ସହର ମୁହାଁ ଗଜରାଜ, ମର୍ଣ୍ଣିଂ ଓ୍ୱାକ୍ରେ ଲୋକେ ହଟହଟା
ବାରିପଦା: ଜଙ୍ଗଲ ଛାଡି କଂକ୍ରିଟ ସହର ମୁହାଁ ହୋଇଛି ଗଜରାଜ । ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହର ଉପକଣ୍ଠରେ ଦେଖିବାକୁ ମିଲିଛି ଦନ୍ତାହାତୀ । ମର୍ଣ୍ଣିଂ ୱାକ କରୁଥିବା ଲୋକେ ହାତୀକୁ ଦେଖି ଆତଙ୍କିତ । ତଥାପି ଦେଖନ୍ତୁ କିପରି ହାତୀ ଚାଲିଛି ତା ପଛେ ପଛେ ହାତୀକୁ ଦେଖିବା କୌତୁହଳରେ ଲୋକେ ବି ଚାଲିଛନ୍ତି । କିଏ ଚାଲି ଚାଲି ଯାଉଛି ତ କିଏ ପୁଣି ଦୁଇ ଚକିଆରେ । ବନ ବିଭାଗ ଗାଡି ବି ରହିଛି ।
ହାତୀକୁ ଘଉଡାଇବା ଚେଷ୍ଟା କରୁଛି ବନ ବିଭାଗ । ଏ ଦୃଶ୍ୟ ଦେଉଳି ଅଂଚଳର । ଦନ୍ତାହାତୀ ଆଜି ଭୋରରୁ ଲକ୍ଷ୍ମୀପୋଷି ରଘୁନାଥପୁର ମୁର୍ଗାବାଡି ଅଂଚଳରେ ପ୍ରବେଶ କରିବା ପରେ ବନବିଭାଗର କର୍ମଚାରୀ ମାନେ ତାକୁ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି । ହାତୀଟି ଏବେ ଆନିଆପାଳ ନଦୀ କୂଳରେ ଥିବା ଜଙ୍ଗଲ ଅଂଚଳରେ ବୁଲୁଛି ବୋଲି ପିଠାବଟା ରେଞ୍ଜ ଅଧିକାରୀ କହିଛନ୍ତି।