ଏଣିକି କଏଦୀଙ୍କୁ ଆଉ ମଶା କାମୁଡ଼ିବନି, ଝାରପଡ଼ା ଜେଲ୍‌ରେ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା

1 min read

ଭୁବନେଶ୍ୱର: କଏଦୀମାନଙ୍କ ପାଇଁ ପୁଣି ଦରଦ ଦେଖାଇଲେ ଜେଲ୍ ‌କର୍ତ୍ତୃପକ୍ଷ । କଏଦୀଙ୍କୁ ମସା କାମୁଡ଼ୁଛି ବୋଲି ତାଙ୍କ ପାଇଁ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା । ଏଣିକି ମଶା ଓ ବିଶାକ୍ତ ପୋକ ଜୋକ ମାରିବା ପାଇଁ ଜେଲ୍‌ର ପ୍ରତ୍ୟେକ ଓ୍ୱାର୍ଡରେ ବୁଲିବ ଫଗିଂ ମେସିନ୍‌ । ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଝାରପଡ଼ା ଜେଲ୍‌ରେ । ଫଗିଂ ମେସିନ୍‌ ବୁଲିବା ଦ୍ୱାରା କଏଦୀମାନେ ମସା ଦାଉରୁ ରକ୍ଷା ପାଇବେ । ଏମିତିକି ଜେଲ୍‌ ଓ୍ୱାର୍ଡରେ ହେଉଥିବା ପୋକ ଜୋକ ଦାଉରୁ ମଧ୍ୟ ଆରମ୍‌ ପାଇବେ କଏଦୀ । ପ୍ରଥମ ଦିନ ଫଗିଂ ମେସିନ୍‌ ସବୁ ଓ୍ୱାର୍ଡରେ ବୁଲି ସାରିଥିବା ବେଳେ, ନିୟମିତ ଭାବେ ଏହି ପ୍ରକ୍ରିୟା ଚାଲିବ ବୋଲି କୁହିଛନ୍ତି ଜେଲ୍‌ କର୍ତ୍ତୃପକ୍ଷ । ବିଚାରାଧୀନ କଏଦୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଗକୁ ଦୈନଦିନ ଏଭଳି ପ୍ରକ୍ରିୟା ଜାରି ରହିବ ବୋଲି ଜେଲ ସୁପରିଟେଣ୍ଡେଣ୍ଟ ଡି. ଏନ.ବାରିକ କହିଛନ୍ତି ।

prisoners

ସେହିଭଳି ନିକଟ ଅତୀତରେ ଐତିହାସିକ, ପୌରାଣିକ ଓ ପରିବେଶ ସୁରକ୍ଷା ଭଳି ଫିଲ୍ମ ଦେଖିବା ପାଇଁ ଜେଲ ପରିସରରେ ବ୍ୟବସ୍ଥା କରାଯାଇଛି । ଏହାସହ ସାଉଣ୍ଡ ସିଷ୍ଟମ୍‌ ମଧ୍ୟ ଲାଗିଛି । ସକାଳେ ଓ ସନ୍ଧ୍ୟାରେ ଯେପରି କଏଦୀମାନେ ଭଜନ, ଆଧ୍ୟାତ୍ମିକ କଥା ଶୁଣିପାରିବେ, ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ସଂଗୀତ ଓ ଆଧ୍ୟାତ୍ମିତ କଥା ତଥା ପ୍ରବଚନ ଶୁଣିଲେ କଏଦୀଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତାଧାରା ଆସିବ ବୋଲି କୁହାଯାଉଛି ।

Jail

ଖାଲି ସେତିକି ନୁହେଁ ଜେଲ୍‌ରେ ପବ୍ଲିକ୍‌ ଆଡ୍ରେସ୍ ସିଷ୍ଟମ୍‌ ଓ ଅତ୍ୟାଧୁନିକ ଆକ୍ୱାଗାର୍ଡ ମଧ୍ୟ ଲଗାଯାଇଛି । କଏଦୀଙ୍କ ସୁବିଧା ଲାଗି ଜେଲ୍‌ ଭିତରେ ଏକ କିଓସ୍କ ମେସିନ୍ ସ୍ଥାପନ କରାଯାଇଛି । ଏହି ମେସିନ୍ ଜରିଆରେ କଏଦୀମାନେ ନିଜ ମାମଲାର ସ୍ଥିତି ସମ୍ପର୍କରେ ସିଧାସଳଖ ଜାଣିପାରିବେ । ଏହାକୁ ଇ-କୋର୍ଟ ଦ୍ୱାରା ସଂଯୋଗ କରାଯାଇଛି । ଏହା ସହ ଜେଲ୍‌ର ଅବ୍ୟବସ୍ଥା, ସୁରକ୍ଷା ଓ ଅନ୍ୟ ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇଁ କମ୍ପ୍ଲେନ ବକ୍ସ ଲାଗିଥିବା କହିଛନ୍ତି ସୁପରିଟେଣ୍ଡେଣ୍ଟ ଡି. ଏନ.ବାରିକ ।

Leave a Reply