ଡ, ୨୨ଟି ପୌରାଞ୍ଚଳ ସାମିଲ । ୪୪ଲକ୍ଷ ଲୋକ, ୮ଲକ୍ଷ ୭୨ହଜାର ଗୃହପାଳିତ ପଶୁପକ୍ଷୀ ପ୍ରଭାବିତ । ୫ଶହ ଘର ସଂପୂର୍ଣ୍ଣ ନଷ୍ଟ । ୧୫ହଜାର ଘର ଆବାଶିକ ନଷ୍ଟ । ୨୮ଟି ବୃହତ୍‌ ଜୀବ,୯ଟି କ୍ଷୁଦ୍ର ପ୍ରାଣୀ, ୩ହଜାର ୬୮୦ କୁକୁଡ଼ା ଓ ବତକ ମଧ୍ୟ ପ୍ରାଣ ହରାଇଛନ୍ତି ।

ନିସର୍ଗ

କେବଳ ଅମ୍ଫାନ ନୁହେଁ ନିସର୍ଗ ମଧ୍ୟ ଦେଶ ପାଇଁ ବେଶ କ୍ଷତି ପହଞ୍ଚାଇଥିଲା । ମହାରାଷ୍ଟ୍ର ପାଇଁ ଏହି ବାତ୍ୟା ଭୟଙ୍କର ରୂପ ଧାରଣ କରିଥିଲା । ପୁରା ମୁମ୍ବାଇ ସହରକୁ ଶ୍ରୀହିନ କରିଦେଇଥିଲା ନିସର୍ଗ । ମହାରାଷ୍ଟ୍ରର ଅଲ୍ଲିବାଗ୍‌ ନିକଟରେ ଲ୍ୟାଣ୍ଡଫଲ କରିଥିଲା ନିସର୍ଗ । ଏଥିରେ ମୁମ୍ବାଇର ଯାହା କ୍ଷତି ହୋଇଥିଲା ସେନେଇ ତ ସମସ୍ତେ ଦୁଃଖିତ ଥିଲେ । ହେଲେ ଏହାରି ଭିତରେ ସଲମାନ ଖାନଙ୍କ ଫାର୍ମହାଉସ ଅବସ୍ଥା ବେହାଲ ହୋଇଯାଇଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥିଲା ।

ଗତି

ଅମ୍ଫାନ ଭଳି ଗତି ବିଶେଷ କ୍ଷୟକ୍ଷତି ପହଞ୍ଚାଇନଥିଲେ ମଧ୍ୟ ଏହା ଭୟଙ୍କର ରୂପ ଧାରଣ କରିଥିଲା । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଘନିଭୂତ ହୋଇଥିଲା । ଯାହାଫଳରେ ଉପକୂଳବର୍ତ୍ତି ରାଜ୍ୟଗୁଡ଼ିକ ଆତଙ୍କିତ ହୋଇପଡ଼ିଥିଲେ । ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକ୍କିମ୍ ଓ ପୂର୍ବୋତ୍ତରର କିଛି ରାଜ୍ୟରେ ବର୍ଷା ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ।

ନିଭାର

ସେହିଭଳି ବାତ୍ୟା ନିଭାର ମଧ୍ୟ ଦେଶବାସୀଙ୍କୁ ଆତଙ୍କିତ କରିଥିଲା । ପୁଡୁଚେରୀ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା ନିଭାର। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିଥିବା ବେଳେ ପରେ ଏହା ୧୪୫ କିଲୋମିଟର ବେଗ ଛୁଇଁଥିଲା । ପୁଡୁଚେରୀ ଓ ଚେନ୍ନାଇରେ ପ୍ରବଳ ବର୍ଷା ଫଳରେ ପୁରା ସହରବାସୀ ଜଳବନ୍ଦୀ ଥିଲେ । ତେବେ ଓଡିଶା ଉପରେ ଏହା ବିଶେଷ ପ୍ରଭାବ ପଡିନି ।ତେବେ ପ୍ରତ୍ୟେକ ବାତ୍ୟା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହୟତା ଯୋଗାଇ ଦିଆଯାଇଛି ।

ଭାରତ ଚାଇନା ସୀମା ବିବାଦ

୨୦୨୦ରେ ଦେଶ ପାଇଁ ଆଉ ଏକ ବଡ଼ ଘଟଣା ହେଉଛି ଭାରତ ଓ ଚୀନ୍‌ ସୀମା ବିବାଦ । ଚୀନ୍‌ ସେନା ଭାରତୀୟ ସୀମା ଅତିକ୍ରମ କରିବା ପରେ ଆରମ୍ଭ ହୋଇଥିଲା ବିବାଦ । ଲଦାଖ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ପ୍ରଥମ ଦିନରେ ହିଁ ଭାରତ-ଚୀନ୍‌ ସେନା ହାତହାତି ହୋଇଥିଲେ । ଏଥିରେ ୨୦ ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଚୀନ୍‌ର ୪୦ରୁ ଅଧିକ ଯବାନ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଥିଲା । ପରେ ସୀମାରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଥିଲା । ଉଭୟ ଦେଶ ସୀମାରେ ଗୋଳାବାରୁଦ ଠୁଳ କରିବା ସହ ଯୁଦ୍ଧ ବିମାନ ମଧ୍ୟ ଠୁଳ କରିଥିଲେ । ଯୁଦ୍ଧ ପାଇଁ ଉଭୟ ଦେଶ ସଜବାଜ ହୋଇଥିଲେ । ଚୀନ୍‌ ସେନାକୁ ଭାରତୀୟ ଯବାନ କଡ଼ା ଜବାବ ଦେଇଥିଲେ । ଲଦାଖର ମୁଖ୍ୟ ସ୍ଥାନଗୁଡ଼ିକୁ ଭାରତ ଅକ୍ତିଆର କରିସାରିଛି ।

ସବୁଠାରୁ ମଜା କଥା ହେଲା ଚୀନ୍‌ ସେନା ଭାରତୀୟ ଯବାନଙ୍କ ମନବଳକୁ ଦୁର୍ବଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ବ୍ୟବହାର କରିଥିଲା । ସୀମାରେ ଲାଉଡ୍‌ ସ୍ପୀକର ଲଗାଇ ହିନ୍ଦି ଗୀତ ଚଲାଇ ନାଚ କରୁଥିବା ଦେଖିବାକୁ ମିଳିଥିଲା । ଏହାର ଏକ ଭିଡିଓ ଭାଇରାଲ ହୋଇଛି । ଅନ୍ୟପଟେ ବାରମ୍ବାର ଆଲୋଚନା କରାଯିବା ପରେ ମଧ୍ୟ ବିବାଦର ସମାଧାନ ବାହାରି ପାରିନଥିଲା ।

ବନ୍ଦ ହେଲା ଚାଇନିଜ୍‌ ଆପ୍‌

ଚାଇନିଜ୍‌ ସାମଗ୍ରୀ ଓ ଆପ୍‌ ଭାରତ ବଜାରକୁ କବ୍‌ଜା କରି ରଖିଛି । ଭାରତୀୟ ବଜାରରେ ଚାଇନିଜ୍‌ ଆପ୍‌ ଢ଼େର ଲୋକପ୍ରିୟତା ପାଇଥିବା ବେଳେ ଚାଇନିଜ୍‌ ସାମଗ୍ରୀର ମଧ୍ୟ ବେଶ୍‌ ଚାହିଦା ରହିଛି । କାରଣ ଚାଇନିଜ୍‌ ସାମଗ୍ରୀ ଅନ୍ୟ ତୁଳନାରେ ଶସ୍ତା । ଏହି କାରଣରୁ ଭାରତ ବଜାରରୁ ଚୀନ୍‌ ମୋଟା ଅଙ୍କର ଲାଭ ପାଇଥାଏ । ଚୀନ୍‌ ଅର୍ଥନୀତିର ଏକ ସିଂହ ଭାଗ ଭାରତୀୟ ବଜାର ଉପରେ ନିର୍ଭର କରିଥାଏ । ହେଲେ ଏହି ୨୦୨୦ରେ ମୋଦି ସରକାର ଚୀନ୍‌କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି । ଲଦାଖ ସୀମାରେ ଚୀନ୍‌ର ଉତ୍ପାତ ବଢ଼ିବା ପରେ ଚୀନ୍‌ର ମେରୁଦଣ୍ଡ ଭାଙ୍ଗିଛନ୍ତି ଭାରତ ସରକାର । ଚୀନ୍‌ରୁ ଭାରତକୁ ରପ୍ତାନୀ ହେଉଥିବା ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର । ଏହାଦ୍ୱାରା ଚୀନ୍‌କୁ ଅନେକ କ୍ଷତି ପହଞ୍ଚିଥିଲା ।

ଖାଲି ସେତିକି ନୁହେଁ ସବୁଠାରୁ ବଡ଼ କଥା ହେଲା, ଭାରତରେ ଲୋକପ୍ରିୟତାର ଶୀର୍ଷରେ ଥିବା କିଛି ଚାଇନିଜ୍‌ ଆପ୍‌କୁ ମଧ୍ୟ ସରକାର ବ୍ୟାନ୍‌ କରିଛନ୍ତି । ଯାହାକୁ ନେଇ ୨୦୨୦ରେ ଅନେକ ତର୍କ ବିତର୍କ ହୋଇଥିଲା । ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଆଲୋଚନା ଦେଖିବାକୁ ମିଳିଥିଲା । ଟିକ୍‌ଟକ୍‌, ସ୍ନାକ୍ ଭିଡିଓ, ପବ୍‌ ଜି, ୟୁସି ବ୍ରାଉଜର୍‌ ଭଳି ପ୍ରାୟ ୧୦୦ ରୁ ଅଧିକ ଚାଇନିଜ୍‌ ଆପ୍‌ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି ।

ନୂଆ ଶିକ୍ଷା ନୀତି

୨୦୨୦ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଯାହାକି ଦେଶ ପାଇଁ ଶୁଭଙ୍କର ବୋଲି କୁହାଯାଉଛି । ପ୍ରଥମେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନାମକୁ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରଣାଳୟ ରଖାଗଲା । ପରେ ନୂତନ ଶିକ୍ଷା ନୀତିକୁ ମଧ୍ୟ ଅନୁମୋଦନ ମିଳିଥିଲା । ବର୍ତ୍ତମାନ ସମଗ୍ର ଉଚ୍ଚଶିକ୍ଷା କ୍ଷେତ୍ର ପାଇଁ କେବଳ ଗୋଟିଏ ନିୟାମକ ସଂସ୍ଥା ରହିବ ଯାହା ଦ୍ୱାରା ଶିକ୍ଷା କ୍ଷେତ୍ରରେ ବିଶୃଙ୍ଖଳା ଦୂର ହୋଇପାରିବ । ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ଶିକ୍ଷା କ୍ଷେତ୍ରରେ ନିଷ୍ପତ୍ତି ନେବା ପାଇଁ ଏକ ନିୟମ ପ୍ରଣୟଣ ସଂସ୍ଥା ‘ଜାତୀୟ ଉଚ୍ଚଶିକ୍ଷା ନିୟାମକ ପ୍ରାଧିକରଣ (NHERA) ବା ଭାରତର ଉଚ୍ଚଶିକ୍ଷା ଆୟୋଗ’ ଗଠନ କରିଛି । ଜାତୀୟ ଶିକ୍ଷା ନୀତି 1986 ରେ ପ୍ରସ୍ତୁତ କରାଯାଇଥିଲା ଏବଂ 1992ରେ ଏଥିରେ କିଛି ପରିବର୍ତ୍ତନ କରାଯାଇଥିଲା । ନୂଆ ଶିକ୍ଷାନୀତି ଦ୍ୱାରା ଭାରତ ବିଶ୍ୱରେ ଜ୍ଞାନର ସୁପରପାଓ୍ୱାର ହୋଇପାରିବ ବୋଲି କୁହାଯାଇଛି ।

ଶିକ୍ଷାର ଗୁଣରେ ଉନ୍ନତି ଆଣିବା ପାଇଁ ଏକ ନୂତନ ଜାତୀୟ ପାଠ୍ୟକ୍ରମର ଫ୍ରେମ୍‌ଓ୍ୱାର୍କ ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁଥିରେ ବିଭିନ୍ନ ଭାଷା, ଏକବିଂଶ ଶତାବ୍ଦୀର କୌଶଳ, କ୍ରୀଡ଼ା, କଳା ଏବଂ ବାତାବରଣ ସହିତ ଜଡିତ ବିଷୟଗୁଡ଼ିକ ମଧ୍ୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ ।

ନର୍ସରିରୁ ପିଲାମାନେ ନୂଆ ଟେକନିକ୍ ବାବଦରେ ପଢିବେ । ନୂଆ ଶିକ୍ଷାନୀତିରେ ମାତୃଭାଷା ଉପରେ ଗୁରୁତ୍ୱ ଦିଆଯିବ । ପୂର୍ବରୁ ଶିକ୍ଷାନୀତି ୱାଟ୍ ଟୁ ଥିଙ୍କ୍ ଉପରେ ଆଧାରିତ ଥିଲା । ଏବେ ହାଓ ଟୁ ଥିଙ୍କ୍ ଉପରେ ଜୋର ଦିଆଯାଇଛି । ଗୋଟିଏ କୋର୍ସରେ ଯଦି ମନ ନଲାଗେ ତେବେ ସେମାନେ ନୂଆ କୋର୍ସ ନେଇ ପାରିବେ ।

ରାମ ମନ୍ଦିର ଭୁମି ପୂଜନ

ଦୀର୍ଘ ବର୍ଷ ଧରି ଲାଗିରହିଥିବା ଅଯୋଧ୍ୟା ଜମି ବିବାଦର ସମାଧାନ ପରେ ୨୦୨୦ ଅଗଷ୍ଟ ୫ ତାରିଖରେ ବୈଦିକ ରୀତିନୀତିରେ ରାମମନ୍ଦିର ଭୂମି ପୂଜନ କରାଯାଇଥିଲା । ଏହାକୁ ନେଇ ମଧ୍ୟ ଅନେକ ରାଜନୀତି ଦେଖିବାକୁ ମିଳିଥିଲା । ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ଶିଳାନ୍ୟାସ କରିଥିଲେ । ସାରା ଦେଶରେ ଏହାର ପ୍ରତିଫଳନ ଦେଖା ଦେଇଥିଲା । ଅଯୋଧ୍ୟା ସହ ସମଗ୍ର ଦେଶ ରାମମୟ ହୋଇଯାଇଥିଲା । ଅଯୋଧ୍ୟାରେ ଏକ ଭବ୍ୟ ସମାରୋହରେ ରାମ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ ସଂପନ୍ନ ହୋଇଥିଲା । ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ରାମ ଜନ୍ମଭୂମି । ଭୂମି ପୂଜନ ବେଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଅନେକ ସେୟାର ହୋଇଥିଲା ।

ଅନ୍ୟପଟେ ବହୁ ଚର୍ଚ୍ଚିତ ବାବ୍ରି ମସ୍‌ଜିଦ୍‌ ଧ୍ୱଂସ ମାମଲାର ରାୟ ମଧ୍ୟ ସାମ୍ନାକୁ ଆସିଛି । ଦୀର୍ଘ ୨୮ ବର୍ଷ ପରେ ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି ସିବିଆଇ କୋର୍ଟ । ଏହି ମାମଲାରେ ଥିବା ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ବୋଲି ରାୟ ଶୁଣାଇଛନ୍ତି ଜଜ୍ ଏସ.କେ. ଯାଦବ । ଆଡଭାନୀ, ଯୋଶୀ ଉମା ଭାରତୀ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ । ଅଢେଇ ହଜାର ଫର୍ଦ୍ଦର ଚାର୍ଜସିଟ୍, ୩୫୧ ଜଣ ସାକ୍ଷୀ ଆଉ ୧୭ ବର୍ଷର ଯାଞ୍ଚରେ ୪୯ ଅଭିଯୁକ୍ତ ଥିଲେ । ଏହା ଭିତରେ ୧୭ ଜଣଙ୍କର ପରଲୋକ ହୋଇସାରିଥିଲା । ଏହି ରାୟ ଉପରେ ସାରା ଦେଶର ନଜର ରହିଥିଲା । କାରଣ ମାମଲାରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଉମା ଭାରତୀ, କଲ୍ୟାଣ ସିଂହ, ମୁରଲି ମନହୋର ଯୋଶୀଙ୍କ ସମେତ ଆଉ ୩୨ ଜଣ ଅଭିଯୁକ୍ତ ଜୀବିତ ଥିଲେ ।

କୋର୍ଟରେ ଶୁଣାଣି ବେଳେ ସମସ୍ତ ଅଭିଯୁକ୍ତଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ରାୟ ପୂର୍ବରୁ କେବଳ ୨୬ ଜଣ ଉପସ୍ଥିତ ଅଛନ୍ତି । ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୂରଲି ମନୋହର ଯୋଶୀ, ଉମା ଭାରତୀ, ରାମ ଚନ୍ଦ୍ର କ୍ଷତ୍ରୀ, ସୁଧୀର କକ୍କଡଙ୍କ ପ୍ରମୁଖ ୫ ଅଭିଯୁକ୍ତ କୋର୍ଟରେ ଉପସ୍ଥିତ ରହିନଥିଲେ । ବିଭିନ୍ନ କାରଣରୁ ସେମାନେ କୋର୍ଟରେ ଉପସ୍ଥିତ ରହିବେ ନାହିଁ ବୋଲି ଓକିଲଙ୍କ ଜରିଆରେ ପ୍ରାର୍ଥନା ପତ୍ର ଦେଇଥିଲେ ।

କୃଷି ବିଲ୍‌ ବିରୋଧରେ ଚାଷୀ ଆନ୍ଦୋଳନ

୨୦୨୦ର ଆଉ ବଡ଼ ଘଟଣା ହେଲା କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ୍‌ ବିରୋଧରେ ସାରା ଦେଶରେ ଆନ୍ଦୋଳନ । ସଂସଦରୁ ଆରମ୍ଭ ହୋଇଥିବା ଏହି ବିରୋଧ ସାରା ଦେଶରେ ବ୍ୟାପି ସାରିଛି । ଦୀର୍ଘ ଏକ ମାସରୁ ଅଧିକ ସମୟ ହେବ ହଜାର ହଜାର ଚାଷୀ ଦିଲ୍ଲୀ ଦରବାରରେ ଶୀତ କାକରରେ ପଡ଼ି ବିଲ୍‌ ବିରୋଧରେ ଆନ୍ଦୋଳନ କରୁଛନ୍ତି । ଏଥିରେ ଅନେକ ଚାଷୀ ଗୁରୁତର ହେବା କଥା ମଧ୍ୟ ଦେଖାଯାଇଛି । କେନ୍ଦ୍ର ସରକାର ଓ ଚାଷୀ ନେତାଙ୍କ ମଧ୍ୟ ବାରମ୍ବାର ଆଲେଚାନା ସତ୍ତ୍ୱେ ତାହା ବିଫଳ ହୋଇଛି ।

ଚାଷୀଙ୍କ ଗୋଟିଏ ଯିଦ୍‌ ଏହି ବିଲ୍‌କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ । ହେଲେ କେନ୍ଦ୍ର ସରକାରଙ୍କ କହିବାନୁଯାୟୀ ଏହି ବିଲ୍‌ ଚାଷୀଙ୍କ ଉପକାର ପାଇଁ କରାଯଇଛି । ଏହା ଦ୍ୱାରା ଚାଷୀଙ୍କ ଉନ୍ନତି ହେବ । କିନ୍ତୁ କିଛି ନ୍ୟସ୍ତ ସ୍ୱାର୍ଥ ଲୋକ ରାଜନୀତି ପାଇଁ ଚାଷୀଙ୍କୁ ବିଲ୍‌ ସମ୍ପର୍କରେ ବିଭ୍ରାନ୍ତି କରୁଛନ୍ତି । ଏହାସହ  ସାରା ଦେଶରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ନୀରିହ ଚାଷୀଙ୍କ କାନ୍ଧରେ ବନ୍ଧୁକ ରଖି କଂଗ୍ରେସ ଭଳି କିଛି ରାଜନୈତିକ ଦଳ ରାଜନୀତିର ରୁଟି ସେକିବାକୁ ଚେଷ୍ଟା କରିଛନ୍ତି ।

ସେପଟେ କୃଷି ବିଲ୍‌ ଗୃହରେ ପାରିତ ହେବା ଦିନଠାରୁ ବିରୋଧ ଆରମ୍ଭ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଗୃହରେ କୃଷି ବିଲ୍‌କୁ ଚିରି ଦେଇଥିଲେ । କଂଗ୍ରେସର ଟ୍ରାକ୍ଟର ରାଲି ମଧ୍ୟ ଦୋରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା ।

 ଭାରତରେ ଟ୍ରମ୍ପ

୨୦୨୦ ଫେବ୍ରୁଆରୀ ୨୪ରେ ଭାରତ ଆସିଥିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସ୍ୱାଗତ ପାଇଁ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଟ୍ରମ୍ପଙ୍କ ଗସ୍ତକୁ ସ୍ମରଣୀୟ କରିବା ପାଇଁ ଅହମ୍ମଦାବାଦଠାରୁ ଆଗ୍ରା, ସବୁଠି ପ୍ରସ୍ତୁତି କରାଯାଇଥିଲା । ରଙ୍ଗୀନ ହୋଇଯାଇଥିଲା ଗୁଜୁରାଟ ଆଉ ରାଜଧାନୀ ଦିଲ୍ଲୀ ।

ୱାଶିଂଟନରୁ ଏୟାରଫୋର୍ସ ବିମାନରେ ଆସି ଅହମ୍ମଦାବାଦରେ ପହଞ୍ଚିଥିଲେ ଟ୍ରମ୍ପ । ଟ୍ରମ୍ପଙ୍କ ପାଇଁ ‘ନମସ୍ତେ ଟ୍ରମ୍ପ’ ରୋଡ୍‌ ଶୋ’ର ଆୟୋଜନ ହୋଇଥିଲା । ଏଥିରେ ପ୍ରାୟ ୧ ଲକ୍ଷ ଲୋକ ସାମିଲ ଥିଲେ । ଟ୍ରମ୍ପ ପ୍ରଥମରେ ଗାନ୍ଧିଜୀଙ୍କର ସାବରମତି ଆଶ୍ରମ ବୁଲିଥିଲେ । ସେଠାରୁ ମୋଟେରା ଷ୍ଟାଡିୟମ ଯାଇଥିଲେ । ଆଉ ସେଠାରେ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମକୁ  ଟ୍ରମ୍ପ ଉଦ୍‌ଘାଟନ କରିଥିଲେ । ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ ଇଭାଙ୍କ ଓ ଜ୍ୱାଇଁ ମଧ୍ୟ ସାଙ୍ଗରେ ଆସିଥିଲେ । ଏଭଳି ଭବ୍ୟ ସ୍ୱାଗତ ପୂର୍ବରୁ କେବେ ଲୋକ ଦେଖିନଥିଲେ । ତେବେ ଟ୍ରମ୍ପଙ୍କ ଭାରତ ଗସ୍ତ ଆସିବା  ଏଥିପ ଟଙ୍କା ଖର୍ଚ୍ଚ ହେବାକୁ ନେଇ ବିରୋଧୀ ଦଳକୁ ଭଲ

Leave a Reply