ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ, ଉଜବେକିସ୍ତାନକୁ ଗଲା ଆଜୁର ଏୟାର ଫ୍ଲାଇଟର ବିମାନ

1 min read

ନୂଆଦିଲ୍ଲୀ: ମସ୍କୋରୁ ଗୋଆ ଆସୁଥିବା ବିମାନରେ ବୋମା ଆତଙ୍କ । ବୋମା ଆତଙ୍କ ପରେ ଉଜବେକିସ୍ତାନକୁ ନିଆଗଲା ବିମାନ । ଋଷର ପର୍ମ ବିମାନବନ୍ଦରରୁ ଆଜୁର ଏୟାର ଫ୍ଲାଇଟର ବିମାନ AZV2463 ବାହାରିଥିବାବେଳେ ସେଥିରେ ବୋମା ଥିବା ନେଇ ଗୁଜବ ପ୍ରସାରିତ ହୋଇଥିଲା । ତେବେ ତୁରନ୍ତ ବିମାନକୁ ଉଜବେକିସ୍ତାନ ଅଭିମୁଖେ ଦିଗ ପରିବର୍ତ୍ତନ କରାଯାଇଥିଲା ।

ମସ୍କୋରୁ ଗୋଆ ଆସୁଥିବା ଏହି ବିମାନରେ ୨ ଜଣ ଶିଶୁ, ୭ ଜଣ କ୍ରିଉ ମେମ୍ବରଙ୍କ ସମେତ ୨୩୮ ଜଣ ଯାତ୍ରୀ ଥିଲେ । ବିମାନଟି ଆଜି ଭୋର ୪ଟା ୧୫ରେ ଗୋଆର ଡାବୋଲିମ ବିମାନ ବନ୍ଦରରେ ଅବତରଣ କରିଥାନ୍ତା ।