କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କ କରୋନାରେ ମୃତ୍ୟୁ, AIIMSରେ ଚାଲିଥିଲା ଚିକିତ୍ସା
1 min readନୂଆଦିଲ୍ଲୀ: କରୋନା ନେଲା କେନ୍ଦ୍ରମନ୍ତ୍ରୀଙ୍କ ଜୀବନ । ଦେଶରେ ପ୍ରଥମଥର ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ କରୋନାରେ ପ୍ରାଣ ହରାଇଛନ୍ତି । କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଡ଼ିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ କରୋନାରେ ପ୍ରାଣ ହାରିଛନ୍ତି ସୁରେଶ ଅଙ୍ଗଡ଼ି । ଏହା ପୂର୍ବରୁ କର୍ଣ୍ଣାଟକର ଆଉ ଜଣେ ସାଂସଦଙ୍କ ନିଧନ କରୋନାରେ ହୋଇଥିଲା ।
ସୁରେଶ ଅଙ୍ଗଡ଼ି ଦୁଇ ସପ୍ତାହ ତଳେ ସେପ୍ଟେମ୍ବର ୧୧ରେ କରୋନା ସଂକ୍ରମିତ ହୋଇଥିଲେ । ପଜିଟିଭ୍ ଚିହ୍ନଟ ବେଳେ ତାଙ୍କ ଠାରେ କରୋନାରେ କୌଣସି ଲକ୍ଷଣ ନଥିଲା । ସେ ସୁସ୍ଥ ଥିବା ନେଇ କହିଥିଲେ । ୬୫ ବର୍ଷୀୟ ସୁରେଶ ଅଙ୍ଗଡ଼ି କର୍ଣ୍ଣାଟକ ବେଲଗାଭି ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ତାଙ୍କୁ ଗତ ସପ୍ତାହରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପତ୍ନୀ ଓ ୨ ଝିଅ ଅଛନ୍ତି ।
ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । କର୍ଣ୍ଣାଟକରେ ଦଳୀୟ ସଂଗଠନ ପାଇଁ ଅଙ୍ଗଡ଼ିଙ୍କ ବେଶ୍ ଭୂମିକା ଥିବା କହିଛନ୍ତି ପିଏମ୍ ମୋଦି ।
Shri Suresh Angadi was an exceptional Karyakarta, who worked hard to make the Party strong in Karnataka. He was a dedicated MP and effective Minister, admired across the spectrum. His demise is saddening. My thoughts are with his family and friends in this sad hour. Om Shanti. pic.twitter.com/2QDHQe0Pmj
— Narendra Modi (@narendramodi) September 23, 2020
ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ା ଶୋକ ପ୍ରକାଶ କରିଛନ୍ତି । ଅଙ୍ଗଡ଼ି ମୋର ସାନ ଭାଇ ଭଳି ଥିଲେ ବୋଲି କହିଛନ୍ତି ଗୌଡ଼ା ।