ଖୁସି ଖବର, ଋଷିଆରେ ସ୍ପୁଟ୍‌ନିକ୍‌ ଭି ଟିକାକରଣ

1 min read
Sputnik V

ନୂଆଦିଲ୍ଲୀ: ଋଷିଆରେ କରୋନା ଟିକା କରଣ ପ୍ରକିୟା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ମସ୍କୋରେ ୭୦ଟି କ୍ଲିନିକ୍‌ରେ ଟିକା ଦିଆଯାଉଛି । ବ୍ରିଟେନ୍‌ ଟିକା କରଣ ନେଇ ଘୋଷଣା କରିବା ପରେ ଋଷ ମଧ୍ୟ ଖୁବଶୀଘ୍ର ଟିକା ଦେବା ପ୍ରକ୍ରିୟା ଆରମ୍ଭ କରିବ ବୋଲି କହିଥିଲା । ଋଷିଆ ତିଆରି କରିଥିବା ସ୍ପୁଟନିକ୍‌ ଭି ଟିକାକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ।

Russia Ship 50 Million Coronavirus Vaccine Sputnik V Doses Brazil

ପ୍ରଥମେ ଡାକ୍ତର, ଶିକ୍ଷକ, ସ୍ୱେଚ୍ଛାସେବୀମାନଙ୍କୁ କରୋନା ଟିକା ଦିଆଯାଉଛି । ୬୦ ବର୍ଷରୁ କମ୍ ବ୍ୟକ୍ତି ମାନଙ୍କୁ ସ୍ପୁଟନିକ୍‌ ଟିକା ଦିଆଯାଉଛି । ରୋଗୀ, ଗର୍ଭବତୀ ଏବଂ ମାନସିକ ରୋଗୀଙ୍କୁ ଟିକାକରଣରୁ ବାଦ୍‌ ଦିଆଯାଇଛି । ପ୍ରଥମ ପାଞ୍ଚ ଘଣ୍ଟାରେ ୫ ହଜାର ଲୋକ ଟିକା ନେବା ପାଇଁ ରେଜିଷ୍ଟର କରିଛନ୍ତି । ଗତ କିଛି ଦିନ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ଅନବରତ ବଢିଚାଲିଛି । ଏହାକୁ ରୋକିବା ପାଇଁ ସରକାର ଟିକାକରଣ ଆରମ୍ଭ କରିଛନ୍ତି ।

ଅନ୍ୟପଟେ ଫାଇଜର ମଧ୍ୟ ଟିକା ରେସ୍‌ରେ ଆଗେଇ ଚାଲିଛି । ଭାରତରେ କୋଭିଡ୍‌ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମାଗିଛି ଫାଇଜର୍‌ । ଏନେଇ ଡିଜିସିଆଇ ନିକଟରେ ଆବେଦନ କରିଛି ଔଷଧ ପ୍ରସ୍ତୁତକାରୀ କଂପାନି ଫାଇଜର୍‌ ଇଣ୍ଡିଆ । କଂପାନୀ ପକ୍ଷରୁ, ଦେଶରେ ଟିକା ଆମଦାନୀ ଓ ବିତରଣ ନେଇ ମଞ୍ଜୁରୀ ପ୍ରଦାନ କରିବାକୁ ଆବେଦନ କରାଯାଇଛି ।

ଔଷଧ ଓ କ୍ଲିନିକାଲ୍‌ ପରୀକ୍ଷଣ ନିୟମ, ୨୦୧୯ର ସ୍ୱତନ୍ତ୍ର ବ୍ୟବସ୍ଥା ଅନୁସାରେ ଭାରତର ଜନସଂଖ୍ୟା ଅନୁଯାୟୀ କ୍ଲିନିକାଲ ପରୀକ୍ଷଣରେ ରିହାତି ଦିଆଯିବାକୁ ମଧ୍ୟ ଅନୁରୋଧ କରାଯାଇଛି । ଫାଇଜର୍‌ ଭାରତ ଶାଖାରେ ପ୍ରସ୍ତୁତ ହୋଇଛି ଏହି କୋଭିଡ୍‌ ଟିକା । ଗତ ବୁଧବାର ବ୍ରିଟେନ୍ ଫାଇଜର୍‌ର‌ କୋଭିଡ୍‌-୧୯ ଟିକାର ଜରୁରୀକାଳିନ ବ୍ୟବହାର ଲାଗି ଅସ୍ଥାୟୀ ମଂଜୁରୀ ପ୍ରଦାନ କରିଥିଲା ।

Leave a Reply